Ind Vs Eng: ଭାରତ ଶେଷ ବଲ୍ରେ ଜିତିଲା ତୃତୀୟ ODI; ଇଂଲଣ୍ଡ ଲଗାତର ୬ଷ୍ଠ ODI ସିରିଜ୍ ହାରିଲା
ଏହି ମ୍ୟାଚ୍ ବଡ଼ ରୋମାଞ୍ଚକର ଥିଲା । ଫାଇନାଲ୍ ଓଭରରେ ଇଂଲଣ୍ଡ୍ ଟିମକୁ ଜିତିବା ପାଇଁ ୧୪ ରନ୍ ଦରକାର ଥିଲା, ହେଲେ ସେମାନେ ମାତ୍ର ୬ ରନ୍ କରି ପାରିଥିଲେ । ଟିମ୍ ଇଣ୍ଡିଆର ଖେଳାଳିମାନେ ଖରାପ ଫିଲ୍ଡିଂ କରିଥିଲେ ଓ ଚାରିଟି କ୍ୟାଚ୍ ଛାଡ଼ିଥିଲେ ।
- news18-Odia
- Last Updated: March 28, 2021, 11:58 PM IST
News18 Odia Digital
ନୂଆ ଦିଲ୍ଲୀ: ଇଂଲଣ୍ଡ୍ ବିରୁଦ୍ଧରେ ଟେଷ୍ଟ ଓ ଟି-୨୦ ପରେ ଟିମ୍ ଇଣ୍ଡିଆ (Team India) ODI ସିରିଜ୍ ବି ଜିତିଛି । ତୃତୀୟ ଦିନିକିଆ ମ୍ୟାଚରେ ଏକ ରୋମାଞ୍ଚକର ଲଢ଼େଇ ପରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ସାତ ରନରେ ପରାସ୍ତ କରିଛି । ଏହା ସହିତ ଦଳ ୨-୧ରେ ସିରିଜ୍ ଜିତିଛି । ଦେଶ ଭିତରେ ହେଉଥିବା କ୍ରମାଗତ ଷଷ୍ଠ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି । ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜ୍ ୩-୧ରେ ଓ ଟି-୨୦ ସିରିଜ୍ ୩-୨ରେ ଜିତିଥିଲା । ଅର୍ଥାତ୍ ଟିମ୍ ଇଣ୍ଡିଆ ହ୍ୟାଟ୍ରିକ୍ ସିରିଜ୍ ଜିତିଥିଲା ।
ରବିବାର ଦିନ ୩୩୦ ରନର ଟାର୍ଗେଟକୁ ହାସଲ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଇଂଲଣ୍ଡ୍ ଦଳର ଆରମ୍ଭ ଭଲ ନ ଥିଲା । ଦ୍ରୁତ ବୋଲର ଭୁବନେଶ୍ୱର ଇଂଲଣ୍ଡ୍ ଇନିଂସର ପ୍ରଥମ ଓଭରର ଶେଷ ବଲରେ ଜେସନ ରୟଙ୍କୁ (୧୪) ଆଉଟ୍ କରିଥିଲେ । ଏହା ପରେ ଭୁବନେଶ୍ୱର ଜନି ବେୟାରଷ୍ଟୋଙ୍କୁ (୧) ଆଉଟ୍ କରି ଦଳକୁ ଏକ ବଡ଼ ସଫଳତା ଦେଇଥିଲେ । ଦ୍ୱିତୀୟ ODIରେ ବେୟାରଷ୍ଟୋ ଚମତ୍କାର ୧୨୪ ରନ୍ ସ୍କୋର କରିଥିଲେ । ଏହା ବ୍ୟତୀତ ସେ ODIରେ ୯୪ ରନର ଏକ ବଡ଼ ଇନିଂସ ଖେଳିଥିଲେ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ୩ ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ; ଦୁଇ ଶିଶୁଙ୍କ ମୃତ୍ୟୁ ହେଲା
ମାତ୍ର ୨୮ ରନରେ ଇଂଲଣ୍ଡ ଦୁଇଟି ୱିକେଟ୍ ହରାଇବା ପରେ ବେନ୍ ଷ୍ଟୋକ୍ସ (୩୫) କିଛି ଭଲ ସଟ୍ ଖେଳିଥିଲେ । ତାଙ୍କୁ ଏକ ଜୀବନଦାନ ବି ମିଳିଥିଲା । କିନ୍ତୁ ସେ ଏହାର ଲାଭ ଉଠାଇ ପାରିଲେ ନାହିଁ । ବାମହାତୀ ଦ୍ରୁତ ବୋଲର ଟି. ନଟାରାଜନଙ୍କ ଦ୍ୱାରା ଷ୍ଟୋକ୍ସ ଆଉଟ୍ ହେଲେ ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଦିନକୁ ୩୬୭ଟି ଅପରାଧ ଘଟୁଛି; ସେଥିରୁ ୮ଟି ଦୁଷ୍କର୍ମ, ୪ଟି ହତ୍ୟା: ଗୃହ ବିଭାଗର ଶ୍ବେତପତ୍ର
