World Test Championship: ଶିଖର ଧାୱନ ଖେଳିପାରନ୍ତି ଫାଇନାଲ; ଶୁବମନ ଗିଲ ଖେଳିବାକୁ ନେଇ ସନ୍ଦେହ!
World Test Championship: ୧୮ ଜୁନ୍ ରୁ ୨୨ ଜୁନ୍ ମଧ୍ୟରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚମ୍ପିୟାନସିପର ଫାଇନାଲ୍ ମ୍ୟାଚ ଖେଳାଯିବ । ଭାରତୀୟ ଦଳ ବର୍ତ୍ତମାନ ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ଓ ନ୍ୟୁଜିଲ୍ୟାଣ୍ଡ ଦଳ ଦ୍ୱିତୀୟ ସ୍ଥାନରେ ରହିଛି ।
- news18-Odia
- Last Updated: May 6, 2021, 2:19 PM IST
News18 Odia Digital
ନୂଆ ଦିଲ୍ଲୀ: ଆଇପିଏଲ ୨୦୨୧ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ବର୍ତ୍ତମାନ ଭାରତୀୟ ଦଳକୁ ଆସନ୍ତା ମାସ ୧୮ ରୁ ୨୨ ଜୁନ୍ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଅନ୍ତିମ ମ୍ୟାଚ୍ ଖେଳିବାକୁ ପଡିବ । ଭାରତୀୟ ଦଳ ବର୍ତ୍ତମାନ ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ଓ ନ୍ୟୁଜିଲ୍ୟାଣ୍ଡ ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଏଭଳି ପରିସ୍ଥିତିରେ WTC ଫାଇନାଲ ଜବରଦସ୍ତ ହେବ ବୋଲି ଆଶା କରାଯାଉଛି । ଭାରତୀୟ ଦଳରେ ଚେତେଶ୍ୱର ପୂଜାରା, ବିରାଟ କୋହଲି, ଜସପ୍ରୀତ ବୁମ୍ରା, ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି ମ୍ୟାଚ ବିଜେତା ଥିବାବେଳେ ନ୍ୟୁଜିଲ୍ୟାଣ୍ଡ ଦଳରେ କେନ ୱିଲିୟମସନ, ରସ ଟେଲର, ଟ୍ରେଣ୍ଟ ବୋଲ୍ଟ ଓ ଟିମ ସାଉଥୀ ଭଳି ମ୍ୟାଚ ବିଜେତା ଅଛନ୍ତି ।
ବର୍ତ୍ତମାନ ଭାରତୀୟ ଦଳରେ କେବଳ ଗୋଟିଏ ସମସ୍ୟା ରହିଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ରୋହିତ ଶର୍ମା ଯେପରି ବ୍ୟାଟିଂ କରିଥିଲେ ତାଙ୍କର ଫାଇନାଲ ଖେଳିବାକୁ ନିଶ୍ଚିତ ମନାଯାଉଛି । ତୃତୀୟ ନମ୍ବରରେ ଚେତେଶ୍ୱର ପୂଜାରା, ଚତୁର୍ଥ ନମ୍ବରରେ ବିରାଟ କୋହଲି, ପାଞ୍ଚ ନମ୍ବରରେ ଅଜିଙ୍କ୍ୟ ରାହାଣେ ଓ ଷଷ୍ଠ ସ୍ଥାନରେ ଋଷଭ ପନ୍ତ ଖେଳାଯାଇପାରେ । ଏହି ଦଳରେ ଇଶାନ୍ତ ଶର୍ମା, ମହମ୍ମଦ ଶାମି ଓ ଜସପ୍ରୀତ ବୁମ୍ରା ମଧ୍ୟ ସାମିଲ ରହିବେ । ଯେହେତୁ ସ୍ପିନର ଭାବେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସ୍ଥାନ ନିଶ୍ଚିତ ହୋଇଛି ତେଣୁ ରବୀନ୍ଦ୍ର ଜାଡେଜା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଲରାଉଣ୍ଡର ଭାବେ ଚୟନ କରାଯାଇପାରେ । ତେବେ ଅଷ୍ଟ୍ରେଲୀୟ ଗସ୍ତ ପରଠାରୁ ଶୁଭମାନ ଗିଲ ଭଲ ଫର୍ମରେ ନାହାଁନ୍ତି । ଏହା ଭାରତ ପାଇଁ ଚିନ୍ତାର ବିଷୟ ହୋଇପାରେ ।
ଶୁବମନ ଗିଲ ଫର୍ମରେ ନାହାଁନ୍ତି
ତିନି ବର୍ଷ ପୂର୍ବେ ନିଜର ଶେଷ ଟେଷ୍ଟ ଖେଳିଥିଲେ ଧାୱନ