News18 Odia Digital


ନୂଆ ଦିଲ୍ଲୀ: ଆଜିର ଯୁବ ପୀଢ଼ି ଅଭିନେତ୍ରୀ ନୀନା ଗୁପ୍ତାଙ୍କୁ (Neena Gupta) ଭଲ ପାଇବାର ଏକ ମୁଖ୍ୟ କାରଣ ହେଉଛି ଯେ ସେ ନିଜ ଜୀବନ ବିଷୟରେ ସବିଶେଷ ତଥ୍ୟ ଶେୟାର୍‌ କରିବାକୁ ପଛାନ୍ତି ନାହିଁ । ସେ ନିଜ ଜୀବନରେ ଯାହା ଯାହା ସାମ୍ନା କରିଛନ୍ତି ସେ ବିଷୟରେ ଅତି ଖୋଲାଖୋଲି ଭାବରେ କହନ୍ତି । ସେ ଏବେ କହିଛନ୍ତି ଯେ କୌଣସି ଝିଅ ବିବାହିତ ପୁରୁଷଙ୍କ ସହ ପ୍ରେମ ସମ୍ପର୍କ ରଖିବା ଉଚିତ ନୁହେଁ ।


୨୦୧୮ରେ ଫିଲ୍ମ ‘ବଧାଇ ହୋ’ର (Badhai Ho) ବିରାଟ ସଫଳତା ପର ଠାରୁ ନୀନୀ ଗୁପ୍ତାଙ୍କ ବିବାଦୀୟ ବ୍ୟକ୍ତିଗତ ଜୀବନକୁ ଲୋକେ ଟିକିନିକି କରି ଦେଖିବାରେ ଲାଗିଛନ୍ତି । ଅନେକ ଲୋକ ୱେଷ୍ଟ୍‌ ଇଣ୍ଡିଜ୍‌ କ୍ରିକେଟ୍‌ ଖେଳାଳି ସାର୍ ଭିଭିଆନ୍ ରିଚାର୍ଡସଙ୍କ (Vivian Richards) ସହ ତାଙ୍କ ସମ୍ପର୍କ ପ୍ରତି ନୂଆ କରି ଆଗ୍ରହ ଦେଖାଇଛନ୍ତି । ସେହି କ୍ରିକେଟରଙ୍କ ସହ ନୀନାଙ୍କର ଗୋଟିଏ ସନ୍ତାନ ଅଛି – ଡିଜାଇନର୍ ମସାବା ଗୁପ୍ତା (Masaba Gupta)।


ଏହା ବି ପଢ଼ନ୍ତୁ | , , … : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତାପରେ ସାନ ପୁଅ, ତାପରେ ବଡ଼ ପୁଅ

ନୀନା ଗୁପ୍ତା କହିଛନ୍ତି ଯେ ବିବାହ କରି ନ ଥିବା ପିତାମାତାଙ୍କଠାରୁ ଜନ୍ମ ହୋଇଥିବା କାରଣରୁ ତାଙ୍କ ଝିଅ ମସାବା ଜୀବନରେ ବହୁତ କଷ୍ଟ ପାଇଛି । ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଥିବା ଏକ ଭିଡିଓରେ ନୀନା ଗୁପ୍ତା ତାଙ୍କ ମହିଳା ପ୍ରଶଂସକମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ବିବାହିତ ପୁରୁଷମାନଙ୍କ ସହ ସେମାନେ କେବେ ପ୍ରେମରେ ପଡ଼ିବା ଉଚିତ ନୁହେଁ ।


ଏହା ବି ପଢ଼ନ୍ତୁ | ଜାଣନ୍ତୁ ଓଡ଼ିଶାରେ ଘରକୁ ଘର ବୁଲି ଟିକାକରଣ ଡ୍ରାଇଭ୍-ଇନ୍ ଟିକାକରଣ ବନ୍ଦ ହେବା ପଛରେ ଥିବା କାରଣ

‘‘ଜଣେ ବିବାହିତ ପୁରୁଷ ଆପଣଙ୍କୁ କହିପାରନ୍ତି ଯେ ତାଙ୍କର ନିଜ ପତ୍ନୀଙ୍କ ସହ ପଡ଼ୁ ନାହିଁ, ଆଉ ସେଇଥି ପାଇଁ ଆପଣ ତାଙ୍କୁ ଭଲପାଇବା ଆରମ୍ଭ କରିବେ । ସେହି ପୁରୁଷଙ୍କୁ ପଚାରିଲେ ଯେ ସେ କାହିଁକି ନିଜ ପତ୍ନୀଙ୍କ ଠାରୁ ଅଲଗା ହୋଇଯାଉନାହାନ୍ତି, ସେ କହିବେ ‘ନା, ନା, ପିଲାମାନେ ଅଛନ୍ତି; ମୋତେ ତାହା ଠିକ୍‌ ଲାଗୁନାହିଁ; ଦେଖିବା ଆଗକୁ କ’ଣ ହେଉଛି; ହୁଏତ ଆଗକୁ ଦିନେ ତାହା ହେବ’ ଆଦି । ତେଣୁ ଆପଣ ତାଙ୍କ ସହିତ ଗୁପ୍ତରେ ସାକ୍ଷାତ କରିବା ଆରମ୍ଭ କରିବେ ଓ ଛୁଟିଦିନ ତାଙ୍କ ସହିତ କାଟିବା ପାଇଁ ଯିବେ, କିନ୍ତୁ ତାଙ୍କୁ ନିଜ ଯୋଜନା ବିଷୟରେ ସବୁ ବେଳେ ମିଛ କହିବାକୁ ପଡୁଥିବାରୁ ସେ ଖୁବ୍‌ କଷ୍ଟ ପାଉଥିବେ,’’ କହିଛନ୍ତି ନୀନା ଗୁପ୍ତା ।


ଏହା ବି ପଢ଼ନ୍ତୁ | ବଲାଙ୍ଗିରର ଏହି କୋଭିଡ୍ ନର୍ସ ମାସର ଗର୍ଭବତୀ ହୋଇ ବି ସାହସର ସହ ରୋଗୀ ସେବା କରିଚାଲିଛନ୍ତି




ଏହା ବି ପଢ଼ନ୍ତୁ ତାଙ୍କ ଗୀତ ଶୁଣନ୍ତୁ |ଜୀବନରେ ଯେବେ ମୋ ଆସିବ ସନ୍ଧ୍ୟା…’: ଭୁଲି ହେବନି ଗାୟକ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କୁ


‘‘ତେଣୁ ଏହି ସବୁ ଜିନିଷରେ ଆପଣ ଜଡି଼ତ ହୁଅନ୍ତୁ ନାହିଁ । କୌଣସି ବିବାହିତ ପୁରୁଷଙ୍କ ସହ ପ୍ରେମରେ ପଡ଼ନ୍ତୁ ନାହିଁ । ମୁଁ ଏହା ପୂର୍ବରୁ କରିସାରିଛି, ଆଉ ସେଥି ପାଇଁ ମୁଁ ଯନ୍ତ୍ରଣା ଭୋଗିଛି । ସେଥି ପାଇଁ ମୁଁ ମୋ’ର ବନ୍ଧୁମାନଙ୍କୁ କହୁଛି ଯେ ଆପଣ ସମସ୍ତେ ସେମିତି ନ କରିବାକୁ ଚେଷ୍ଟା କରନ୍ତୁ,’’ କହିଛନ୍ତି ନୀନା ଗୁପ୍ତା ।

Published by: Anand ST Das
First published: March 19, 2021, 9:43 PM IST

भाषा चुनें :

ଓଡ଼ିଆी