News18 Odia Digital

ନୂଆ ଦିଲ୍ଲୀ: କରୋନା ମହାମାରୀର ଏହି ଯୁଗରେ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଗ୍ରାହକଙ୍କୁ ବହୁତ ଆରାମ ଦେଇଛି । ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଗ୍ରାହକଙ୍କ ସେଭିଂ ଆକାଉଣ୍ଟରେ ସୁଧ ହାର ବୃଦ୍ଧି କରିଛି । ବର୍ତ୍ତମାନ ଏୟାରଟେଲ ପେମେଣ୍ଟ ବ୍ୟାଙ୍କର ସଞ୍ଚୟ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କାରୁ ଅଧିକ ଜମା ଉପରେ ବାର୍ଷିକ ୬% ସୁଧ ମିଳିବ ।ବର୍ତ୍ତମାନ ଏୟାରଟେଲ ପେମେଣ୍ଟ ବ୍ୟାଙ୍କରେ ୫.୫ କୋଟିରୁ ଅଧିକ ଗ୍ରାହକ ଅଛନ୍ତି ।


ଜାଣନ୍ତୁ କ’ଣ କହିଲା ବ୍ୟାଙ୍କ?

ଏୟାରଟେଲ ପେମେଣ୍ଟସ ବ୍ୟାଙ୍କ କହିଛି ଯେ ନୂତନ ଆରବିଆଇ ଗାଇଡଲାଇନ ଅନୁଯାୟୀ ପେମେଣ୍ଟସ ବ୍ୟାଙ୍କର ସଞ୍ଚୟ ଖାତାର ଦୈନିକ ସୀମା ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଏହାକୁ ପ୍ରଥମେ କାର୍ଯ୍ୟକାରୀ କରିଛି । ଏୟାରଟେଲରେ ୫.୫ କୋଟିରୁ ଅଧିକ ଉପଭୋକ୍ତା ଅଛନ୍ତି । ଏଥି ସହିତ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଉପରେ ବାର୍ଷିକ ସୁଧ ହେଉଛି ୨.୫ ପ୍ରତିଶତ ରହିଛି । ଏୟାରଟେଲ ପେମେଣ୍ଟ ବ୍ୟାଙ୍କରେ ୫ ଲକ୍ଷ ବ୍ୟାଙ୍କିଙ୍ଗ ପଏଣ୍ଟ ରହିଛି । ବ୍ୟାଙ୍କ ଉଭୟ ସହରୀ ଡିଜିଟାଲ୍ ଓ ଗ୍ରାମୀଣ ଅଣ୍ଡରବ୍ୟାଙ୍କ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ୍ ସେବା ଯୋଗାଏ ।


ଗ୍ରାହକଙ୍କ ପାଇଁ ହେବ ବଡ଼ ଲାଭ

Published by: Jagdish Barik
First published: May 4, 2021, 6:05 PM IST

भाषा चुनें :

ଓଡ଼ିଆी