ରାଜ୍ୟରେ ଆହୁରି ୧୧୦ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ୩,୨୫୦ ହେଲା

ଭଦ୍ରକର ଏକ କ୍ବାରାଣ୍ଟାଇନ ସେଣ୍ଟରରେ ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଆଜିର ୧୧୦ ଜଣ ନୂଆ ଆକ୍ରାନ୍ତ ୧୭ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ସର୍ବାଧିକ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆହୁରି ୧୧୦ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ୩,୨୫୦ ହେଲା
ଭଦ୍ରକରେ ଏକ କ୍ୱାରେଣ୍ଟାଇନ ସେଣ୍ଟରରେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କୁ ମାସ୍କ ପିନ୍ଧାଉଛନ୍ତି ଜଣେ ସହଯୋଗୀ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ୧୧୦ ଜଣ କରୋନା ଭାଇରସ୍‌ ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୭ ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ ଓ ୧୩ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫୦ରେ ପହଞ୍ଚିଛି ।

ଆଜିର ୧୧୦ ଜଣ ନୂଆ ଆକ୍ରାନ୍ତ ୧୭ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ସର୍ବାଧିକ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୨୦, ଖୋର୍ଦ୍ଧାରୁ ୧୪, ଗଜପତିରୁ ୧୧, ପୁରୀରୁ ୭ ଓ ମୟୂରଭଞ୍ଜରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ରେ ପହଞ୍ଚିଛି । ଖୋର୍ଦ୍ଧା ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦ରେ ଓ କଟକ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯ରେ ପହଞ୍ଚିଛି ।

ରାଜ୍ୟରେ ମୋଟ ୩,୨୫୦ ଜଣ କରୋନା ଭାଇରସ୍‌ ପଜିଟିଭଙ୍କ ମଧ୍ୟରୁ ଏବେ ୧,୧୦୬ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସୁସ୍ଥ ହୋଇ ଫେରିଛନ୍ତି ୨,୧୩୩ ଜଣ । ଏ ପର୍ଯ୍ୟନ୍ତ ନଅ ଜଣ ଆକ୍ରାନ୍ତଙ୍କ ମୃ୍ତ୍ୟୁ ହୋଇଛି ।

ଭଦ୍ରକରେ କ୍ୱାରେଣ୍ଟାଇନ ସେଣ୍ଟରରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ସ୍ତ୍ରୀ କାନ୍ଦୁଛନ୍ତି ।


ଆଜି ଭଦ୍ରକର ଏକ କ୍ବାରାଣ୍ଟାଇନ ସେଣ୍ଟରରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଭଦ୍ରକ କୋରକରା କ୍ବାରାଣ୍ଟାଇନ ସେଣ୍ଟରରେ ୫୮ ବର୍ଷୀୟ ରାଧାଶ୍ୟାମ ପାଣିଙ୍କ ଜୀବନ ଯାଇଥିବା ଜଣା ପଡ଼ିଛି । ସେ ଗତ କାଲି କୋଲକାତାରୁ ଫେରିଥିଲେ । ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉପଜିଲ୍ଲାପାଳ, ତହସିଲଦାର ଓ ମେଡିକାଲ ଟିମ୍‌ । ମୃ୍ତ୍ୟୁର କାରଣ ବିଷୟରେ ତଦନ୍ତ ଆରମ୍ଭ ହୋଇଛି ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କରୋନା ଯୋଦ୍ଧାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିଛନ୍ତି ଓ ସେମାନଙ୍କ ସହ ଆଲୋଚନା କରିଛନ୍ତି । ସବୁ ଜିଲ୍ଲାର ସିଡିଏମଓ, ମେଡିକାଲ ଜଲେଜର କର୍ମଚାରୀ ଓ କୋଭିଡ ହସପିଟାଲର ଅଧିକାରୀଙ୍କ ସହ ମୁଖ୍ୟ ମନ୍ତ୍ରୀ ଆଲୋଚନା କରିଛନ୍ତି ।

ଆଗ ଧାଡ଼ିରେ ରହି କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ, ପୋଲିସ କର୍ମଚାରୀ ସଂକ୍ରମିତ ହେଉଥିବାରୁ ସରକାରଙ୍କ ଚିନ୍ତା ବଢିଛି । ସେମାନେ କିଭଳି ସୁରକ୍ଷିତ ରହିବେ ଓ କଣ ସମସ୍ୟା  ରହିଛି ସେନେଇ ମୁଖ୍ୟ ମନ୍ତ୍ରୀ ପଚାରି ବୁଝିଛନ୍ତି । ପୂର୍ବରୁ କରୋନା ଯୋଦ୍ଧାଙ୍କୁ ଅଗ୍ରୀମ ଦରମା ଦେବା ସାଙ୍ଗକୁ ଚିକିତ୍ସା ବେଳେ ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ଘୋଷଣା କରିଥିଲେ ମୁଖ୍ୟ ମନ୍ତ୍ରୀ ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 10, 2020, 2:01 PM IST
corona virus btn
corona virus btn
Loading