News18 Odia Digital
ମୁମ୍ବାଇ: ଉଦ୍ୟୋଗ ଜଗତର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ସ୍ୱରୂପ ରିଲାଏନ୍ସ ଫାଉଣ୍ଡେସନ୍ (Reliance Foundation) ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ କୋଭିଡ୍ ଟିକାକରଣ (COVID Vaccination of Reliance employees) କରାଯାଇଛି । ଏହି ଟିକାଗୁଡ଼ିକୁ ରିଲାଏନ୍ସ ଫାଉଣ୍ଡେସନ୍ର "ମିସନ ଭ୍ୟାକ୍ସିନ୍ ସୁରକ୍ଷା’ଅଧୀନରେ ଦିଆଯାଇଛି । ଦେଶରେ କୋଭିଡ୍ ଟିକାକରଣ ଅଭିଯାନକୁ ଆଗକୁ ବଢ଼ାଇ ସାଧାରଣ ଜନତାଙ୍କୁ ଅତିରିକ୍ତ ୧୦ ଲକ୍ଷ ଟିକା ଦେବ ବୋଲି ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଘୋଷଣା କରାଯାଇଛି ।
ଗତ ମାସରେ କମ୍ପାନୀର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍)ରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି (Nita Ambani) ସାଧାରଣ ଜନତାଙ୍କ ଟିକାକରଣ ଲାଗି ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ । ‘‘ଏହି ମିସନକୁ ଦେଶବ୍ୟାପୀ ଲାଗୁ କରିବା ଏକ ବହୁତ ବଡ଼ କାର୍ଯ୍ୟ । କିନ୍ତୁ ଏହା ହେଉଛି ଆମର ଧର୍ମ । ସବୁ ଭାରତୀୟଙ୍କ ପାଇଁ ଏହା ହେଉଛି ଆମର କର୍ତ୍ତବ୍ୟ, ସୁରକ୍ଷା ଓ ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତା । ଆମର ଦୃଢ଼ ବିଶ୍ୱାସ ରହିଛି ଯେ ମିଳିତ ଭାବେ ଆମେ ଏହି କାର୍ଯ୍ୟ କରିପାରିବା ଏବଂ ଏହି ସଙ୍କଟରୁ ଉଦ୍ଧାର ପାଇବା,’’ କହିଛନ୍ତି ନୀତା ଅମ୍ବାନି ।
ଏହା ବି ପଢ଼ନ୍ତୁ | ACF ସୌମ୍ୟ ମୃତ୍ୟୁ: ସ୍ତ୍ରୀ ବିଦ୍ୟାଙ୍କ ଆଉ ଏକ ହାତଲେଖା ମିଳିଲା; ଜନୈକ ‘ଅକ୍ଷୟ’ଙ୍କ ନାଁକୁ ନେଇ ଚର୍ଚ୍ଚା
ରିଲାଏନ୍ସ ପକ୍ଷରୁ ଟିକାକରଣ ପାଇଁ ସାରା ଦେଶରେ ୧୭୧ଟି କେନ୍ଦ୍ର ସ୍ଥାପନ କରାଯାଇଛି । ରିଲାଏନ୍ସ ଫାଉଣ୍ଡେସନ ଏବେ ଏନ୍.ଜି.ଓ.ଗୁଡ଼ିକ ଜରିଆରେ ଅତିରିକ୍ତ ୧୦ ଲକ୍ଷ ଟିକା ଡୋଜ୍ ଦେବ । ସେଗୁଡ଼ିକ କାରଖାନା ଆଖପାଖରେ ବାସ କରୁଥିବା ଲୋକ ଓ ସାଧାରଣ ଜନତାଙ୍କୁ ଦିଆଯିବ ।
ଏହା ବି ପଢ଼ନ୍ତୁ | ହାଇଦର୍ର ଏନ୍କାଉଣ୍ଟର୍ ମୃତ୍ୟୁ: ପୋଲିସ୍ର ‘‘ନିୟନ୍ତ୍ରିତ ଫାୟାରିଂ’’ ଦାବି ଉପରେ ଉଠିଲା ଅନେକ ପ୍ରଶ୍ନ
