ଦେଶରେ କରୋନାରେ ଗଲାଣି ୧୦୯ ଲୋକଙ୍କ ଜୀବନ; ସଂକ୍ରମିତ ହେଲେଣି ୪,୦୪୭ ଜଣ
କରୋନା ଭୂତାଣୁ ଯୋଗୁଁ ସାରା ବିଶ୍ବରେ ଏ ପର୍ଯ୍ୟନ୍ତ ୬୯,୪୦୦ ଲୋକଙ୍କ ମୃତ୍ୟୁ ହେଲାଣି ଓ ୧୨ ଲକ୍ଷ ୭୧ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨ ଲକ୍ଷ ୬୧ ହଜାରୁ ଅଧିକ ଲୋକ ।

ମୁମ୍ବାଇରେ ଏକ ହସପିଟାଲ୍ ବାହାରର ଦୃଶ୍ୟ (ଫାଇଲ୍ ଫଟୋ, ଏ.ପି.)
- News18 Odia
- Last Updated: April 6, 2020, 11:53 AM IST
ନୂଆ ଦିଲ୍ଲୀ: କରୋନା ଭାଇରସ୍ କାରଣରୁ ଭାରତରେ ଏ ପର୍ଯ୍ୟନ୍ତ ହୋଇଥିବା ମୃତ୍ୟୁ ସଂଖ୍ୟା ୧୦୦ ପାର୍ କରିଛି । ବର୍ତ୍ତମାନ ସୁଦ୍ଧା ୧୦୯ ଜଣଙ୍କ ଜୀବନ ନେଲାଣି କିଲର ଭାଇରସ । ୪,୦୪୭ ଜଣ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ସ୍ଥିତି ଉଦବେଗଜନକ ରହିଛି । ଏଠାରେ ୪୫ ଜଣଙ୍କ ଜୀବନ ନେଲାଣି କିଲର ଭାଇରସ ।
ଗୁଜରାଟରେ ୧୧ ଓ ଦିଲ୍ଲୀରେ ୭ ଜଣଙ୍କ ମୃତ୍ୟୁ ହେଲାଣି । ତେଲଙ୍ଗାନେର ମଧ୍ୟ ୭ ଜଣଙ୍କ ଜୀବନ ନେଲାଣି କରୋନା ଭୂତାଣୁ । ମଧ୍ୟ ପ୍ରଦେଶରେ ୯, ପଞ୍ଜାବରେ ୬, କର୍ଣ୍ଣାଟକ ୪, ତାମିଲ ନାଡୁରେ ୫ ଓ ପଶ୍ଚିମ ବଙ୍ଗରେ ୩ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ହେଲାଣି ।
ଦେଶରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩,୬୬୬ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଇଟାଲୀରେ ୧୫,୮୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୮ ହଜାର ଉପରେ ରହିଛି । ସେହିପରି ସ୍ପେନରେ ମୃତ୍ୟୁ ସଂଖ୍ୟା ୧୨,୬୦୦ ଉପରେ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ପାର ହୋଇଛି । ଫ୍ରାନ୍ସରେ ୮,୦୦୦ ଓ ବ୍ରିଟେନରେ ୪,୯୦୦ରୁ ଅଧିକ ଜୀବନ ନେଲାଣି କରୋନା । ତେବେ ଚୀନରେ ନିୟନ୍ତ୍ରଣରେ ରହିଛି ଏହି ଭୂତାଣୁ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚୀନରେ କାହାରି ମୃତ୍ୟୁ ହୋଇ ନ ଥିବା ବେଳେ କୌଣସି ବ୍ୟକ୍ତି ଭାଇରସରେ ଆକ୍ରାନ୍ତ ବି ହୋଇନାହାନ୍ତି ।