ସନ୍ନି ଲିଓନି ଜଣେ ନର୍ସ ହେବାକୁ ଚାହୁଁଥିଲେ, ହେଲେ ତାଙ୍କୁ ପର୍ଣ୍ଣ ଫିଲ୍ମରେ କାମ କରିବାକୁ ପଡ଼ିଥିଲା
ବଲିଉଡରେ ଅଭିନୟ କରିବା ପୂର୍ବରୁ ସନ୍ନି ଲିଓନି ଜଣେ ପର୍ଣ୍ଣ ଅଭିନେତ୍ରୀ ଥିଲେ । ତାଙ୍କ ଜୀବନ ସହଜ ନ ଥିଲା । ଆଡଲ୍ଟ ଫିଲ୍ମରେ କାମ କରିବା ଛଡ଼ା ସେ ଏକ ରେଷ୍ଟୁରାଣ୍ଟରେ ୱେଟ୍ରେସ୍ ଭାବରେ ବି କାମ କରିଥିଲେ ।
- news18-Odia
- Last Updated: May 18, 2021, 11:30 PM IST
News18 Odia Digital
ମୁମ୍ବାଇ: ବଲିଉଡରେ ସନ୍ନି ଲିଓନି (Sunny Leone) ଜଣେ ଜଣାଶୁଣା ବ୍ୟକ୍ତିତ୍ୱ । ତାଙ୍କ ପ୍ରାରମ୍ଭିକ ଯାତ୍ରା ଯେମିତି ହୋଇଥାଉ ନା କାହିଁକି, ବର୍ତ୍ତମାନ ସେ ଜଣେ ଖ୍ୟାତନାମା ବଲିଉଡ ତାରକା ।ବଲିଉଡ ଚଳଚ୍ଚିତ୍ର ଓ ଗୀତରେ ନିଜ ସାହସିକତାର ପ୍ରଦର୍ଶନ ଯୋଗୁଁ ସବୁବେଳେ ହେଡଲାଇନ ସୃଷ୍ଟି କରନ୍ତି ସନ୍ନି ଲିଓନ । ସେ ଏବେ ୪୦ ବର୍ଷର ହୋଇଛନ୍ତି ।
ମେ ୧୩, ୧୯୮୧ରେ ଜନ୍ମ ଗ୍ରହଣ କରିଥିବା ସନ୍ନିଙ୍କ ପ୍ରକୃତ ନାମ ହେଉଛି କରନଜୀତ କୌର୍ (Karenjit Kaur) ।ତାଙ୍କ ବ୍ୟକ୍ତିଗତ ଜୀବନ କୌଣସି ଏକ ଚଳଚ୍ଚିତ୍ରର କାହାଣୀଠାରୁ କମ୍ ନୁହେଁ ।ଆଜିକାଲି ସନ୍ନି ଲିଓନି କରୋନା ଭାଇରସ୍ ସଂକ୍ରମିତ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ସେ ଇନଷ୍ଟାଗ୍ରାମ ଏକ ପୋଷ୍ଟ କରି କହିଛନ୍ତି ଯେ ସେ କରୋନା ସହ ଲଢୁଥିବା ଲୋକଙ୍କ ପାଇଁ ହସପିଟାଲରେ ଶଯ୍ୟାର ବ୍ୟବସ୍ଥା କରିବାରେ ବ୍ୟସ୍ତ ଅଛନ୍ତି ।
ଏହା ବି ପଢ଼ନ୍ତୁ | ଏଣିକି ମର୍ଣ୍ଣିଂ ୱାକ୍ କରିବା ଓ ସାଇକେଲ୍ ଚଳେଇବା ମନା; କଟକ ଓ ଭୁବନେଶ୍ୱରରେ ଲାଗିଲା କଟକଣା
ବଲିଉଡରେ ଯୋଗଦେବା ପୂର୍ବରୁ ସନ୍ନି ଜଣେ ପ୍ରସିଦ୍ଧ ପର୍ଣ୍ଣ ଅଭିନେତ୍ରୀ (porn actress) ଥିଲେ । ସନି ଲିଓନି ୨୦୧୨ରେ ପୂଜା ଭଟ୍ଟଙ୍କ ଫିଲ୍ମ ‘ଜିସ୍ମ ୨’ରେ ବଲିଉଡରେ ଡେବ୍ୟୁ କରିଥିଲେ । ୨୦୧୮-୧୯ ମସିହାରେ ୱେବ୍ ସିରିଜ୍ ‘କରଞ୍ଜିତ କୌର - ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍ ସନ୍ନି ଲିଓନି’ରେ ସନ୍ନିଙ୍କ ଜୀବନର ସତ୍ୟ ପ୍ରକାଶ ପାଇଥିଲା । ଏହି ୱେବ୍ ସିରିଜରୁ ଜଣାପଡ଼ିଥିଲା ଯେ ସନ୍ନି ପ୍ରାୟ ୫୦ଟି ବୟସ୍କ ଚଳଚ୍ଚିତ୍ରରେ (adult film) କାମ କରିଥିଲେ ।ମାତ୍ର ୧୯ ବର୍ଷ ବୟସରେ ସେ ପର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ।
ଏହା ବି ପଢ଼ନ୍ତୁ | କରୋନାରେ FCI କର୍ମଚାରୀଙ୍କ ପ୍ରାଣ ଗଲା; ଟିକାକରଣରେ ପ୍ରାଥମିକତା ମିଳୁ ନ ଥିବାରୁ କ୍ଷୋଭ ବଢୁଛି
