ସାଦା ପଖାଳ, ଲେମ୍ବୁ ପଖାଳ, ଦହି ପଖାଳ… ଆଜି ‘ବିଶ୍ୱ ପଖାଳ ଦିବସ’ ପାଇଁ ସାରା ଓଡ଼ିଶା ପ୍ରସ୍ତୁତ
ପଖାଳ ଦିବସ ପାଇଁ ଖାସ୍ ପ୍ରସ୍ତୁତି କରିଛନ୍ତି ଭୁବନେଶ୍ୱରର ବିଭିନ୍ନ ହୋଟେଲ୍ । ଏହି ବିଶେଷ ଦିନ ପାଇଁ ସେମାନେ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ଭେଜ୍ ଓ ନନ୍-ଭେଜ୍ ପଖାଳ ଥାଳି । ଅନଲାଇନ୍ ଅର୍ଡ଼ର୍ ଓ ପାର୍ସଲ ସୁବିଧା ବି ଅଛି ।
- news18-Odia
- Last Updated: March 20, 2021, 2:19 AM IST
- NIRUPAMA BEHERA TV
News18 Odia Digital
ଭୁବନେଶ୍ୱର: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଖାଇବା ପାଇଁ ଯଦିଓ ସ୍ୱତନ୍ତ୍ର ଦିନର ଆବଶ୍ୟକତା ନାହିଁ, କିନ୍ତୁ ଏହାର ମହତ୍ତ୍ୱ ମନେ ପକାଇବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଏ । ଓଡ଼ିଆଙ୍କର ଏହି ବିଶେଷ ଦିନକୁ ସ୍ୱାଦିଷ୍ଟ ବନେଇବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଚାଲିଛି ବିଶେଷ ପ୍ରସ୍ତୁତି ।
ଏହା ବି ପଢ଼ନ୍ତୁ | ଅଚାନକ WhatsApp, ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ସେବା ବିଶ୍ୱ ସାରା ଡାଉନ୍ ହେଲା; ପୁଣି ଠିକ୍ ହୋଇଗଲା
ଛୋଟ ବଡ଼ ହୋଟେଲ୍ ଠାରୁ ଆରମ୍ଭ କରି ବଡ଼ ରେସ୍ତୋରାଁର ମେନୁରେ ଦେଖିବାକୁ ମିଳୁଛି ପଖାଳ । ପଖାଳ ଦିବସ ପାଇଁ ଖାସ ପ୍ରସ୍ତୁତି କରିଛନ୍ତି ରାଜଧାନୀର ବିଭିନ୍ନ ହୋଟେଲ୍ । ଏହି ଦିବସ ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଭେଜ୍ ଓ ନନ୍-ଭେଜ୍ ପଖାଳ ଥାଳି। ପଖାଳ ଦିବସ ପାଳନ ପାଇଁ ହୋଟେଲକୁ ଆସି ଗର୍ବରେ ପଖାଳ ଡିସ୍ ଅର୍ଡ଼ର କରୁଥିବା ଗ୍ରାହକଙ୍କୁ ପରସି ସୁଆଦିଆ ପଖାଳ ପରସିବା ପାଇଁ ନାନା ଆୟୋଜନ ଆରମ୍ଭ ହୋଇଛି ।
ଏହା ବି ପଢ଼ନ୍ତୁ | କରୋନା ଯୋଗୁଁ ପୁରୁଷମାନଙ୍କ ଯୌନ ହରମୋନ୍ କମ୍ ହେଉଛି, ଯୌନ କ୍ଷମତା ବି କମୁଛି
‘‘ପ୍ରତି ବର୍ଷ ଆମେ ପଖାଳ ଦିବସରେ ଭଳିକି ଭଳି ଆଇଟମ୍ ଆମ ଗ୍ରାହକଙ୍କୁ ପରସି ଥାଉ । ଏ ଥର ବି ଓଡ଼ିଆଙ୍କର ଏହି ପାରମ୍ପରିକ ଖାଦ୍ୟକୁ ଟିକିଏ ନିଆରା ଢଙ୍ଗରେ ପ୍ରସ୍ତୁତ କରିଛୁ । ଲୋକଙ୍କ ଚାହିଦା ଦେଖି ଆମେ ଅନଲାଇନ୍ ଓ ପାର୍ସଲ ସୁବିଧା ବି କରିଛୁ,’’ କହିଛନ୍ତି ଡାଲମା ହୋଟେଲର ମାନେଜର୍ ଗୌର ଗୋପାଳ ।
