News18 Odia Digital

ମୁମ୍ବାଇ: ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ମୁମ୍ବାଇ ପୂର୍ବତନ ପୋଲିସ କମିଶନର ପରମବୀର ସିଂ କରିଥିବା ଦୁର୍ନୀତି ଅଭିଯୋଗ ଉପରେ କିଛି ସମୟ ପୂର୍ବରୁ ବମ୍ବେ ହାଇ କୋର୍ଟ ଶୁଣାଣି କରି ସିବିଆଇକୁ ୧୫ ଦିନ ମଧ୍ୟରେ ପ୍ରାଥମିକ ତଦନ୍ତ ଆରମ୍ଭ କରିବାକୁ କହିଛନ୍ତି ।


ଯେବେଠାରୁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ମୁଖ୍ୟ ମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖି ଗୃହ ମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ସେବେଠାରୁ ମହାରାଷ୍ଟ୍ର ରାଜନୀତିରେ ଉତ୍ତେଜନା ଦେଖାଦେଇଥିଲା । ପରମବୀର ସିଂ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ଯେ ଗୃହ ମନ୍ତ୍ରୀ ଦେଶମୁଖ ପ୍ରତି ମାସରେ ୧୦୦ କୋଟି ଟଙ୍କା ଦାବି କରିଛନ୍ତି । ତେବେ ଅନିଲ ଦେଶମୁଖ ପରମବୀର ସିଂଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ବର୍ତ୍ତମାନ ଏହି ଅଭିଯୋଗର ତଦନ୍ତ କରିବାକୁ ରାଜ୍ୟ ମୁଖ୍ୟ ମନ୍ତ୍ରୀଙ୍କୁ କହିଛନ୍ତି । ସେ କହିଛନ୍ତି ଯେ, ଯେତେବେଳେ ଅଭିଯୋଗର ଯାଞ୍ଚ କରାଯାବି ସେତବେଳେ ସବୁ ପରିଷ୍କାର ହୋଇଯିବ ।


ଆଜି ବମ୍ବେ ହାଇ କୋର୍ଟରେ ଏକ ଶୁଣାଣି ହୋଇଥିଲା । ଏହି ମାମଲାର ଶୁଣାଣି ବେଳେ ବମ୍ବେ ହାଇ କୋର୍ଟ କହିଛନ୍ତି ଯେ ଅନିଲ ଦେଶମୁଖ ଗୃହ ମନ୍ତ୍ରୀ ହୋଇଥିବାରୁ ପୋଲିସ ଏ ସମ୍ପର୍କରେ ନ୍ୟାୟମୂଳକ ତଦନ୍ତ କରିପାରିବ ନାହିଁ । ଏପରି ପରିସ୍ଥିତିରେ ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି ।


ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଦାବି କରିଛନ୍ତି ଯେ ଅନିଲ ଦେଶମୁଖ ସଚିନ ଭାଜେଙ୍କୁ ୧୦୦ କୋଟି ଟଙ୍କା ଟାର୍ଗେଟ ଦେଇଛନ୍ତି । ପରମବୀର ସିଂ ତାଙ୍କ ଚିଠିରେ ଲେଖିଛନ୍ତି ଯେ ୧୦୦ କୋଟି ଟଙ୍କାର ଲକ୍ଷ୍ୟ ପୂରଣ କରିବାକୁ ମୁମ୍ବାଇର ବାର, ପବ୍ ଓ ରେଷ୍ଟୁରାଣ୍ଟ ସଂଗ୍ରହ କରିବାକୁ କୁହାଯାଇଛି । ଚିଠି ଅନୁଯାୟୀ ସଚିନ ଭାଜେ ଏହି ଟାର୍ଗେଟରେ କହିଥିଲେ ଯେ ସେ ୪୦ କୋଟି ଟଙ୍କା ପୂରଣ କରିପାରିବେ କିନ୍ତୁ ୧୦୦ କୋଟି ଅତ୍ୟଧିକ ଅଟେ । ପରମବୀର ସିଂ ଦାବି କରିଛନ୍ତି ଯେ ଅନିଲ ଦେଶମୁଖ ୧୦୦ କୋଟି ଲକ୍ଷ୍ୟ ପୂରଣ ପାଇଁ ଅନ୍ୟ ଏକ ଉପାୟ ପ୍ରସ୍ତୁତ କରିବାକୁ ସଚିନ ଭାଜେଙ୍କୁ କହିଛନ୍ତି ।

Published by: Jagdish Barik
First published: April 5, 2021, 3:47 PM IST

भाषा चुनें :

ଓଡ଼ିଆी