‘ମିସନ ଭ୍ୟାକ୍ସିନ୍ ସୁରକ୍ଷା’ଅଧୀନରେ କରୋନା ଟିକାର ୧୦ ଲକ୍ଷ ଡୋଜ୍ ଦିଆଯିବା କାର୍ଯ୍ୟ ଶେଷ ହୋଇଛି । କମ୍ପାନିର ୯୮ ପ୍ରତିଶତ କର୍ମଚାରୀ ଅତି କମ୍ରେ ଟିକାର ଗୋଟିଏ ଲେଖାଏଁ ଡୋଜ୍ ନେଇସାରିଛନ୍ତି । କରୋନା ଟିକାକରଣ ଅଧୀନରେ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ସାମିଲ କରାଯାଇଛି । ଏହା ବ୍ୟତୀତ କମ୍ପାନୀ ତରଫରୁ ଅଫ୍-ରୋଲ୍ କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ, ଅବସରପ୍ରାପ୍ତ କର୍ମଚାରୀ ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ ଟିକା ଦିଆଯାଉଛି ।
ଏହା ବି ପଢ଼ନ୍ତୁ | ଗ୍ୟାଙ୍ଗଷ୍ଟର୍ ହାଇଦର୍ର ପୋଷ୍ଟମର୍ଟମ୍: ଦେହରୁ ବାହାରିଲା ୪ଟି ଗୁଳି – ପିଞ୍ଜରାରୁ ୨ଟି ଓ ଜଙ୍ଘରୁ ୨ଟି
କୋଭିଡ୍ ମହାମାରୀକୁ ରୋକିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛି । ଏକ ଲକ୍ଷ ରୋଗୀଙ୍କୁ ଯେଭଳି ଅକ୍ସିଜେନ୍ ମିଳିପାରିବ ସେଥି ପାଇଁ ବିନା ମୂଲ୍ୟରେ ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍ ଉତ୍ପାଦନ କରାଯାଉଛି । ଏହା ସହିତ ସାରା ଦେଶରେ କମ୍ପାନୀ ୨,୦୦୦ କୋଭିଡ୍ କେୟାର ଶଯ୍ୟାର ଦେଖାଶୁଣାର ଦାୟିତ୍ୱ ନେଇଛି । କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ୭.୫ କୋଟି ଭୋଜନ ଉପଲବ୍ଧ କରାଯାଇଛି । ଆଗ ଧାଡିର କରୋନା ଯୋଦ୍ଧା, ଦିନ ମଜୁରିଆ, ପରିବହନ କର୍ମଚାରୀ, ଉଠା ଦୋକାନୀ ଓ ଏମିତି ଅନେକ ବର୍ଗର ଲୋକଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଏକ କୋଟିରୁ ଉର୍ଦ୍ଧ୍ୱ ମାସ୍କ ଓ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି ।
ରିଲାଏନ୍ସ ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ମୋ’ଟ ସି.ଏସ୍.ଆର୍. ବ୍ୟୟର ୪ ପ୍ରତିଶତ ମହତ୍ୱପୂର୍ଣ୍ଣ ଯୋଗଦାନ କରିଛି । ଏହା ସଙ୍ଗଠିତ ଭାବରେ କରୋନା ମୁକାବିଲାରେ ଦେଶ ପାଇଁ ସହାୟକ ହୋଇଥିବା ବେଳେ ଟିକାକରଣ ମିଶନ୍ ଦେଶବାସୀଙ୍କ ପ୍ରତି ଯତ୍ନଶୀଳ ରହିବା ନେଇ ରିଲାଏନ୍ସର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଛି ।
(
ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)