• news18-Odia
  • Last Updated: April 22, 2021, 4:41 PM IST

News18 Odia Digital

ନୂଆ ଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବିସ୍ତାରିତ କରୋନା ସଙ୍କଟରେ ଘରୋଇ କ୍ଷେତ୍ର ଆରବିଏଲ ବ୍ୟାଙ୍କ (RBL Bank) ନିଜ ଗ୍ରାହକଙ୍କୁ ଆରାମ ପ୍ରଦାନ କରିଛି । ବ୍ୟାଙ୍କ ଏପ୍ରିଲରେ MCLR ହାର ହ୍ରାସ କରିଛି ଅର୍ଥାତ ବର୍ତ୍ତମାନ ଆପଣଙ୍କୁ ପୂର୍ବ ଅପେକ୍ଷା କମ୍ EMI ଦେବାକୁ ପଡିବ । ବ୍ୟାଙ୍କର ନୂତନ ସୁଧ ହାର ୨୨ ଏପ୍ରିଲ ୨୦୨୧ ଅର୍ଥାତ ଆଜି ଠାରୁ ଲାଗୁ ହୋଇଛି । ସମସ୍ତ ଅବଧିର ସୁଧ ହାର ପାଇଁ ଏହି ରିହାତି ପ୍ରଦାନ କରାଯାଇଛି । ରାତାରାତି, ଏକ ମାସ, ତିନି ମାସ, ଛଅ ମାସ ଓ ଏକ ବର୍ଷର ସୁଧ ହାରରେ ସାଧାରଣ ଜନତାଙ୍କୁ ଆରାମ ମିଳିଛି ।


CNBC TV18 ର ଖବର ଅନୁଯାୟୀ ଆରବିଏଲର ଏହି ନିଷ୍ପତ୍ତି ପରେ ବ୍ୟାଙ୍କର ଗ୍ରାହକଙ୍କ EMI ୦.୩୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ମୋବାଇଲ୍ ବ୍ୟାଙ୍କିଙ୍ଗ୍ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଏହାର ସୂଚନା ମିଳିପାରିବ ।


୨୨ ଏପ୍ରିଲ ୨୦୨୧ ରୁ ବ୍ୟାଙ୍କ ନୂତନ ହାର ଲାଗୁ କରିଛି-

>> ରାତାରାତି - ୭.୬୫ ପ୍ରତିଶତ

>> ତିନି ମାସ - ୭.୮୫ ପ୍ରତିଶତ

>> ଛଅ ମାସ - ୮.୦୫ ପ୍ରତିଶତ

>> ଏକ ବର୍ଷ - ୮.୪୦ ପ୍ରତିଶତ

ମାର୍ଚ୍ଚ ମାସରେ MCLR ହାର କେତେ ଥିଲା-

>> ରାତାରାତି - ୮ ପ୍ରତିଶତ

>> ଏକ ମାସ - ୮ ପ୍ରତିଶତ

>> ତିନି ମାସ - ୮.୧୦ ପ୍ରତିଶତ

>> ଛଅ ମାସ - ୮.୩୫ ପ୍ରତିଶତ

>> ଏକ ବର୍ଷ - ୮.୬୫ ପ୍ରତିଶତ


ଅଫିସିଆଲ୍ ଲିଙ୍କ୍ -

ଅଧିକ ସୂଚନା ପାଇଁ ଆପଣ ଏହି ଲିଙ୍କ୍ https://drws17a9qx558.cloudfront.net/document/mclr-base-rate-plr/mclr-rates-april-22-2021.pdf ଭିଜିଟ କରିପାରିବେ ।


ଏହି ବ୍ୟାଙ୍କରେ ସର୍ବନିମ୍ନ ସୁଧ ହାର ରହିଛି

ଏହି ସମୟରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଦାବି କରୁଛି ଯେ ଏହା ସର୍ବନିମ୍ନ ସୁଧ ହାରରେ ଋଣ ପ୍ରଦାନ କରୁଛି । ବ୍ୟାଙ୍କ ଗ୍ରାହକଙ୍କୁ ୬.୬୫ ପ୍ରତିଶତ ହାରରେ ଗୃହ ଋଣ ପ୍ରଦାନ କରୁଛି । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଅନୁଯାୟୀ, ଏକ ସ୍ୱତନ୍ତ୍ର ଅଫର ଅନୁଯାୟୀ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୬.୬୫% ସୁଧ ହାରରେ ଋଣ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଯାହାକୁ ବ୍ୟାଙ୍କ ବର୍ତ୍ତମାନ ଆଗକୁ ବଢ଼ାଇଛି ।

Published by: Jagdish Barik
First published: April 22, 2021, 4:39 PM IST

भाषा चुनें :

ଓଡ଼ିଆी