ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»କରୋନା ବଢ଼ାଇଲା ଚିନ୍ତା; ବାଲେଶ୍ୱର ହସପିଟାଲରେ ୧୨ ଜଣ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହେଲେ

କରୋନା ବଢ଼ାଇଲା ଚିନ୍ତା; ବାଲେଶ୍ୱର ହସପିଟାଲରେ ୧୨ ଜଣ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହେଲେ

ସବୁ କରୋନା ଆକ୍ରାନ୍ତ ଶିଶୁଙ୍କ ବୟସ ଏକ ମାସ ମଧ୍ୟରେ ବୋଲି ସୂଚନା ମିଳିଛି । SNCUରେ ଥିବା ପାଞ୍ଚ ଜଣ ଶିଶୁ ଅକ୍ସିଜେନ ସପୋର୍ଟରେ ଅଛନ୍ତି । ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଛନକା ପଶିଛି ।

କରୋନା ବଢ଼ାଇଲା ଚିନ୍ତା; ବାଲେଶ୍ୱର ହସପିଟାଲରେ ୧୨ ଜଣ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହେଲେ
ବାଲେଶ୍ୱର ହସପିଟାଲରେ ଏକ ଆକ୍ରାନ୍ତ ଶିଶୁ ସହ ତା’ ପିତାମାତା
  • News18 Odia
  • Last Updated: August 26, 2021, 11:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହର ଶିଶୁମାନଙ୍କ ପାଇଁ ବିଶେଷ ଭାବେ ବିପଦଜନକ ହେବ ବୋଲି କୁହାଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସପିଟାଲରେ ୧୨ ଜଣ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରାଶାସନର ଚିନ୍ତା ବଢ଼ିଛି ।

ଏହି ୧୨ ଜଣ କରୋନା ଆକ୍ରାନ୍ତ ଶିଶୁମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କଟକସ୍ଥ ଏସ୍‌.ସି.ବି. ହସପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି । ବାକି ଚାରି ଜଣ ଶିଶୁ ଏବେ SNCU ୱାର୍ଡ଼ରେ ଭର୍ତ୍ତି ହୋଇଛନ୍ତି । ସବୁ କରୋନା ଆକ୍ରାନ୍ତ ଶିଶୁଙ୍କ ବୟସ ଏକ ମାସ ମଧ୍ୟରେ ବୋଲି ସୂଚନା ମିଳିଛି । SNCUରେ ଥିବା ପାଞ୍ଚ ଜଣ ଶିଶୁ ଅକ୍ସିଜେନ ସପୋର୍ଟରେ ଅଛନ୍ତି । ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଛନକା ପଶିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ଯେବେ ଅଳିଆ ଗୋଟାଉଥିବା ମହିଳା ଇଂରାଜୀ କହିବା ଆରମ୍ଭ କଲେ, ବଡ଼ ସତ ସାମନାକୁ ଆସିଲା

‘‘୧୨ ଜଣ କରୋନା ପଜିଟିଭ୍‌ ଶିଶୁଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସେମାନଙ୍କ ପରିବାର ସ୍ୱଇଚ୍ଛାରେ କଟକ ନେଇଯାଇଛନ୍ତି । ଅନ୍ୟ ପଜିଟିଭ ଚିହ୍ନଟ ଶିଶୁଙ୍କ ନିକଟରେ କ୍ଷୀଣ ଲକ୍ଷଣ ଦେଖାଯାଇଛି । ଜିଲ୍ଲା ମୁଖ୍ୟ ହସପିଟାଲରେ ତୃତୀୟ ଲହରୀର  ମୁକାବିଲା ମୁଖ୍ୟତଃ ଶିଶୁଙ୍କ ପାଇଁ ୩୦ଟି ବେଡ୍‌ ଓ ଏକ ସ୍ୱତନ୍ତ୍ର ୱାର୍ଡ଼ର ବ୍ୟବସ୍ଥା କରାଯାଇଛି । ଏଥି ସହିତ ପାଞ୍ଚଟି ସିଟ୍‌ ଥିବା NICU ଓ ପାଞ୍ଚଟି ସିଟ୍‌ ଥିବା PICUର ବ୍ୟବସ୍ଥା କରାଯାଇଛି,’’ କହିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଦୁଲାଲ ସେନ ଜଗଦେବ ।

ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସପିଟାଲ


ଏହା ବି ପଢ଼ନ୍ତୁ | ରୁଷିଆର AK-47 ରାଇଫଲ୍ ଛାଡ଼ି ତାଲିବାନ୍ ଏବେ ଆମେରିକା-ନିର୍ମିତ ବନ୍ଧୁକ ବ୍ୟବହାର କରୁଛି

