ମଦ ଦୋକାନରେ ପହଞ୍ଚିଥିବା ଥିବା ମହିଳା ଲୋକଙ୍କୁ ପରାମର୍ଶ ଦେଲେ; ଦୁଇ ପେଗ୍ ମାରଲେ କରୋନା ହେବ ନାହିଁ
ଦିଲ୍ଲୀରେ କରୋନାକୁ ରୋକିବା ପାଇଁ ସିଏମ୍ ଅରବିନ୍ଦ କେଜ୍ରିୱାଲ ଏକ ସପ୍ତାହ ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଏହି କାରଣରୁ ବଜାରରେ ରାସନ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ତତ୍ପରତା ଦେଖାଦେଇଛି । ଏହି କ୍ରମରେ ମଦ କିଣିବାକୁ ଆସିଥିବା ଏହି ମହିଳାଙ୍କ ଭିଡିଓ ଭାଇରାଲ ହେଉଛି ।
- news18-Odia
- Last Updated: April 19, 2021, 5:12 PM IST
News18 Odia Digital
ନୂଆ ଦିଲ୍ଲୀ: କରୋନା ସଂକ୍ରମଣର ବୃଦ୍ଧି ପାଉଥିବା ଗତିକୁ ରୋକିବା ପାଇଁ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ଏକ ସପ୍ତାହ ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଆଜି ରାତି ୧୦ ଟାରୁ ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ କରୋନା କର୍ଫ୍ୟୁ ଅନୁଷ୍ଠିତ ହେବ । ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ ଜାରି ହେବା ମାତ୍ରେ ରାଜଧାନୀର ବିଭିନ୍ନ ଅଞ୍ଚଳର ବଜାରରେ ଜନସମାଗମ ହୋଇଥିଲା । ବିଶେଷକରି ମଦ ଦୋକାନଗୁଡିକରେ ଅନେକ ଜନସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଏହି କ୍ରମରେ ମଦ କିଣିବାକୁ ଆସିଥିବା ଏହି ମହିଳାଙ୍କ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ଅଜବ ପରାମର୍ଶ ଦେଉଥିବାର ନଜର ଆସିଛନ୍ତି ।
ନ୍ୟୁଜ୍ ଏଜେନ୍ସି ANI ର ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଏହି ମହିଳା ଜଣକ ମଦକୁ କରୋନାର ଔଷଧ କହିଥିବା ଦେଖାଯାଉଛନ୍ତି । ମହିଳା ଜଣକ ଉଚ୍ଚ ସ୍ୱରରେ କହୁଛନ୍ତି ଯେ ଦିଲ୍ଲୀରେ କରୋନା ରୋକିବା ପାଇଁ ଇଞ୍ଜେକ୍ସନ ଦେଲେ ଅଧିକ ଲାଭ ହେବ ନାହିଁ, ବରଂ ମଦ୍ୟପାନ କଲେ ଏହି ରୋଗ ଭଲ ହୋଇପାରିବ । ମଦ କିଣିବାକୁ ଦୋକାନକୁ ଆସିଥିବା ମହିଳା କହୁଛନ୍ତି "ଦିଲ୍ଲୀରେ ଇଞ୍ଜେକ୍ସନ କୌଣସି ଲାଭ ଦେବ ନାହିଁ, ଏହା ମଦ ଲାଭ ଦେବ ।"
ଦିଲ୍ଲୀରେ ଏକ ସପ୍ତାହ ବ୍ୟାପୀ ଲକଡାଉନ ଘୋଷଣା ହେବା ମାତ୍ରେ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବା ଆରମ୍ଭ କରିଥିବାବେଳେ ରାଜଧାନୀରେ ରହୁଥିବା ଲୋକମାନେ ଗୋଟିଏ ସପ୍ତାହର ରାସନ ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରିବା ଆରମ୍ଭ କରିଛନ୍ତି । ଲକଡାଉନ ସମୟରେ ଲିକୋର ଦୋକାନ ମଧ୍ୟ ବନ୍ଦ ରହିବ । ଯେଉଁ କାରଣରୁ ମଦ ଦୋକାନରେ ମଦ୍ୟପାନ କରିବାକୁ ଭଲପାଉଥିବା ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଲୋକମାନେ ଏକ ସପ୍ତାହ ପାଇଁ ମଦ କିଣୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ମହିଳା ମଦ୍ୟପାନକୁ ଯେପରି ପ୍ରଶଂସା କରୁଛନ୍ତି, ଏହା ଦେଖି ଉପଭୋକ୍ତାମାନେ ସୋସିଆଲ ମିଡିଆରେ ଅନେକ ମନ୍ତବ୍ୟ ଦେଉଛନ୍ତି ।