• news18-Odia
  • Last Updated: March 20, 2021, 1:44 PM IST

News18 Odia Digital

ସୁଲତାନପୁର: ଉତ୍ତର ପ୍ରଦେଶର (Sultanpur) ସୁଲତାନପୁରରେ ସ୍ୱାସ୍ଥ୍ୟ ବିଭାଗର (Health Department) ଏକ ବଡ଼ ଅବହେଳା ପ୍ରକାଶ ପାଇଛି । ଏଠାରେ ୧୭ ମାର୍ଚ୍ଚରେ ପ୍ରସବ ସମୟରେ ଜଣେ ମା'-ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ଯୋଗୁଁ ବିନା କୌଣସି ରେଫର କରି ଲକ୍ଷ୍ନୌକୁ ପଠାଯାଇଥିଲା । ଯାହାଫଳରେ ରାସ୍ତାରେ ଉଭୟ ମା'-ଶିଶୁ ମୃତ୍ୟୁ ବରଣ କରିଥିଲେ । ହସ୍ପିଟାଲ ବିରୋଧରେ ପରିବାରର ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ଯେତେବେଳେ ପୋଲିସ ସେହି ହସ୍ପିଟାଲର ଅନୁସନ୍ଧାନ କରିଥିଲା ସେତେବେଳେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା ।


ବାସ୍ତବରେ ବଲ୍ଦିରାଏ ପୋଲିସ୍ ଷ୍ଟେସନ ଅଞ୍ଚଳର ପୁରେ ମଲାନାର ପୁରଭା ଗାଁର ପୁନମ୍ ଗର୍ଭବତୀ ଥିଲେ । ମଙ୍ଗଳବାର ରାତିରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଅରୱାଲର ମା' ଶାରଦା ହସ୍ପିଟାଲ ଏବଂ ମା'-ଶିଶୁ କେନ୍ଦ୍ରକୁ ନେଇଥିଲେ । ଏଠାରେ ଥିବା ଡାକ୍ତରଙ୍କ ଦ୍ୱାରା ପୁନମଙ୍କ ଅପରେସନ୍ କରାଯାଇଥିଲା । ଏହି ସମୟରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଉଭୟ ମା ଶିଶୁର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଏହାପରେ ବିନା ରେଫରାଲ୍ ପେପେର ତିଆରି କରି ଉଭୟଙ୍କୁ ଲକ୍ଷ୍ନୌକୁ ଚିକିତ୍ସା ପାଇଁ ପଠାଯାଇଥିଲା । କିନ୍ତୁ ରାସ୍ତାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା ।


ପୋଲିସ ତଦନ୍ତରେ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା



ଏମାନେ ହେଉଛନ୍ତି ଗିରଫ ହସ୍ପିଟାଲ୍ ନିର୍ଦ୍ଦେଶକ ଓ ଡାକ୍ତର



ପୋଲିସର ସୂଚନାନୁସାରେ ମା' ଶାରଦା ହସ୍ପିଟାଲର ନିର୍ଦ୍ଦେଶକ ରାଜେଶ ସାହନିଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍ । କେବଳ ଏତିକି ନୁହେଁ ଡାକ୍ତରଖାନାରେ ସର୍ଜରୀ କରିଥିବା ଅଭିଯୁକ୍ତ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶୁକ୍ଳା ଅଷ୍ଟମ ଓ ତାଙ୍କ ସହକର୍ମୀ ପଞ୍ଚମ ପାସ୍ କରିଛନ୍ତି । ନିର୍ଦ୍ଦେଶକ ରାଜେଶ ସାହନି ଖେରୀ ଜିଲ୍ଲାର ବାସିନ୍ଦା ଓ ଡାକ୍ତର ରାଜେନ୍ଦ୍ର ଓ ତାଙ୍କ ସହଯୋଗୀ ପଡୋଶୀ ଅଯୋଧ୍ୟା ଜିଲ୍ଲାର ବୋଲି ଜଣାପଡିଛି। ଏହା ଜଣାପଡିଛି ଯେ ଏହି ଲୋକମାନେ ଦୀର୍ଘ ସମୟ ଧରି ଲୋକଙ୍କ ଜୀବନ ସହିତ ଖେଳୁଥିଲେ ।


ଏସପି ଡିଏମ ଓ ସିଏମଓଙ୍କୁ ଚିଠି ଲେଖିଛନ୍ତି

ବର୍ତ୍ତମାନ ପୋଲିସ ଏହି ତିନିଜଣଙ୍କୁ ଗିରଫ କରି ଜେଲକୁ ପଠାଉଛି । ଏଭଳି ହସ୍ପିଟାଲଗୁଡ଼ିକୁ ଚିହ୍ନଟ କରିବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ଅଧୀକ୍ଷକ ଡକ୍ଟର ଅରବିନ୍ଦ ଚାଟୁର୍ବେଡି ଜିଲ୍ଲା ମାଜିଷ୍ଟ୍ରେଟ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।

Published by: Jagdish Barik
First published: March 20, 2021, 1:40 PM IST

भाषा चुनें :

ଓଡ଼ିଆी