ଶିଶୁମାନେ କରୋନା ପଜିଟିଭ୍‌ ହେଉଥିବାରୁ ଚିନ୍ତାରେ ପଡ଼ିଛନ୍ତି ଅବିଭାବକମାନେ । ଛୋଟ ପିଲାମାନଙ୍କୁ କେମିତି ଏହି ମହାମାରୀ ଦାଉରୁ ରକ୍ଷା କରିହେବ ସେ ନେଇ ଶିଶୁମାନଙ୍କ ବାପାମା’ମାନେ ଡାକ୍ତରମାନଙ୍କ ପରାମର୍ଶ ଲୋଡୁଛନ୍ତି ।

ଏହା ବି ପଢ଼ନ୍ତୁ | ‘‘ଏବେ ଆଫଗାନ୍ ଯୁଦ୍ଧ ଶେଷ ହୋଇଛି; ଆମେ A to Z ସମସ୍ତଙ୍କୁ କ୍ଷମା କରିବୁ,’’ କହିଲା ତାଲିବାନ୍

‘‘ତୃତୀୟ ଲହରୀରୁ ଶିଶୁମାନଙ୍କୁ ରକ୍ଷା କରିବା ପାଇଁ ପିଲାଙ୍କୁ ଅଧିକ ସମୟ ଘରେ ରଖିବା ସହିତ ବାହାରେ ଖେଳକୁଦ କରିବାକୁ ନ ଛାଡ଼ି ଘରେ ଇଣ୍ଡୋର୍‌ ଖେଳକୁ ଆପେଣେଇବା ବ୍ୟବସ୍ଥା କରିବା ଆବଶ୍ୟକ । ଅବିଭାବକମାନେ ମଧ୍ୟ ନିଜେ କରୋନା ଗାଇଡଲାଇନ୍‌ ମାନିବା ସହ ପିଲାଙ୍କ ସୁରକ୍ଷା ନେଇ ସତର୍କ ରହିବା ଉଚିତ । ଘରର କୌଣସି ଲୋକଙ୍କଠାରେ କରୋନା ଲକ୍ଷଣ ଦେଖାଦେଲେ ସେ ପ୍ରଥମେ ପିଲାମାନଙ୍କ ଠାରୁ ନିଜକୁ ଦୂରେଇ ରଖିବା ଉଚିତ । ସାଧାରଣତଃ ପିଲାମାନଙ୍କ ସଂକ୍ରମଣ ଅଭିଭାବକମାନଙ୍କ ନିକଟରୁ ହୋଇଥାଏ,’’ କହିଛନ୍ତି ଜିଲ୍ଲା କୋଭିଡ କଣ୍ଟ୍ରୋଲ ରୁମ୍‌ ଇନ୍‌-ଚାର୍ଜ ଡଃ ଶୁଭ୍ରଜିତ ଗିରି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘‘ମୋତେ ଅନେକ ଧନୀ ଲୋକଙ୍କ ଶାରୀରିକ ଚାହିଦା ମେଣ୍ଟାଇବାକୁ ପଡ଼ିଛି’’: ବାଂଲା ଅଭିନେତ୍ରୀ Pori Moni

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ବାଲେଶ୍ୱର ଜିଲ୍ଲାରେ ପ୍ରତ୍ୟେକ ଦିନ ପାଖାପାଖି ୨୦ ଜଣ ଶିଶୁ ଜନ୍ମ ଗ୍ରହଣ କରୁଥିବା ବେଳେ କୋଭିଡ ସମୟରେ ପ୍ରତ୍ୟେକ ଦିନ ପାଖାପାଖି ୩୦ ଜଣ ଶିଶୁ ହସପିଟାଲରେ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଆଡମିଶନ୍‌ ହେଉଥିବା ଦେଖିବାକୁ ମିଳୁଛି ।



‘‘ବାଲେଶ୍ୱର ହସପିଟାଲରେ ୧୨ ଜଣ ଶିଶୁ କରୋନା ପଜିଟିଭ୍‌ ବାହାରିବା ଆମ ସମସ୍ତଙ୍କ ପାଇଁ ସତର୍କର ଘଣ୍ଟି । ପ୍ରତ୍ୟେକ ବାପା ଓ ମା’ ଏବେ ନିଜ ଶିଶୁ ପ୍ରତି ଅଧିକ ଯତ୍ନବାନ ହେବାର ସମୟ । ଆମେ ଅଭିଭାବକମାନେ ନିଜ ପିଲାକୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିବା ଉଚିତ,’’ କହିଛନ୍ତି ଜଣେ ଅବିଭାବକ ଗିରିଜା ଶଙ୍କର ଦାସ ।
Published by: Anand S.T. Das
First published: August 26, 2021, 11:54 PM IST