କେରଳରୁ ସମ୍ମାନ ଓ ସୁବିଧା ସହ ଆସୁଛନ୍ତି ୧,୧୫୦ ଜଣ ଓଡ଼ିଆ; ଦୁଇଟି ଷ୍ଟେସନରେ ସ୍ୱାଗତ ହେବ

ଓଡ଼ିଶା ପହଞ୍ଚିବା ପରେ ପ୍ରବାସୀ ଓଡ଼ିଆମାନଙ୍କୁ ଷ୍ଟେସନରୁ ସରକାରୀ ଗାଡ଼ିରେ ନିଜ ନିଜର ଗାମ ପଞ୍ଚାୟତର କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ନିଆଯିବ । ସେଠି ସେମାନଙ୍କୁ ୧୪ ଦିନ ରଖାଯିବ ।

କେରଳରୁ ସମ୍ମାନ ଓ ସୁବିଧା ସହ ଆସୁଛନ୍ତି ୧,୧୫୦ ଜଣ ଓଡ଼ିଆ; ଦୁଇଟି ଷ୍ଟେସନରେ ସ୍ୱାଗତ ହେବ
କେରଳର ଏକ ରେଳ ଷ୍ଟେସନରେ ଟ୍ରେନ ଚଢ଼ିବାକୁ ପହଞ୍ଚୁଥିବା ପ୍ରବାସୀ ଶ୍ରମିକମାନେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ପ୍ରବାସୀ ଓଡ଼ିଆଙ୍କ ଫେରିବା ପାଇଁ ‘ଅପେରସନ ଶୁଭଯାତ୍ରା’, ଯାହା ଜରିଆରେ ପ୍ରଥମ ପର୍ଯ୍ୟାୟରେ କେରଳରୁ ଓଡ଼ିଶା ଅଭିମୁଖେ ଫେରିବା ଆରମ୍ଭ କରିଛନ୍ତି ମୋଟ ୧,୧୫୦ ଜଣ ପ୍ରବାସୀ ଓଡ଼ିଆ । ଓଡ଼ିଶାର ୨୩ଟି ଜିଲ୍ଲାରୁ ଯାଇଥିବା ମୋଟ ୧,୧୫୦ ଜଣ ଓଡ଼ିଆଙ୍କୁ ଧରି କେରଳରୁ ବାହାରିଥିବା  ଏହି ସ୍ୱତନ୍ତ୍ର ଟ୍ରେନ ରବିବାର ପୂର୍ବାହ୍ନ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ ବୋଲି ଆଶା କରାଯାଉଛି ।

ରାଜ୍ୟ ଆଇଟି ସଚିବ ମନୋଜ ମିଶ୍ର କହିଛନ୍ତି: ‘‘କେରଳରୁ ସମ୍ମାନ ଓ ସୁବିଧା ସହିତ ଆସୁଛନ୍ତି ଏହି ୧,୧୫୦ ଜଣ ପ୍ରବାସୀ  ଓଡ଼ିଆ । ସେମାନଙ୍କ ଭିତରେ ଅଛନ୍ତି କନ୍ଧମାଳର ୩୮୨ ଜଣ, କେନ୍ଦ୍ରାପଡ଼ାର ୨୮୩ ଜଣ ଓ ଗଞ୍ଜାମର ୧୩୦ ଜଣ ବ୍ୟକ୍ତି । ଏହି ଟ୍ରେନର ଦୁଇଟି ସ୍ଥାନରେ ରହଣି ହେବ – ବ୍ରହ୍ମପୁର ନିକଟ ଜଗନ୍ନାଥପୁର ଓ ଖୋର୍ଦ୍ଧା ରୋଡ଼ ଷ୍ଟେସନ । ଦକ୍ଷିଣ ଓଡ଼ିଶାର ଲୋକେ ଜଗନ୍ନାଥପୁରରେ ଓହ୍ଲାଇବେ ଓ ଅନ୍ୟମାନେ ଖୋର୍ଦ୍ଧା ରୋଡ଼ରେ ଓହ୍ଲାଇବେ । ଉପଯୁକ୍ତ ଡାକ୍ତରୀ ପରୀକ୍ଷା ପରେ ଏହି ସମସ୍ତ ୧,୧୫୦ ଜଣଙ୍କୁ ଓଡ଼ିଶା ଆସିବା ଲାଗି ଅନୁମତି ମିଳିଛି ଓ ସରକାରୀ ନିୟମ ଅନୁସାରେ ସମସ୍ତେ ପୂର୍ବରୁ ଅନଲାଇନ ପଞ୍ଜୀକରଣ କରିଛନ୍ତି । କେରଳରୁ ବାହାରିବା ସମୟରେ ଷ୍ଟେସନରେ କୋଭି-୧୯ ନିୟମର ଶୃଙ୍ଖଳା ଭିତରେ ଏମାନେ ସମସ୍ତେ ଟ୍ରେନରେ ବସିଥିଲେ ।’’