ପଞ୍ଚମ ୱିକେଟ୍ ପାଇଁ ଡେଭିଡ୍ ମାଲାନ୍ (୫୦) ଓ ଲିଆମ୍ ଲିଭିଙ୍ଗଷ୍ଟୋନ୍ (୩୬) ମିଶି ୬୦ ରନ୍ ଯୋଡି଼ଥିଲେ । ଇନିଂସର ମଧ୍ୟ ଭାଗରେ ଶାର୍ଦ୍ଦୁଲ ଠାକୁର ତିନିଟି ୱିକେଟ୍ ନେଇ ଇଂଲଣ୍ଡ୍ ଦଳକୁ ପଛକୁ ଠେଲି ଦେଇଥିଲେ । ମୋଇନ୍ ଅଲି ମଧ୍ୟ ୨୯ ରନ୍ ସ୍କୋର୍ କରିଥିଲେ । ୨୦୦ ରନରେ ସାତ ୱିକେଟ୍ ହରାଇବା ପରେ ସାମ୍ କରେନ୍ (୯୫) ଓ ଆଦିଲ୍ ରସିଦ (୧୯) ମିଶି ୫୭ ରନ୍ ସ୍କୋର୍ କରି ଦଳକୁ ଟ୍ରାକକୁ ଆଣିବାକୁ ଚେଷ୍ଟା କରିଥିଲେ । ସାମ୍ କରେନ୍ ଦଳକୁ ବିଜୟର ଦ୍ୱାରକୁ ଆଣିଥିଲେ, କିନ୍ତୁ ଏହି ଜୋରଦାର୍ ମ୍ୟାଚରେ ଇଂଲଣ୍ଡ୍ ଦଳ ହାରି ଯାଇଥିଲା ।
ଏହା ବି ପଢ଼ନ୍ତୁ | ପିପିଲି Bypoll ପାଇଁ BJD ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଘୋଷଣା କଲା
ଟିମ୍ ଇଣ୍ଡିଆର ଖେଳାଳିମାନେ ଖରାପ ଫିଲ୍ଡିଂ କରିଥିଲେ ଓ ଚାରିଟି କ୍ୟାଚ୍ ଛାଡ଼ିଥିଲେ । ୪୯ତମ ଓଭରରେ ଶାର୍ଦ୍ଦୁଲ ଓ ନଜରଜନ କ୍ୟାଚ୍ ଛାଡି଼ଥିଲେ । ଫାଇନାଲ୍ ଓଭରରେ ଇଂଲଣ୍ଡ ଟିମକୁ ଜିତିବା ପାଇଁ ୧୪ ରନ୍ ଆବଶ୍ୟକ ଥିଲା, କିନ୍ତୁ ସେମାନେ ମାତ୍ର ଛଅ ରନ୍ କରି ପାରିଥିଲେ । ୫୦ ଓଭର୍ ପରେ ଦଳ ୯ ୱିକେଟ୍ ହରେଇ ୩୨୨ ରନ୍ ସଂଗ୍ରହ କରିଥିଲା ।
ଏହା ବି ପଢ଼ନ୍ତୁ | ଏପ୍ରିଲରେ ପଡ଼ୁଥିବା ପର୍ବପର୍ବାଣି ଉପରେ କଟକଣା ଲଗାଇଲେ ଓଡ଼ିଶା ସରକାର; କାରଣ ବେକାବୁ କରୋନା
ଭାରତର ଦ୍ରୁତ ବୋଲର୍ ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୪ ୱିକେଟ୍ ନେଇଥିଲେ। ଭୁବନେଶ୍ୱର କୁମାର ୩ଟି ୱିକେଟ୍ ନେଇଥିଲେ । ଋଷଭ ପନ୍ତ ନିଜ କରିଅରର ସବୁଠୁ ବଡ଼ ଇନିଂସ ଖେଳିଥିଲେ । ଏହା ପୂର୍ବରୁ ଋଷଭ ପନ୍ତ ୭୮ ଓ ହାର୍ଦ୍ଦିକ ପାଣ୍ଡ୍ୟା ୬୪ ରନ୍ ସ୍କୋର୍ କରି ଟିମ୍ ଇଣ୍ଡିଆର ସ୍କୋରକୁ ୩୦୦ରୁ ଅଧିକକୁ ଆଣିଥିଲେ । ପନ୍ତଙ୍କ ODI କରିଅରର ଏହା ଥିଲା ସବୁଠାରୁ ବଡ଼ ଇନିଂସ୍ । ଶିଖର୍ ଧାୱନ ମଧ୍ୟ ୬୭ ରନ୍ ସ୍କୋର୍ କରିଥିଲେ । କୃଣାଲ ପାଣ୍ଡ୍ୟା ୨୫ ଓ ଶାର୍ଦ୍ଦୁଲ ଠାକୁର ୩୦ ରନ୍ ସ୍କୋର୍ କରିଥିଲେ ।
୪୮.୨ ଓଭରରେ ଟିମ୍ ଇଣ୍ଡିଆ ୩୨୯ ରନ୍କୁ ସ୍କୋର୍ କରିପାରିଥିଲା । ଇଂଲଣ୍ଡର ଦ୍ରୁତ ବୋଲର୍ ମାର୍କ ୱୁଡ୍ ତିନୋଟି ଓ ଲେଗ୍ ସ୍ପିନର୍ ଆଦିଲ ରସିଦ ଦୁଇଟି ୱିକେଟ୍ ନେଇଥିଲେ । ଇଂଲଣ୍ଡ ସାତ ଜଣ ବୋଲରଙ୍କୁ ଖେଳରେ ଲଗାଇଥିଲା । ସେମାନେ ସମସ୍ତେ ଅତି କମରେ ଗୋଟିଏ ୱିକେଟ୍ ନେଇଥିଲେ ।