• news18-Odia
  • Last Updated: April 20, 2021, 12:07 PM IST

News18 Odia Digital

ନୂଆଦିଲ୍ଲୀ: ସୁନା ଦରରେ ଆଜି (Gold Price Today) ଆଜି ହ୍ରାସ ଦେଖିବାକୁ ମିଳିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (MCX) ସୁନା ଦାମ୍ ୦.୨୯ ପ୍ରତିଶତ ହ୍ରାସ ହୋଇ କାରବାର କରୁଛି । ଏଥି ସହିତ ରୂପା ଦାମ୍ ଆଜି ସାମାନ୍ୟ ବୃଦ୍ଧି ସହିତ କାରବାର କରୁଛି । ରୂପା ଦରରେ (Silver Price Today) ୦.୪୫ ପ୍ରତିଶତ ବୃଦ୍ଧି ଘଟିଛି । ଏମସିଏକ୍ସରେ ରୂପା ଦାମ୍ ୨୨୫ ଟଙ୍କା ବୃଦ୍ଧି ହୋଇ କିଲୋଗ୍ରାମ ପିଛା ୬୮,୬୩୫ ଟଙ୍କା ହୋଇଛି ।


ବିଶ୍ୱ ବଜାର ବିଷୟରେ କହିବାକୁ ଗଲେ ଆମେରିକାର ଟ୍ରେଜେରୀ ଅମଳର ମନ୍ଥରତା ମଧ୍ୟରେ ସୁନା ହାରରେ ହ୍ରାସ ଘଟିଛି । ପୂର୍ବ ସେସନରେ ସ୍ପଟ୍ ସୁନା ୦.୨ ପ୍ରତିଶତ ହ୍ରାସ ପାଇ ୧,୭୬୬.୩୨ ଡଲାରରେ ପହଞ୍ଚିଛି । ବ୍ରୋକରଜ କହିଛନ୍ତି ଯେ ୧୭୨୫ ଡଲାରରୁ ହ୍ରାସ ଏକ ମନ୍ଥରତାର ସଙ୍କେତ ହୋଇପାରେ ।


MCX ଉପରେ ସୁନା ଦାମ୍

ମଙ୍ଗଳବାର ଦିନ ମଲ୍ଟି କମୋଟିଡେଟ୍ ଏକ୍ସଚେଞ୍ଜରେ ସୁନା ଦାମ୍ ୧୦ ଗ୍ରାମ ପିଛା ୧୩୯ ଟଙ୍କା ହ୍ରାସ ପାଇ ୪୭,୨୫୪ ଟଙ୍କା ହୋଇଛି । ଏହା ପୂର୍ବ ସେସନରେ ସୁନା ଦାମ ୪୭,୮୫୦ ଟଙ୍କାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ।

୨୪ କ୍ୟାରେଟ୍ ସୁନା ଦାମ୍

Goodsreturns.in ଅନୁଯାୟୀ, ୨୪ କ୍ୟାରେଟ୍ ସୁନା ଦାମ୍ ବିଷୟରେ କହିବାକୁ ଗଲେ ଆଜି ରାଜଧାନୀ ଦିଲ୍ଲୀରେ ପ୍ରତି ୧୦ ଗ୍ରାମ ସୁନା ଦାମ୍ ୫୦,୬୩୦ ଟଙ୍କା ରହିଛି । ଏହା ବ୍ୟତୀତ ଚେନ୍ନାଇରେ ୪୯୦୪୦ ଟଙ୍କା, ମୁମ୍ବାଇରେ ୪୬୦୮୦ ଟଙ୍କା, କୋଲକାତାରେ ୪୯୬୧୦ ଟଙ୍କା, ହାଇଦ୍ରାବାଦରେ ୪୮୬୧୦ ଟଙ୍କା ଓ ଭୁବନେଶ୍ୱରରେ ପ୍ରତି ୧୦ ଗ୍ରାମ ସୁନା ଦାମ୍ ୪୮୬୧୦ ଟଙ୍କା ସ୍ତରରେ କାରବାର କରୁଛି ।


ଯଦି ଆମେ ୨୨ କ୍ୟାରେଟ୍ ସୁନା ଦାମ୍ ବିଷୟରେ କହିବା ତେବେ ଆଜି ରାଜଧାନୀ ଦିଲ୍ଲୀରେ ପ୍ରତି ୧୦ ଗ୍ରାମ ଦାମ୍ ୪୬୪୧୦ ଟଙ୍କା ରହିଛି । ଏହା ବ୍ୟତୀତ ଚେନ୍ନାଇରେ ୪୪୯୬୦ ଟଙ୍କା, ମୁମ୍ବାଇରେ ୪୫୦୮୦ ଟଙ୍କା, କୋଲକାତାରେ ୪୬୯୧୦ ଟଙ୍କା, ବାଙ୍ଗାଲୋରରେ ୪୪୧୫୦ ଟଙ୍କା ଓ ଭୁବନେଶ୍ୱରରେ ପ୍ରତି ୧୦ ଗ୍ରାମ ପିଛା ୪୪୧୫୦ ଟଙ୍କା ରହିଛି ।


କରୋନା ସଙ୍କଟ ମଧ୍ୟରେ ନିବେଶକମାନେ ସୁନାରେ ନିବେଶ କରିଥିଲେ

କରୋନା ଅବଧିରେ ନିବେଶକମାନେ ସୁନାରେ ଅନେକ କ୍ରୟ କରିଛନ୍ତି । ଗତ ଆର୍ଥିକ ବର୍ଷରେ ୨୦୨୦-୨୧ ରେ ସୁନା ଆମଦାନୀ ୨୨.୫୮ ପ୍ରତିଶତ ବୃଦ୍ଧି ହୋଇ ୩୪.୬ ବିଲିୟନ ଡ଼ଲାର ଅର୍ଥାତ ୨.୫୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ତଥ୍ୟ ଅନୁଯାୟୀ ସମାନ ଆର୍ଥିକ ବର୍ଷରେ ରୂପା ଆମଦାନୀ ୭୧ ପ୍ରତିଶତ ହ୍ରାସ ହୋଇ ୭୯୧ ମିଲିୟନ ଡ଼ଲାରରେ ପହଞ୍ଚିଛି ।


କରୋନା ଅବଧିରେ ନିବେଶକମାନେ ସୁନାରେ ଅନେକ କ୍ରୟ କରିଛନ୍ତି । ଗତ ଆର୍ଥିକ ବର୍ଷରେ ୨୦୨୦-୨୧ ରେ ସୁନା ଆମଦାନୀ ୨୨.୫୮ ପ୍ରତିଶତ ବୃଦ୍ଧି ହୋଇ ୩୪.୬ ବିଲିୟନ ଡ଼ଲାର ଅର୍ଥାତ ୨.୫୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ତଥ୍ୟ ଅନୁଯାୟୀ ସମାନ ଆର୍ଥିକ ବର୍ଷରେ ରୂପା ଆମଦାନୀ ୭୧ ପ୍ରତିଶତ ହ୍ରାସ ହୋଇ ୭୯୧ ମିଲିୟନ ଡ଼ଲାରରେ ପହଞ୍ଚିଛି ।

Published by: Jagdish Barik
First published: April 20, 2021, 12:07 PM IST

भाषा चुनें :

ଓଡ଼ିଆी