ମିଶ୍ର ଆହୁରି କହିଛନ୍ତି ଯେ ଏହି ୧,୧୫୦ ଜଣ ଲୋକ ଓଡ଼ିଶାରେ ପହଞ୍ଚିବା ପରେ ଦୁଇଟି ଯାକ ଷ୍ଟେସନରେ ସେମାନଙ୍କୁ ସ୍ୱାଗତ କରିବେ ଦାୟିତ୍ୱ ପାଇଥିବା ସରକାରୀ ଅଧିକାରୀ । ଏହି ସମୟରେ ଅନ୍ୟ କାହାକୁ ଷ୍ଟେସନକୁ ଯିବାକୁ ଦିଆଯିବ ନାହିଁ । ଷ୍ଟେସନରୁ ଏମାନେ ସରକାରୀ ଗାଡ଼ିରେ ନିଜ ନିଜର ଗାମ ପଞ୍ଚାୟତର କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ଯିବେ । ସେଠାରେ ସେମାନଙ୍କୁ ୧୪ ଦିନ ରଖାଯିବ। ମୋଟ ଉପରେ ଏହା ଏକ ସଫଳ ମଡେଲ ବୋଲି କହିଛନ୍ତି ମିଶ୍ର ।

ପ୍ରେସ୍ କନଫେରେନ୍ସରେ ସୂଚନା ଦେଉଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ।


‘‘ଏବେ ରାଜ୍ୟରେ କରୋନାର ହଟସ୍ପଟ ପାଲଟିଛି ଯାଜପୁର ଜିଲ୍ଲାର କଟିକଟା ଅଞ୍ଚଳ । ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳରେ ଚିହ୍ନଟ ହେଲେଣି ୨୧ ଜଣ ପଜିଟିଭ । ମାତ୍ର ୫ ଜଣ ପଶ୍ଚିମ ବଙ୍ଗ ଫେରନ୍ତାଙ୍କ ଠାରୁ ଏହି ରୋଗ ବ୍ୟାପି ଏବେ ବ୍ୟାପକ ହେବାରେ ଲାଗିଛି । ଏହାର ମୂଳ କାରଣ ହେଲା ସରକାରୀ ନିୟମକୁ ନ ମାନିବା,’’ କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ଧଳ ।

ସରକାର ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ କ୍ଳଷ୍ଟର କନଟେନମେଣ୍ଟ ଷ୍ତ୍ରାଟେଜୀ ଆପଣେଇଛନ୍ତି ବୋଲି ସେ କହିଛନ୍ତି । ‘‘ଏହି ଆଧାରରେ ଭୁବନେଶ୍ୱରରେ ମିଳିଥିଲା ସଫଳତା । ତେଣୁ କଟିକଟାରେ ମଧ୍ୟ ଏହା ପ୍ରୟୋଗ କରାଯିବ । ଦରକାର ହେଲେ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଏହା ଲାଗୁ ହେବ । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍ୱତନ୍ତ୍ର ସର୍ଭେ ଉପରେ ଗୁରୁତ୍ୱ ଦିଆଯିବ। ଅଙ୍ଗନବାଡି, ଆଶା ଓ ଏ.ଏନ.ଏମ. କର୍ମୀମାନେ ଏହାକୁ କାର୍ଯ୍ୟକାରୀ କରିବେ। ମୁଖ୍ୟ କଥା ହେଲା ଏବେ ରାଜ୍ୟରେ ନମୁନା ପରୀକ୍ଷାକୁ ୧୯ ଗୁଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସମସ୍ତେ କୋଭିଡ ନିୟମ ମାନିବା ଉଚିତ,’’ କହିଛନ୍ତି ଧଳ ।

କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି, ‘‘ମାନବିକତା, ପରିକଳ୍ପନାକୁ  ବ୍ୟାପକ ରୂପ ଦେବାର ଲକ୍ଷ  ତଥା ଅନୁଶାସନ କାରଣରୁ ଓଡ଼ିଶା ସାରା ଦେଶରେ ଏକ ରୋଲ ମଡେଲ ପାଲଟିଛି । ଏଥି ପାଇଁ ସମସ୍ତଙ୍କର ସହଯୋଗ ହି ଦାୟୀ ।’’
First published: May 2, 2020, 7:54 PM IST
corona virus btn
corona virus btn
Loading