Video: ମଙ୍ଗଳ ଗ୍ରହରେ ପ୍ରଥମ ଥର ହେଲିକପ୍ଟର ସଫଳ ଉଡ଼ାଣ କଲା; ନାସା ଇତିହାସ ରଚିଲା
Mars Helicopter: ରେଡ ପ୍ଲାନେଟରେ ନାସାର ସଫଳ ହେଲିକପ୍ଟର ଉଡ଼ାଣ ପରେ ମାର୍ସ ହେଲିକପ୍ଟର ପ୍ରୋଜେକ୍ଟ ମ୍ୟାନେଜର ମିମି ଓଙ୍ଗ ସମଗ୍ର ନାସା ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।
- news18-Odia
- Last Updated: April 19, 2021, 5:45 PM IST
News18 Odia Digital
ନୂଆ ଦିଲ୍ଲୀ: ମଙ୍ଗଳ ଗ୍ରହରେ (Mars) ଜୀବନ ଓ ଜଳ ଖୋଜିବା ପାଇଁ ଆମେରିକାର ମହାକାଶ ଏଜେନ୍ସି ନାସା (NASA) ଦ୍ୱାରା ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ସୋମବାର ଏହି ଏଜେନ୍ସିକୁ ଏକ ବଡ଼ ସଫଳତା ମିଳିଛି । ନାସା ସୂଚନା ଦେଇଛି ଯେ ନିଜ ତରଫରୁ ପର୍ସେନ୍ସ ରୋଭର ମାଧ୍ୟମରେ ମଙ୍ଗଳ ଗ୍ରହକୁ ପଠାଯାଇଥିବା ଇନଜେନ୍ୟୁଟି (Ingenuity) ହେଲିକପ୍ଟର (Mars Helicopter) ସେଠାରେ ପ୍ରଥମ ସଫଳ ବିମାନ ଉଡ଼ାଣ ଭରିଛି । ଏହା ପ୍ରଥମ ଥର ହୋଇଛି ଯେତେବେଳେ କି ଅନ୍ୟ କୌଣସି ଗ୍ରହରେ ହେଲିକପ୍ଟର ଉଡ଼ାଣ ହୋଇଛି । ନାସା ଏହାର ଭିଡିଓ ମଧ୍ୟ ଜାରି କରିଛି ।
ମଙ୍ଗଳ ଗ୍ରହରେ ନାସାର ଇନଜେନ୍ୟୁଟି ହେଲିକପ୍ଟର ଉଡ଼ାଣ ମଧ୍ୟ ନାସାର ଜେଟ ପ୍ରପୁଲସନ୍ ଲାବୋରେଟୋରୀ ଦ୍ୱାରା ପ୍ରସାରିତ ହୋଇଥିଲା । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଇନଜେନ୍ୟୁଟି ହେଲିକପ୍ଟର ମଙ୍ଗଳ ଗ୍ରହରେ କିଛି ସେକେଣ୍ଡ ପାଇଁ ଉଡିଥିଲା ।
Mars Helicopter: ରେଡ ପ୍ଲାନେଟରେ ନାସାର ସଫଳ ହେଲିକପ୍ଟର ଉଡ଼ାଣ ପରେ ମାର୍ସ ହେଲିକପ୍ଟର ପ୍ରୋଜେକ୍ଟ ମ୍ୟାନେଜର ମିମି ଓଙ୍ଗ ସମଗ୍ର ନାସା ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ସେ ସୂଚନା ଦେଇଛନ୍ତି ଯେ "ତାଙ୍କ ଦଳ ଏହି ଅଭିଯାନ ପାଇଁ ଛଅ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି କାର୍ଯ୍ୟ କରିଆସୁଛି ।"