• news18-Odia
  • Last Updated: April 4, 2021, 11:52 PM IST

News18 OdiaDigital


ଅହମଦାବାଦ: ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଏକ ଆଶ୍ଚର୍ଯ୍ୟଜନକ ଅଭିଯୋଗ ପୋଲିସ ନିରଟରେ କରିଛନ୍ତି । ନିଜ ଲିଖିତ ଅଭିଯୋଗରେ ଏହି ମହିଳା କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କ ସହ ବର୍ଷକରୁ ଅଧିକ ସମୟ ଧରି ଯୌନ ସମ୍ପର୍କ ରଖି ନାହାନ୍ତି । ମହିଳା ଜଣକ ନିଜ ଏଫ୍‌.ଆଇ.ଆର୍‌.ରେ ଆହୁରି ଲେଖିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କ ଦୁଇ ବର୍ଷର ଝିଅକୁ ବିୟର୍‌ ପିଇବାକୁ ବାଧ୍ୟ କରିଥିଲେ ।


ଏହି ଘଟଣା ଘଟିଛି ଗୁଜରାଟର ଅହମଦାବାଦ ସହରରେ । ସେଠାକାର ଗୋତା ଅଞ୍ଚଳର ଏହି ମହିଳା ନିଜ ଏନ୍‌.ଆର୍‌.ଆଇ. ସ୍ୱାମୀଙ୍କ ବିରୋଧରେ ପୋଲିସ ନିକଟରେ ଏମିତି ଅଭିଯୋଗ କରିଛନ୍ତି । ମହିଳାଙ୍କ କହିବା ଅନୁସାରେ ବର୍ତ୍ତମାନ ଦୁବାଇରେ ରହୁଥିବା ତାଙ୍କ ସ୍ୱାମୀ ନିଜ ପିତାମାତା ଓ ପରିବାର ଲୋକଙ୍କ କଥା ମାନି ତାଙ୍କ ଉପରେ ଅତ୍ୟାଚାର କରିଆସୁଛନ୍ତି ।


ଏହା ବି ପଢ଼ନ୍ତୁ | ଏବେ ରାଜ୍ୟରେ ଦିନ ବେଳା କର୍ଫ୍ୟୁ ଲାଗିବ ନାହିଁ; ୧୦ ଜିଲ୍ଲାରେ କାଲି ଠାରୁ ରାତି କର୍ଫ୍ୟୁ ହେବ: କହିଲେ SRC

ଏହି ମହିଳା ୨୦୧୬ ମସିହାରେ ବିବାହ କରିଥିଲେ । ସେ ୨୦୧୭ରେ ତାଙ୍କ ସ୍ୱାମୀଙ୍କ ସହ ଭାରତରୁ ଦୁବାଇ ଯାଇଥିଲେ । ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ସେଠାରେ ତାଙ୍କୁ ବିୟର ପିଇବାକୁ ବାଧ୍ୟ କରିଥିଲେ ଓ ସେମାନଙ୍କ ଶିଶୁ କନ୍ୟାକୁ ଖାଲି ବିୟର କ୍ୟାନ୍ ଖେଳିବାକୁ ଦେଉଥିଲେ ।


ଏହା ବି ପଢ଼ନ୍ତୁ |ଓଡ଼ିଶାରେ PM ଆବାସ ଯୋଜନାରେ ରାଜ୍ୟ ବି ଖର୍ଚ୍ଚ କରୁଛି; ତେଣୁ ବିଜୁ ପକ୍କା ଘର ଲୋଗୋ ଲାଗିଲେ ଅସୁବିଧା ?’

‘ଟାଇମ୍ସ ଅଫ୍ ଇଣ୍ଡିଆ’ ଖବରକାଗଜର ଏକ ରିପୋର୍ଟ ଅନୁଯାୟୀ ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀ ପ୍ରତ୍ୟେକ ଥର ମଦ୍ୟପାନ କରି ଘରେ ଖୁବ୍‌ ଗଣ୍ଡଗୋଳ ସୃଷ୍ଟି କରନ୍ତି । ଯଦିଓ ମହିଳା ନିଜେ ମଦ୍ୟ ପାନ କରିବାକୁ ଭଲପାଆନ୍ତି ନାହିଁ ଓ କେବେ ପିଅନ୍ତି ନାହିଁ, ତଥାପି ତାଙ୍କ ସ୍ୱାମୀ ତାଙ୍କୁ ବିୟର୍‌ ପିଇବାକୁ ବାଧ୍ୟ କରନ୍ତି ଓ ତାଙ୍କ ଶିଶୁ କନ୍ୟାକୁ ବି ପିଆଇ ଦିଅନ୍ତି ବୋଲି ସେ ଏତାଲାରେ ଲେଖିଛନ୍ତି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେମୋ ବସ୍‌’ କଣ୍ଡକ୍ଟର୍ଯାତ୍ରୀଙ୍କୁ ଚଳନ୍ତା ବସ୍ରୁ ଠେଲିଦେଲା, ପାଦ ଉପରେ ଚଢ଼ିଗଲା ବସ୍


ମହିଳା ଏଥିରେ ଲେଖିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କ (ମହିଳାଙ୍କ) ପତଳା ଶରୀର ଯୋଗୁଁ ତାଙ୍କୁ ଥଟ୍ଟା କରନ୍ତି ଓ ବର୍ଷକରୁ ଅଧିକ ସମୟ ହେଲା ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରୁଛନ୍ତି । ଏପରିକି ତାଙ୍କ ଝିଅ ଅସୁସ୍ଥ ଥିବା ବେଳେ ସ୍ୱାମୀ ତା’ ପାଇଁ ଔଷଧ ଆଣିବାକୁ ମନା କରିଦେଇଥିଲେ ବୋଲି ସେ କହିଛନ୍ତି ।


