ବିମାନ ସିଡ଼ି ଉପରକୁ ଚଢ଼ିବା ସମୟରେ ତିନି ଥର ପଡ଼ିଗଲେ ଜୋ ବିଡେନ; ଦେଖନ୍ତୁ ଭାଇରାଲ VIDEO
ଜୋ ବିଡେନଙ୍କ (Joe Biden) ସହ ଏହି ଦୁର୍ଘଟଣା ସେତେବଳେ ଘଟିଥିଲା ଯେତବେଳେ ସେ ଶୁକ୍ରବାର ଦିନ ଆଟଲାଣ୍ଟା ଗସ୍ତରେ ଯାଉଥିଲେ । ନିଜ ଗସ୍ତ କରିବା ପାଇଁ ଯେତେବେଳେ ସେ ଏୟାରଫୋର୍ସ ୱାନର (Airforce One) ସିଡ଼ିରେ ଚଢ଼ୁଥିଲେ, ସେତେବେଳେ ତାଙ୍କର ଭାରସାମ୍ୟ ବିଗିଡ଼ି ଯାଇଥିଲା ଓ ସେ ସିଡ଼ିରେ ଝୁଣ୍ଟି ପଡ଼ି ଯାଇଥିଲେ ।
- news18-Odia
- Last Updated: March 20, 2021, 8:59 AM IST
News18 Odia Digital
ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ (Joe Biden) ଏକ ଭିଡିଓ ସୋସିଆଲ ମିଡିଆରେ (Social Media) ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆମେରିକାର ରାଷ୍ଟ୍ରପତି ବିମାନର ସିଡ଼ି ଚଢ଼ିବା ସମୟରେ ଅନେକ ଥର ଝୁଣ୍ଟିପଡୁଥିବାର ନଜର ଆସିଛନ୍ତି । ଏହି ଘଟଣାରେ ବିଡେନଙ୍କର କୌଣସି ଆଘାତ ହୋଇ ନ ଥିବାରୁ ସେ ନିରାପଦରେ ବିମାନରେ ପ୍ରବେଶ କରିଥିଲେ ।
ଶୁକ୍ରବାର ଦିନ ଆଟଲାଣ୍ଟା ଗସ୍ତରେ ଯାଉଥିବା ବେଳେ ଜୋ ବିଡେନଙ୍କ ସହ ଏହି ଘଟଣା ଘଟିଥିଲା । ଆଟଲାଣ୍ଟାରେ ସେ ଏସୀୟ-ଆମେରିକୀୟ ସମ୍ପ୍ରଦାୟର ନେତାମାନଙ୍କୁ ଭେଟିବାକୁ ଯାଉଥିଲେ । ଯେତେବେଳେ ସେ ନିଜ ଯାତ୍ରା କରିବାକୁ ଏୟାରଫୋର୍ସ ୱାନର ସିଡ଼ିରେ ଚଢ଼ୁଥିଲେ । ସେତେବେଳେ ତାଙ୍କର ଭାରସାମ୍ୟ ବିଗିଡ଼ି ଯାଇଥିଲା ଓ ସେ ସିଡ଼ିରେ ଝୁଣ୍ଟି ପଡ଼ିଥିଲେ । ଏହା ପରେ ଜୋ ବିଡେନ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଦୁଇଟି ସିଡ଼ି ଚଢ଼ି ପୁଣି ଝୁଣ୍ଟି ପଡିଥିଲେ । ଏହା ତାଙ୍କ ସହିତ ଥରେ କିମ୍ବା ଦୁଇଥର ନୁହେଁ ବରଂ ଲଗାତାର ତିନିଥର ହୋଇଥିଲା ।
ପଡିଯିବା ପରେ ସେ ଆମେରିକାର ରାଷ୍ଟ୍ରପତିଙ୍କ ଦୁଇଥର ହାତ ସାହାଯ୍ୟରେ ଉଠୁଛନ୍ତି, କିନ୍ତୁ ତୃତୀୟ ଥର ସେ ଆଣ୍ଠୁମାଡି ପଡିଯାଉଛନ୍ତି । ଏହା ପରେ ଜୋ ବିଡେନ କୌଣସି ପ୍ରକାର ଅବହେଳା କରନ୍ତି ନାହିଁ ଓ ବିମାନର ସିଡ଼ିର ପାର୍ଶ୍ୱ ରେଲିଂ ଉପରେ ଚଢ଼ିବା ଆରମ୍ଭ କରନ୍ତି । ସିଡ଼ି ଚଢ଼ି ସାରିବା ପରେ ବିଡେନ ଅଭିବାଦନ ଜଣାଇ ବିମାନ ଭିତରେ ବସିଥିଲେ ।