କଙ୍ଗନା ରାଣାୱତ କରୋନା ପଜିଟିଭ୍ ହେଲେ; ନିଜକୁ ହୋମ କ୍ଵାରେଣ୍ଟିନ୍ କଲେ
କଙ୍ଗନା ରାଣାୱତ (Kangana Ranaut covid positive) କୋଭିଡ୍ ପଜିଟିଭ୍ ହୋଇଛନ୍ତି । ତାଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଛି । ସୋସିଆଲ ମିଡିଆରେ ସେ ନିଜ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି । ରିପୋର୍ଟ ପଜିଟିଭ ହେବା ସହ ସେ ନିଜକୁ ହୋମ୍ କ୍ଵାରେଣ୍ଟିନ୍ କରିଛନ୍ତି ।
- news18-Odia
- Last Updated: May 8, 2021, 11:34 AM IST
News18 Odia Digital
ମୁମ୍ବାଇ: କରୋନା ଦେଶରେ ଏକ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମାମଲା ମଧ୍ୟରେ ବଲିଉଡର (Bollywood) 'ପଙ୍ଗା ରାଣି' ଅର୍ଥାତ୍ କଙ୍ଗନା ରାଣାୱତ (Kangana Ranaut covid positive) କୋଭିଡ୍ ପଜିଟିଭ୍ ହୋଇଛନ୍ତି । ତାଙ୍କର କରୋନା ଟେଷ୍ଟ ପଜିଟିଭ ଆସିଛି । ସୋସିଆଲ ମିଡିଆରେ ସେ ନିଜ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି । ରିପୋର୍ଟ ପଜିଟିଭ ହେବା ସହ ସେ ନିଜକୁ କ୍ଵାରେଣ୍ଟିନ୍ କରିଛନ୍ତି । ସେ କହିଛନ୍ତି ଯେ ସେ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି ।
କଙ୍ଗନା ରାଣାୱତ (Kangana Ranaut) ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଶଂସକଙ୍କ ସହ ଏହି ସୂଚନା ସେୟାର କରିଛନ୍ତି । ସେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଧ୍ୟାନରେ ବସିଥିବା ଦେଖିବାକୁ ମିଳୁଛି । ସେ ନିଜ ପୋଷ୍ଟରେ ଲେଖିଛନ୍ତି- “ଗତ କିଛି ଦିନ ହେବ ମୁଁ କ୍ଳାନ୍ତ ଓ ଦୁର୍ବଳ ଅନୁଭବ କରୁଥିଲି ଓ ମୋର ଆଖି ହାଲୁକା ଜଳୁଥିଲା । ଗତକାଲି ହିମାଚଳ ଯିବା ଆଶାରେ ମୋର କରୋନା ଟେଷ୍ଟ କରାଯାଇଥିଲା ଓ ଆଜି ଏହାର ଫଳାଫଳ ଆସିଛି । ମୁଁ କୋଭିଡ୍ ପଜିଟିଭ୍ । ମୁଁ ନିଜକୁ କ୍ଵାରେଣ୍ଟିନ୍ କରିଛି । ମୁଁ ଆଦୌ ଜାଣି ନଥିଲି ଯେ ଏହି ଭୂତାଣୁ ମୋ ଶରୀରରେ ଅଛି । ବର୍ତ୍ତମାନ ମୁଁ ଜାଣେ ମୁଁ ଏହାକୁ ଶେଷ କରିଦେବି ।
କଙ୍ଗନାଙ୍କ ପ୍ରଶଂସକମାନେ ତାଙ୍କ କୋଭିଡ ପଜିଟିଭ ଥିବା ଜାଣିବା ମାତ୍ରେ ତାଙ୍କର ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛନ୍ତି ।
ସୋସିଆଲ ମିଡିଆରେ କଙ୍ଗନା ବହୁତ ସକ୍ରିୟ ଓ ଦେଶ ତଥା ବିଦେଶ ପ୍ରସଙ୍ଗରେ ତାଙ୍କ ମତାମତ ଜାରି ରଖିଛନ୍ତି । ନିକଟରେ ହୋଇଥିବା ବଙ୍ଗଳା ନିର୍ବାଚନର ଫଳାଫଳ ପରେ ସେ ବଙ୍ଗଳା ହିଂସା ବିରୋଧରେ ତୀବ୍ର ବିବୃତ୍ତି ଦେଇଛନ୍ତି । ଯାହା ପରେ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ସବୁଦିନ ପାଇଁ ସ୍ଥଗିତ କରାଯାଇଛି ।