News18 Odia Digital

ନୂଆ ଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅଦାର ପୁନାୱାଲା କହିଛନ୍ତି ଯେ ସେ କିଛି ଦିନ ମଧରେ ସେ ଲଣ୍ଡନରୁ ଭାରତ ଫେରିବେ । ପୁନାୱାଲା ଭାରତର କରୋନା ଭୂତାଣୁ ମହାମାରୀର ଦ୍ୱିତୀୟ ଉଦ୍ବେଗଜନକ ଲହର ଯୋଗୁଁ ବର୍ଦ୍ଧିତ ଚାହିଦା ମେଣ୍ଟାଇବା ପାଇଁ ଆଣ୍ଟି-କୋଭିଡ -19 ଟିକା ପ୍ରସ୍ତୁତ କରିବାକୁ ତାଙ୍କ ଉପରେ ହୋଇଥିବା ଚାପ ବିଷୟରେ କହିଥିଲେ । ଏହା ପରେ ସେ ଭାରତ ପ୍ରତ୍ୟାବର୍ତ୍ତନ ଘୋଷଣା କରିଥିଲେ ।


ପୁନାୱାଲା ଏକ ଟ୍ୱିଟ୍ କରି କହିଛନ୍ତି ଯେ, ବ୍ରିଟେନରେ ମୋର ସମସ୍ତ ଅଂଶୀଦାର ଓ ସମସ୍ତ ପକ୍ଷଙ୍କ ସହ ଏକ ଭଲ ବୈଠକ ହୋଇଛି । ଏହି ସମୟରେ ଏହା ସୂଚନା ଦେଇ ଖୁସି ଲାଗୁଛି ଯେ ପୁଣେରେ କୋଭିଶିଲ୍ଡର (Covishield) ଉତ୍ପାଦନ ସମ୍ପୂର୍ଣ୍ଣ ଜୋରସୋରରେ ଚାଲିଛି । କିଛି ଦିନ ମଧ୍ୟରେ ଫେରିବା ପରେ ମୁଁ କାର୍ଯ୍ୟର ସମୀକ୍ଷା କରିବାକୁ ଉତ୍ସାହିତ । ସରକାରୀ ସୁରକ୍ଷା ଦିଆଯିବା ପରେ ତାଙ୍କର ପ୍ରଥମ ଟିପ୍ପଣୀରେ ପୁନାୱାଲା ଶନିବାର ଲଣ୍ଡନ ଖବରକାଗଜ ଟାଇମ୍ସ ସହ ବାର୍ତ୍ତାଳାପରେ କହିଛନ୍ତି ଯେ କୋଭିଶିଲ୍ଡ ଟିକା ଯୋଗାଣ ଦାବିରେ ଭାରତର କେତେକ ଶକ୍ତିଶାଳୀ ବ୍ୟକ୍ତି ଫୋନରେ କ୍ରୋଧିତ ଭାବରେ କଥା ହୋଇଥିଲେ ।


CII ଭାରତରେ ଅକ୍ସଫୋର୍ଡ / ଆଷ୍ଟ୍ରାଜେନିକାର କୋଭିଡ -୧୯ ଟିକା କୋଭିଶିଲ୍ଡ ଉତ୍ପାଦନ କରୁଛି । ସେ କହିଛନ୍ତି ଯେ ଏହି ଚାପ ଯୋଗୁଁ ସେ ତାଙ୍କ ପତ୍ନୀ ଓ ପିଲାମାନଙ୍କ ସହିତ ଲଣ୍ଡନ ଆସିଛନ୍ତି । ଭାରତୀୟ ସରକାରୀ ଅଧିକାରୀଙ୍କ ଅନୁଯାୟୀ, ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପୁନାୱାଲାଙ୍କୁ ସୁରକ୍ଷା ଦିଆଯାଇଛି । ଦେଶର ଯେକୌଣସି ସ୍ଥାନରେ ସେମାନଙ୍କ ସୁରକ୍ଷା ଅଧୀନରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ସେଥିରେ ୪-୫ ଜଣ କମାଣ୍ଡର ରହିବେ ।


Published by: Jagdish Barik
First published: May 2, 2021, 2:48 PM IST

भाषा चुनें :

ଓଡ଼ିଆी