• news18-Odia
  • Last Updated: April 5, 2021, 11:14 AM IST

News18 Odia Digital

ନୂଆ ଦିଲ୍ଲୀ: ଷୋମବାର ଭାରତରେ ସୁନା ଓ ରୂପା (Gold Price Today) ଦର ହ୍ରାସ ପାଇଛି । ଅର୍ଥାତ ଆଜି ଆପଣଙ୍କ ପାଇଁ ଶସ୍ତାରେ ସୁନା କିଣିବାର ସୁଯୋଗ ଅଛି । MCX ଉପରେ ସୁନା ଦାମ୍ ୦.୧୪ ପ୍ରତିଶତ ହ୍ରାସ ହୋଇ ୧୦ ଗ୍ରାମ ପ୍ରତି ୪୫,୩୫୫ ଟଙ୍କା ସ୍ତରରେ କାରବାର କରୁଛି । ଏଥି ସହିତ ରୂପା (Silver Price Today) କିଲୋଗ୍ରାମ ପିଛା ୬୫,୦୭୦ ଟଙ୍କା ରହିଛି । ସୁନା ଏହାର ରେକର୍ଡ ସ୍ତରଠାରୁ ୧୧୦୦୦ ଟଙ୍କା କମ୍ କାରବାର କରୁଛି ।


ପୂର୍ବ ବର୍ଷ ଅଗଷ୍ଟରେ ଭାରତରେ ସୁନା ଦାମ୍ ପ୍ରତି ୧୦ ଗ୍ରାମ ପିଛା ୫୬,୨୦୦ ଟଙ୍କା ସ୍ତରରେ ପହଞ୍ଚିଥିଲା । ଅଗଷ୍ଟ ପରଠାରୁ ସୁନା ଦରରେ ପ୍ରାୟ ୧୧୦୦୦ ଟଙ୍କା ହ୍ରାସ ଘଟିଛି । ଏଥି ସହିତ ଚଳିତ ବର୍ଷର ପ୍ରଥମ ତିନି ମାସରେ ପ୍ରତି ୧୦ ଗ୍ରାମ ସୁନା ଦାମ୍ ପ୍ରାୟ ୫୦୦୦ ଶସ୍ତା ହୋଇଛି ।


ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍

ଆନ୍ତର୍ଜାତୀୟ ବଜାର ବିଷୟରେ କହିବାକୁ ଗଲେ ଏଠାରେ ମଧ୍ୟ ସୁନା ଦାମ୍ ହ୍ରାସ ସହିତ କାରବାର କରୁଛି । ଯୁକ୍ତରାଷ୍ଟ୍ରରେ ସୁନା ଦାମ୍ ପ୍ରତି ଆଉନ୍ସ ୪.୦୪ ଡଲାରରୁ ହ୍ରାସ ହୋଇ ୧,୭୨୪.୯୫ ଡଲାରରେ ପହଞ୍ଚିଛି । ଏଥି ସହିତ ରୂପା ଦାମ୍ ପ୍ରତି ଆଉନ୍ସ ୦.୦୮ ହ୍ରାସ ପାଇ ୨୪.୮୯ ଡଲାରରେ କାରବାର କରୁଛି ।

୨୪ କ୍ୟାରେଟ୍ ସୁନା ଦାମ୍

ଆଜି ଦେଶର ରାଜଧାନୀରେ ୨୪ କ୍ୟାରେଟ ସୁନା ମୂଲ୍ୟ ୪୮୪୬୦ ଟଙ୍କା ରହିଛି । ଏହା ବ୍ୟତୀତ ଚେନ୍ନାଇରେ ୪୬୬୮୦ ଟଙ୍କା, ମୁମ୍ବାଇରେ ୪୪୯୨୦ ଟଙ୍କା ଓ କୋଲକାତାରେ ୧୦ ଗ୍ରାମ ପିଛା ସୁନା ଦାମ୍ ୪୭୪୮୦ ଟଙ୍କା ରହିଛି ।


ଭାରତରେ ବିବାହ ସିଜିନ୍ ଯୋଗୁଁ ଅଧିକ ସୁନା ଓ ରୂପା କିଣା ବିକା ଦ୍ୱାରା ଦର ବୃଦ୍ଧିରେ ସହାୟତା ମିଳିବ । ଯଦି ବର୍ତ୍ତମାନର ଦରରେ ସୁନାରେ ନିବେଶ କରାଯାଏ ତେବେ ଏହା ଦୀର୍ଘ ସମୟ ମଧ୍ୟରେ ବଡ ଲାଭ ଦେଇପାରେ । ବିଶେଷଜ୍ଞ ମାନେ ବିଶ୍ୱାସ କରନ୍ତି ଯେ ୨୦୨୧ ମସିହାରେ ସୁନା ଦର ନିଶ୍ଚିତ ଭାବେ ବୃଦ୍ଧି ପାଇବ । ଆକଳନ କରାଯାଇଛି ଯେ ସୁନା ଦର ଚଳିତ ବର୍ଷ ୬୩,୦୦୦ ଟଙ୍କା ଅତିକ୍ରମ କରିବ । ଯଦି ଏହା ଘଟେ ତେବେ ନିବେଶକମାନେ ଦୃଢ଼ ଲାଭ ପାଇବାକୁ ନିଶ୍ଚିତ ।

Published by: Jagdish Barik
First published: April 5, 2021, 11:14 AM IST

भाषा चुनें :

ଓଡ଼ିଆी