• news18-Odia
  • Last Updated: April 20, 2021, 9:37 AM IST

News18 Odia Digital

ନୂଆ ଦିଲ୍ଲୀ: ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ଆପଣଙ୍କୁ ମାତ୍ର ୯ ଟଙ୍କାରେ ସିଲିଣ୍ଡର କିଣିବାର ସୁଯୋଗ ଅଛି । ପେଟିଏମ୍ ଗ୍ରାହକଙ୍କ ପାଇଁ ଏହି ବିଶେଷ ଅଫର୍ ନେଇ ଆସିଛି । ଆପଣ ୩୦ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ଏହି ଅଫରର ଲାଭ ଉଠାଇ ପାରିବେ ଅର୍ଥାତ୍ ଆପଣଙ୍କ ପାଖରେ ମାତ୍ର ୧୦ ଦିନ ବାକି ଅଛି । ତେବେ ଶୀଘ୍ର ଗ୍ୟାସ୍ ବୁକ୍ କରନ୍ତୁ । ପେଟିଏମ୍ ଏହି ଅଫରକୁ 'ଫାର୍ଷ୍ଟ ଟାଇମ' ଭାବରେ ନାମିତ କରିଛି । ଜାଣନ୍ତୁ ଆପଣ କିପରି ୯ ଟଙ୍କାରେ ଏକ ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ ।


କେବଳ ସେହି ଗ୍ରାହକମାନେ ଏହି ଅଫରର ଲାଭ ଉଠାଇ ପାରିବେ ଯେଉଁମାନେ ପ୍ରଥମ ଥର ପାଇଁ ପେଟିଏମ୍ ଆପ୍ ମାଧ୍ୟମରେ ଗ୍ୟାସ୍ ବୁକିଂ କରୁଛନ୍ତି । ଯେତେବେଳେ ଆପଣ ଗ୍ୟାସ୍ ବୁକିଂ ପାଇଁ ପେମେଣ୍ଟ କରିବେ ସେତେବେଳେ ଆପଣଙ୍କୁ ୮୦୦ ଟଙ୍କାର ଏକ ସ୍କ୍ରାଚ୍ କାର୍ଡ ମିଳିବ । ଏଥିରେ ଆପଣ ୧୦ ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇବେ ।


ଏହିପରି ଭାବରେ ଆପଣ ପେଟିଏମ୍ ରେ କ୍ୟାସବ୍ୟାକ୍ ପାଇପାରିବେ

>> ପ୍ରଥମେ ଆପଣଙ୍କୁ ମୋବାଇଲ୍ ଫୋନରେ Paytm App ଡାଉନଲୋଡ୍ କରିବାକୁ ପଡିବ

>> ଏଥିପାଇଁ Paytm ଆପରେ Show more କୁ ଯାଆନ୍ତୁ ଓ କ୍ଲିକ୍ କରନ୍ତୁ

>> ବର୍ତ୍ତମାନ Recharge and Pay Bills ଉପରେ କ୍ଲିକ୍ କରନ୍ତୁ

>> ଏହା ପରେ ଆପଣ book a cylinder ର ବିକଳ୍ପ ଦେଖିବାକୁ ପାଇବେ

>> ବୁକିଂ କରିବା ପୂର୍ବରୁ ଆପଣଙ୍କୁ FIRSTLPG ର ପ୍ରୋମୋ କୋଡ୍ ଏଣ୍ଟ୍ରି କରିବାକୁ ପଡିବ

>> ବୁକିଂର ୨୪ ଘଣ୍ଟା ମଧ୍ୟରେ ଆପଣ କ୍ୟାସବ୍ୟାକ୍ ର ଏକ ସ୍କ୍ରାଚ୍ କାର୍ଡ ପାଇବେ

>> ଏହି ସ୍କ୍ରାଚ୍ କାର୍ଡକୁ ୭ ଦିନ ମଧ୍ୟରେ ବ୍ୟବହାର କରିବାକୁ ପଡିବ


ପୂର୍ବରୁ ମଧ୍ୟ ଅନେକ ଥର ଅଫର ଦିଆଯାଇଛି

ପେଟିଏମ୍ ପ୍ରଥମ ଥର ପାଇଁ ଗ୍ରାହକଙ୍କୁ ଏପରି ଅଫର୍ ଦେଉନାହିଁ ବରଂ ଏହାପୂର୍ବରୁ ପେଟିଏମ୍ ଏଲପିଜି ଗ୍ୟାସ୍ ବୁକିଂରେ ଏହି ଅଫର୍ ଦେଇ ସାରିଛି । ଏହାପୂର୍ବରୁ ଗ୍ରାହକମାନେ ୭୦୦ ଟଙ୍କା ପର୍ଯ୍ୟନ୍ତ ଓ କମ୍ପାନୀ ବୁକିଂରେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଉଥିଲେ । ଏଥର ପେଟିଏମ ତରଫରୁ ଏଲପିଜି ଗ୍ୟାସ ସିଲିଣ୍ଡର ବୁକ ପାଇଁ ୮୦୯ ଟଙ୍କା କ୍ୟାସବ୍ୟାକ୍ ଦିଆଯାଉଛି ।

Published by: Jagdish Barik
First published: April 20, 2021, 9:37 AM IST

भाषा चुनें :

ଓଡ଼ିଆी