ଆଜି ପଖାଳ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛି ।
ଦିନ ଥିଲା ଗରିବ ଓ ଖଟିଖିଆ ବା ମଜୁରିଆଙ୍କ ପରିଚୟ ଥିଲା ପଖାଳ । ହେଲେ ଆଜି ପଖାଳ କେବଳ ଗରିବଙ୍କର ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛି । କି ଧନୀ କି ଗରିବ, ସଭିଙ୍କ ପସନ୍ଦ ପାଲଟିଛି ପଖାଳ । ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରି ଏହି ଡିସକୁ ବିଶ୍ୱର ନାମୀ ଖାଦ୍ୟ ତାଲିକାରେ ଦିଆଯାଇଛି ବିଶେଷ ସ୍ଥାନ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କେବଳ ଟାୱେଲ୍ ପିନ୍ଧି କାଜଲ୍ ରାଘୱାନୀ ଜବରଦସ୍ତ ନୃତ୍ୟ କଲେ; VIDEO ଭାଇରାଲ୍
‘‘ପଖାଳ ତ ଲୋକେ ଘରେ ଘରେ ସବୁ ଦିନ ଖାଆନ୍ତି, ବିଶେଷତଃ ଗରମ ଦିନେ ବେଶୀ ଖାଆନ୍ତି । ପଖାଳ ଓଡ଼ିଆଙ୍କ ପ୍ରଥମ ଓ ପ୍ରିୟ ଖାଦ୍ୟ କହିଲେ ଚଳେ । ହେଲେ ମାର୍ଚ୍ଚ ୨୦ର ଖାସ୍ ଦିନରେ ଏହି ଖାସ୍ ଖାଦ୍ୟ ଖାଇବାର ମଜା ଟିକେ ଅଲଗା । ଏବେ ଯେମିତି ହୋଟେଲଗୁଡିକ ନିଆରା ଢଙ୍ଗରେ ପଖାଳ ପ୍ରସ୍ତୁତ କରୁଛନ୍ତି ତାହା ସ୍ୱାଦକୁ ଦ୍ବିଗୁଣିତ କରୁଛି,’’ କହିଛନ୍ତି ରାଜଧାନିବାସୀ ସୁସ୍ମିତା ସ୍ୱାଇଁ ।
ସାଦା ପଖାଳ, ଲେମ୍ବୁ ପଖାଳ, ଦହି ପଖାଳ… ତା’ ସାଙ୍ଗକୁ ଛୁଙ୍କ ପଖାଳ । ଆଉ ପାଖରେ ରହିଛି ଆଳୁ ଚଟଣି, ଶାଗ ଭଜା, ବଡି ଚୁରା, ମାଛ ଭଜା, ଚିଙ୍ଗୁଡ଼ି ଭଜା ଓ ଚିଙ୍ଗୁଡ଼ି ଛେଚା । ଖାଲି ସେତିକି ନୁହେଁ, ଲୋକଙ୍କ ପସନ୍ଦ ଅନୁଯାୟୀ ପାରମ୍ପରିକ ଖାଦ୍ୟ ଯଥା ଛତୁ ପୋଡ଼ା, କଖାରୁ ଫୁଲ ବରା, ପୋସ୍ତ ବରା, ରାଇ ଓ ପିତା ଶାଗ ଭଳି ଆଇଟମ୍ ରେଡି କରିଛନ୍ତି ବିଭିନ୍ନ ହୋଟେଲ୍ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଯୁବକକୁ ଘରୁ ଉଠେଇ ମଶାଣିକୁ ନେଲେ, ଗଛରେ ବାନ୍ଧି ପିଟିଲେ, ନାକ କାଟିବା ପ୍ରୟାସ କଲେ
ଭେଜ୍ ପଖାଳ ଥାଳିର ଦାମ୍ ୧୬୦ ଟଙ୍କା ରହିଥିବା ବେଳେ ନନ୍-ଭେଜ ଥାଳିର ଦାମ ୨୬୦ ଟଙ୍କା ରହିଛି । କରୋନା ସଂକ୍ରମଣ ଜନିତ କଟକଣାକୁ ଦୃଷ୍ଟିରେ ରଖି ଅନଲାଇନ୍ ବୁକିଂ ଓ ପାର୍ସଲ୍ ସୁବିଧା ବି କରାଯାଇଛି ହୋଟେଲଗୁଡ଼ିକ ପକ୍ଷରୁ ।
ଗରମ ଦିନରେ ପଖାଳ ଯେ ଖାଲି ଆନନ୍ଦ ଦିଏ ତା’ ନୁହେଁ; ପେଟ ଥଣ୍ଡା ରଖିବା ସହ ଅଂଶୁଘାତ୍ରରୁ ବି ରକ୍ଷା କରେ । ସେଇଥି ପାଇଁ ତ ଖରା ହେଲେ ପଖାଳ କଂସା ଅନେକଙ୍କର ମନେ ପଡ଼େ!