ସନ୍ନି ଲିଓନି (Sunny Leone)
ସନ୍ନି ଲିଓନଙ୍କ ଜୀବନ ସହଜ ନ ଥିଲା । ବୟସ୍କ ଚଳଚ୍ଚିତ୍ରରେ (adult film) କାମ କରିବା ବ୍ୟତୀତ ସେ ଜର୍ମାନ ବେକେରୀ ରେଷ୍ଟୁରାଣ୍ଟରେ ୱେଟ୍ରେସ୍ ଭାବରେ କାମ କରୁଥିଲେ ଓ ଏହା ଦ୍ୱାରା ସେ ନିଜ ଖର୍ଚ୍ଚ ପାଇଁ ଟଙ୍କା ଯୋଗାଡ଼ କରୁଥିଲେ । ବାଧ୍ୟ ହୋଇ ବୟସ୍କ ଚଳଚ୍ଚିତ୍ରରେ କାମ କରିଥିବା ସନ୍ନିଙ୍କ ହୃଦୟର ଇଚ୍ଛା ଥିଲା ଜଣେ ନର୍ସ ହେବା ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଶୀଘ୍ର ତିଆରି ହେବ ୬ଟି ଅମ୍ଳଜାନ କାରଖାନା ଓ ୧୬ଟି ଜିଲ୍ଲାରେ RTPCR ପରୀକ୍ଷା କେନ୍ଦ୍ର
‘‘ବୟସ୍କ ଫିଲ୍ମରେ କାମ କରିବା ଯୋଗୁଁ ଲୋକେ ମୋ’ ବିଷୟରେ ଖରାପ କଥା କହିବା ଆରମ୍ଭ କରିଥିଲେ । ସେହି କଥା ମୋ’ ଜୀବନରେ ଖରାପ ପ୍ରଭାବ ପକାଇଥିଲା ।ମୁଁ ଭିତରୁ ଭାଙ୍ଗି ପଡି଼ଥିଲି ।ମୋ’ର ପରିବାରର ସଦସ୍ୟମାନେ ମୋତେ ଓ ମୋ’ ଭାଇକୁ ସବୁ ଖରାପ ଜିନିଷରୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । ତଥାପି ମୋ’ ପରିବାର ସଦସ୍ୟମାନେ ମୋତେ ବୟସ୍କ ଫିଲ୍ମ ଛାଡି଼ବାକୁ ବାଧ୍ୟ କରି ନ ଥିଲେ,’’ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସନ୍ନି କହିଛନ୍ତି ।
ସନ୍ନି ଲିଓନି ନିଜ ସ୍ୱାମୀ ଓ ତିନି ପିଲାଙ୍କ ସହ
ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ୍ ପରୀକ୍ଷାର ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ବୋର୍ଡ଼ ମୋହର ମାରିଲା; ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ
ଏହା ସତ୍ତ୍ୱେ ସନ୍ନି ଲିଓନିଙ୍କର ନିଜ ଜୀବନ ବିଷୟରେ କୌଣସି ଅଭିଯୋଗ ନାହିଁ ।ବର୍ତ୍ତମାନ ସନ୍ନି ଲିଓନି ନିଜ ସ୍ୱାମୀ ଓ ତିନି ପ୍ରିୟ ପିଲାଙ୍କ ସହିତ ଖୁସିରେ ଜୀବନଯାପନ କରୁଛନ୍ତି । ସନ୍ନି ଓ ତାଙ୍କ ସ୍ୱାମୀ ନିଶା କୌର ନାମକ ଏକ ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ।ଏହା ବ୍ୟତୀତ ସନ୍ନି ସରୋଗେସି ଦ୍ୱାରା ଦୁଇ ଯାଆଁଳା ପୁଅଙ୍କୁ ବି ଜନ୍ମ ଦେଇଛନ୍ତି ।
ବଲିଉଡରେ ଖ୍ୟାତି ପାଇଥିବା ସନି ଲିଓନି ଟିଭିର ରିଆଲିଟି ଶୋ’ ‘ବିଗ୍ ବସ୍’ (Big Boss) ବ୍ୟତୀତ MTV ଶୋ’ ‘ସ୍ପ୍ଲିଟଭିଲା’ର ହୋଷ୍ଟ ଭାବରେ କାର୍ଯ୍ୟ କରିଛନ୍ତି ।ସେ ‘ଜିସ୍ମ ୨’, ‘ରାଗିଣୀ ଏମ୍.ଏମ୍.ଏସ୍’, ‘କୁଛ କୁଛ ଲୋଚା ହୈ’ ଓ ‘ୱାନ୍ ନାଇଟ୍ ଷ୍ଟାଣ୍ଡ୍’ ଭଳି ଚଳଚ୍ଚିତ୍ରରେ ବି ଅଭିନୟ କରିଛନ୍ତି ।