News18 Odia Digital

ହାଇଦ୍ରାବାଦ: ସାରା ଦେଶରେ କରୋନା ଯୋଗୁଁ ଭୟାବହ ପରିସ୍ଥିତି ଦେଖାଦେଇଛି । ଏହି ସମୟରେ ଏକ ଖବର ଆସିଛି ଯେ ବର୍ତ୍ତମାନ ପଶୁମାନଙ୍କଠାରେ କରୋନାର ଲକ୍ଷଣ ମଧ୍ୟ ଦେଖାଯିବା ଆରମ୍ଭ ହୋଇଛି । ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରେ ୮ ଟି ଏସୀୟ ସିଂହଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇଛି । କୁହାଯାଉଛି ଯେ ୨୯ ଏପ୍ରିଲରେ ସେଲୁଲାର୍ ଓ ମଲିକୁଲାର ବାୟୋଲୋଜି (ସିସିଏମ୍ବି) ନେହେରୁ ପ୍ରାଣୀ ଉଦ୍ୟାନର ଅଧିକାରୀମାନଙ୍କୁ କହିଥିଲେ ଯେ RT- PCR ପରୀକ୍ଷଣରେ ୮ ଟି ସିଂହ ପଜିଟିଭ୍ ମିଳିଛି । ତେବେ ଏହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ ।


ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ଡକ୍ଟର ସିଦ୍ଧାନନ୍ଦ କୁକ୍ରେତି ନିଜେ କହିଛନ୍ତି ଯେ ସିଂହମାନଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେଇଛି । ଡକ୍ଟର ସିଦ୍ଧାନନ୍ଦ କୁକ୍ରେତି କହିଛନ୍ତି, ଏହା ସତ୍ୟ ଯେ ସିଂହମାନଙ୍କ ଠାରେ କରୋନାର ଲକ୍ଷଣ ଦେଖାଦେଇଛି କିନ୍ତୁ ଆମେ ଏପର୍ଯ୍ୟନ୍ତ ଏହି ସିଂହମାନଙ୍କ CCMB ରୁ RT-PCR ରିପୋର୍ଟ ପାଇନାହୁଁ । ରିପୋର୍ଟ ପାଇବା ପରେ ହିଁ ଏହି ବିଷୟରେ ସୂଚନା ଦିଆଯିବ ।


ବନ୍ୟପ୍ରାଣୀ ଅନୁସନ୍ଧାନ ଓ ତାଲିମ କେନ୍ଦ୍ରର (ଡବ୍ଲୁଆରଟିସି) ନିର୍ଦ୍ଦେଶକ ଡକ୍ଟର ଶିରିଶ ଉପାଧ୍ୟାୟ କହିଛନ୍ତି ଯେ ବ୍ରୋନକ୍ସ ପ୍ରାଣୀ ଉଦ୍ୟାନରେ କରୋନୋ ଭୂତାଣୁ ଟେଷ୍ଟ କରିବା ପରେ ଏଭଳି କୌଣସି ରିପୋର୍ଟ ବାହାରି ନାହିଁ । ତେବେ ହଂକଂର କୁକୁର ଓ ବିଲେଇମାନଙ୍କଠାରେ ଏହି ଭୂତାଣୁ ମିଳିଥିବା ସେ କହିଛନ୍ତି ।


Published by: Jagdish Barik
First published: May 4, 2021, 4:57 PM IST

भाषा चुनें :

ଓଡ଼ିଆी