ଏହା ବି ପଢ଼ନ୍ତୁ | ମୟୂରଭଞ୍ଜ: ହେଲ୍ମେଟ୍ ପାଇଁ ଗର୍ଭବତୀଙ୍କୁ କିମି ଚଲାଇଥିବା ପୋଲିସ ଅଧିକାରୀ ସସ୍ପେଣ୍ଡ୍ ହେଲେ


ଦୁବାଇରୁ ଏହି ପରିବାର ଭାରତ ଫେରିବା ପରେ ମହିଳାଙ୍କ ସ୍ୱାମୀ ତାଙ୍କୁ ତାଙ୍କ ବାପଘରେ ଛାଡି଼ ଦେଇଥିଲେ । ତା’ପରେ ସେ ନିଜ ପରିବାର ଲୋକଙ୍କ ସହିତ ଦୁବାଇ ପଳାଇଯାଇଥିଲେ ବୋଲି ଏତାଲାରେ ସେ ଉଲ୍ଲେଖ କରିଛନ୍ତି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ହୋଲିରେ ଭୁବନେଶ୍ୱରରେ ମହିଳାଙ୍କ ଅଭାବନୀୟ କାଣ୍ଡ: ବ୍ଲେଡରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲେ


କିଛି ମାସ ପୂର୍ବେ ଗୁଜରାଟର ଅହମଦାବାଦରେ ଜଣେ ୨୪ ବର୍ଷୀୟ ଯୁବକ ଠିକଣା ପଚାରିବା ବାହାନାରେ ଜଣେ ଆଇନ ଛାତ୍ରୀଙ୍କୁ ଫ୍ଲାସ୍‌ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ । ଜାନୁଆରୀ ୨୨ରେ ଏହି ଘଟଣା ଘଟିଥିଲା । ସହରର ନାବରଙ୍ଗପୁରା ଅଞ୍ଚଳରେ ଏକ ଘରୋଇ ଆଇନ ସଂସ୍ଥାରେ କାର୍ଯ୍ୟ କରୁଥିବା ୨୧-ବର୍ଷୀୟା ଛାତ୍ରୀଙ୍କୁ ଉସମାନପୁରା ନିକଟସ୍ଥ ଏକ କଲୋନୀରେ ରହୁଥିବା ଅଭିଯୁକ୍ତ ଯୁବକ ଅଟକାଇଥିଲା । ଯୁବତୀ ଏକ ସପିଙ୍ଗ୍‌ କମ୍ପ୍ଲେକ୍ସରେ ଥିବା ବେଳେ ଏହି ବ୍ୟକ୍ତି ଜଣକ ଏକ ସ୍କୁଟରରେ ଆସି ତାଙ୍କୁ ଏକ ଠିକଣା ପଚାରିଥିଲା ।


ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ  ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ; ଦୁଇ ଶିଶୁଙ୍କ ମୃତ୍ୟୁ ହେଲା


ରିପୋର୍ଟ ଅନୁଯାୟୀ ଯୁବତୀ ଜଣକ ଠିକଣା ଜାଣି ନାହାଁନ୍ତି ବୋଲି କହି ଯୁବକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥିବା ସତ୍ତ୍ୱେ ଯୁବକ ଜଣକ ତାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲା ଓ ତାଙ୍କୁ ଫ୍ଲାସ୍‌ କରିଥିଲା । ଯୁବତୀ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ତତ୍ପରତା ପ୍ରକାଶ କରିଥିଲା ଓ ସେହି ଅଞ୍ଚଳର ସିସିଟିଭି ଫୁଟେଜ ଦେଖିବା ପରେ ଚିରାଗ ଭାଟି ନାମକ ଏହି ଅଭିଯୁକ୍ତକୁ ଗିରଫ କରିଥିଲା ।




ପଚରାଉଚରା ସମୟରେ ଚିରାଗ ଭାଟି ଏହି ଅପରାଧକୁ ସ୍ୱୀକାର କରିଥିଲା, କିନ୍ତୁ ଏହି ଅପରାଧ ପାଇଁ ସେ ଏକ ଅଜବ କାରଣ ଦର୍ଶାଇଥିଲା । ତା’ କହିବା ଅନୁଯାୟୀ ତା’ ପତ୍ନୀ ସେହି ସମୟରେ ଗର୍ଭବତୀ ଥିଲା ଓ ସେ ତିନି ମାସରୁ ଅଧିକ ସମୟ ଧରି ତା’ ସହ ବା ଅନ୍ୟ କାହା ସହ ଶାରୀରିକ ସମ୍ପର୍କ ସ୍ଥାପନ କରି ନ ଥିଲା । ସେଇଥି ପାଇଁ ସେ ଆଇନ ଛାତ୍ରୀଙ୍କୁ ଫ୍ଲାସ୍‌ କରିବାକୁ ନିଷ୍ପତ୍ତି ନେଇଥିଲା ବୋଲି ସେ ପୋଲିସକୁ କହିଥିଲା ।

Published by: Anand ST Das
First published: April 4, 2021, 11:52 PM IST

भाषा चुनें :

ଓଡ଼ିଆी