ଭଲ ଖବର! ୪୬ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା LPG cylinder; ଚେକ୍ କରନ୍ତୁ ଲାଟେଷ୍ଟ ରେଟ୍
LPG Gas Cylinder କିଣୁଥିବା ଲୋକଙ୍କ ପାଇଁ ଏହି ମାସରେ ଏକ ବଡ଼ ଆରାମ ମିଳିଛି । ଦିନକୁ ଦିନ ବଢ଼ିଚାଲିଥିବା ସିଲିଣ୍ଡର ଦରକୁ ନେଇ ସରକାର ରିଲିଫ ପ୍ରଦାନ କରିଛନ୍ତି । ଏହି କଟ୍ କେବଳ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରରେ କରାଯାଇଛି । ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ନୂତନ ଦର ମେ' ୧ ରୁ ଲାଗୁ ହୋଇଛି ।
- news18-Odia
- Last Updated: May 5, 2021, 10:47 AM IST
News18 Odia Digital
ନୂଆ ଦିଲ୍ଲୀ: ଏଲପିଜି ଗ୍ୟାସ୍ ସିଲିଣ୍ଡର କ୍ରେତାଙ୍କୁ ଏହି ମାସରେ ଏକ ବଡ଼ ଆରାମ ମିଳିଛି । କ୍ରମାଗତ ଭାବେ ବଢୁଥିବା ସିଲିଣ୍ଡର ଦରରୁ ସରକାର ଆରାମ ପ୍ରଦାନ କରିଛନ୍ତି । ତେବେ ଏହି ରିଲିଫ ସାଧାରଣ ଲୋକଙ୍କୁ ଦିଆଯାଇ ନାହିଁ ବରଂ ଛୋଟ ଦୋକାନୀ ଓ ହୋଟେଲ ମାଲିକମାନଙ୍କୁ ଦିଆଯାଇଛି । ପ୍ରକୃତରେ ସରକାରୀ ପେଟ୍ରୋଲିୟମ କମ୍ପାନୀଗୁଡିକ ଦ୍ୱାରା ଏଲପିଜି ସିଲିଣ୍ଡରର ଦାମ୍ ଚଳିତ ମାସରେ ୪୫.୫୦ ଟଙ୍କା ହ୍ରାସ କରାଯାଇଛି । ଏହି ରିହାତି କେବଳ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରରେ କରାଯାଇଛି । ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ନୂତନ ଦର ମେ' ୧ ରୁ ଲାଗୁ ହୋଇଛି ।
ଜାଣନ୍ତୁ ଲାଟେଷ୍ଟ ରେଟ୍
୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ମାସରେ ଘରୋଇ ଏଲପିଜି ସିଲିଣ୍ଡରର ଦରରେ ୧୦ ଟଙ୍କା ହ୍ରାସ କରାଯାଇଥିଲା । ଆଜି ଭୁବନେଶ୍ୱର ଏଲପିଜି ସିଲିଣ୍ଡରର ଦାମ୍ ୮୩୫.୫୦ ଟଙ୍କା ରହିଛି । ଚଳିତ ବର୍ଷ ଜାନୁଆରୀରେ ଏଲପିଜି ସିଲିଣ୍ଡରର ଦାମ୍ ୬୯୪ ଟଙ୍କା ଥିଲା । ଯାହା ଫେବୃଆରୀରେ ସିଲିଣ୍ଡର ପିଛା ୭୧୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏହା ପରେ ଫେବୃଆରୀ ୧୫ ରେ ଦାମ୍ ୭୬୯ ଟଙ୍କାକୁ ବୃଦ୍ଧି ପାଇଲା । ଫେବୃଆରୀ ୨୫ ରେ,ଏଲପିଜି ସିଲିଣ୍ଡରର ଦାମ୍ ୭୯୪ ଟଙ୍କାକୁ ହ୍ରାସ କରାଯାଇଥିଲା । ଏଥି ସହିତ ମାର୍ଚ୍ଚରେ ଏଲପିଜି ସିଲିଣ୍ଡରର ଦାମ୍ ୮୧୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।