ପିପିଲି ଉପନିର୍ବାଚନ ପାଇଁ ଚାଲିଛି ପ୍ରାର୍ଥୀ ଖୋଜା; ସବୁ ଦଳରେ କଠିନ ଅଙ୍କ କଷା ଜାରି
ବିଜେଡି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରିବାରରୁ ଜଣକୁ ପ୍ରାର୍ଥୀ କରିବା ଉପରେ ବିଚାର ବିମର୍ଷ କରୁଥିବା ବେଳେ ଶୁକ୍ରବାର ଦିନ ସନ୍ଧ୍ୟାବତୀ ପ୍ରଧାନଙ୍କ ସପକ୍ଷରେ ଏକ ଗୋଷ୍ଠି ଦାବି ଉଠାଇଛନ୍ତି।
- news18-Odia
- Last Updated: March 19, 2021, 11:18 PM IST
News18 Odia Digital
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ ସବୁ ଦଳ ଆରମ୍ଭ କରିଛନ୍ତି ପ୍ରାର୍ଥୀ ଖୋଜା । ଉପନିର୍ବାଚନକୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ ଚଳଚଞ୍ଚଳ ହୋଇଉଠିଥିବା ବେଳେ ଶାସକ ଦଳ ବିଜେଡିର ଚାଲିଛି ଘନ ଘନ ବୈଠକ । ବିଜେଡି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରିବାରରୁ ଜଣକୁ ପ୍ରାର୍ଥୀ କରିବା ଉପରେ ବିଚାର ବିମର୍ଷ କରୁଥିବା ବେଳେ ଶୁକ୍ରବାର ଦିନ ସନ୍ଧ୍ୟାବତୀ ପ୍ରଧାନଙ୍କ ସପକ୍ଷରେ ଏକ ଗୋଷ୍ଠି ଦାବି ଉଠାଇଛନ୍ତି।
ଦୀର୍ଘ ୨୦ ବର୍ଷ ଧରି ବିଜେଡି ହାତରେ ପିପିଲି ବିଧାନ ସଭା ସିଟ୍ ଥିବା ବେଳେ ନିଜ ସମ୍ମାନ ରଖିବାକୁ ପୂରା ବଳ ଲଗାଇଦେଇଛି ଶାସକ ଦଳ । ମନ୍ତ୍ରୀ ସମୀର ଦାଶ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ପିପିଲି ଓ ଡେଲାଙ୍ଗ ବ୍ଲକ୍ ଭାଗ କରି ଦେବା ସହ ପ୍ରାୟ ୨୦୦ ଯୁବା, ଛାତ୍ର ଓ ମହିଳା ନେତ୍ରୀଙ୍କୁ ଦାୟିତ୍ୱ ଦେଇ ଦଳ ନିର୍ବାଚନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏପରିକି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ନେତୃତ୍ୱରେ ପିପିଲିରୁ ରାଜଧାନୀ ସବୁଠି ଚାଲିଛି ୱାର୍ ରୁମ୍ ଆଲୋଚନା ।
ଏହା ବି ପଢ଼ନ୍ତୁ | କରୋନା ଯୋଗୁଁ ପୁରୁଷମାନଙ୍କ ଯୌନ ହରମୋନ୍ କମ୍ ହେଉଛି, ଯୌନ କ୍ଷମତା ବି କମୁଛି
ହେଲେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେହି ଅଙ୍କକଷା ଏବେ ବି ସରିନି । ମହାରଥୀଙ୍କ ପରିବାରରୁ ଦଳ କାହାରିକୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଅନେକ ଆଶାୟୀ ବି ପ୍ରାର୍ଥୀ ହେବା ପାଇଁ ଲବି ଚଳାଇଛନ୍ତି । ଶୁକ୍ରବାର ଦିନ ଡେଲାଙ୍ଗ ଅଞ୍ଚଳର କିଛି ବିଜେଡି କର୍ମୀ ସନ୍ଧ୍ୟାବତୀ ପ୍ରଧାନଙ୍କୁ ପ୍ରାର୍ଥୀ କରିବାକୁ ଭୁବନେଶ୍ୱରରେ ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କୁ ତାଙ୍କ ବାସଭବନରେ ଭେଟି ଦାବି କରିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ସୀତା ରୂପରେ ଆଲିଆ ଭଟ୍ଟଙ୍କ ପ୍ରଥମ ଛବି ଆସିଲା; ଅଭିନେତ୍ରୀ କରୋନା ଯୋଗୁଁ ଘରେ ରହିଛନ୍ତି
ପ୍ରାର୍ଥୀ ଚୟନଙ୍କୁ ନେଇ ବିଜେଡି ଅଙ୍କ କଷୁଥିବା ବେଳେ ଯଦି ବାଲେଶ୍ୱର ଉପନିର୍ବାଚନ ପରି ଦଳରେ ଦ୍ଵନ୍ଦ୍ୱ ଉପୁଜେ ତେବେ ଓଲଟ ପାଲଟ ହୋଇପାରେ ସବୁ ଗଣିତ । ଏପରିକି ଜଣେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରି ଦଳ ବାଜି ପଲଟାଇ ପାରେ । ପିପିଲି ଉପନିର୍ବାଚନର ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କୁ ଭେଟିବା ପରେ ଡେଲାଙ୍ଗ ଅଞ୍ଚଳରେ ବିଜେଡି କର୍ମୀ ମହେନ୍ଦ୍ର ହରିଚନ୍ଦନ ସନ୍ଧ୍ୟାବତୀ ପ୍ରଧାନଙ୍କ ସପକ୍ଷରେ ଜନମତ ଥିବା କହିଛନ୍ତି ।
ଏହା ବି ପଢ଼ନ୍ତୁ | ‘ଯୌନ ଶୋଷଣ ପୀଡିତାଙ୍କୁ ଅଭିଯୁକ୍ତ ରାଖୀ ବାନ୍ଧୁ…’: ସୁପ୍ରିମ୍ କୋର୍ଟ HCର ଆଦେଶକୁ ଖାରଜ କଲେ
‘‘ପିପିଲି ଉପନିର୍ବାଚନ ପାଇଁ ଡେଲାଙ୍ଗର ସନ୍ଧ୍ୟାବତୀ ପ୍ରଧାନଙ୍କୁ ପ୍ରାର୍ଥୀ କରା ନ ଗଲେ ବିଜେଡିରେ ଫାଟ ସୃଷ୍ଟି ହେବା ସହ ବିଜେପି ଫାଇଦା ନେବ । ପଞ୍ଚାୟତ ଇଲେକ୍ସନର ଫଳାଫଳକୁ ନେଇ ତର୍ଜମା କରି ପ୍ରାର୍ଥୀ ଚୟନ କରିବା ଦରକାର,’’ କହିଛନ୍ତି ହରିଚନ୍ଦନ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଏହି ସୁନ୍ଦର ଓ ଜଟିଳ ଆସନ କେମିତି କରିବେ? ଅଭିନେତ୍ରୀ ମଲାଇକା ଅରୋଡ଼ା ଉପାୟ କହିଛନ୍ତି
ପର୍ଯ୍ୟବେକ୍ଷକ ପ୍ରତାପ ଦେବ କହିଛନ୍ତି, ‘‘ଯେକୌଣସି ନିର୍ବାଚନରେ ଅନେକ ଆଶାୟୀ ବାହାରିବା ସ୍ୱାଭାବିକ କଥା । ଯାହା ବି ଦାବି ଆସୁଛି ୱାର୍ ରୁମରେ ଆଲୋଚନା କରାଯାଉଛି । ଏ କଥା ସୁପ୍ରିମୋଙ୍କ ନିକଟକୁ ପଠାଯିବ । ସୁପ୍ରିମୋ ଯାହାକୁ ଟିକେଟ ଦେବେ ତାହା ହିଁ ଫାଇନାଲ୍ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମ୍ୟାଚ୍ ପୂର୍ବରୁ ଇଶାନ କିଶନଙ୍କୁ ରୋହିତ ଶର୍ମା କିଛି କହିଥିଲେ, ତା’ପରେ ସେ ହଙ୍ଗାମା କରିଥିଲେ!
ପ୍ରାର୍ଥୀ ଖୋଜାକୁ ନେଇ ବିପକ୍ଷ ବିଜେପି ଓ କଂଗ୍ରେସ ଶିବିର ବି ସମାନ ରୂପେ ଚଳଚଞ୍ଚଳ ହୋଇଛି । ପିପିଲିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ପ୍ରାୟ ୧୬ ହଜାର ବ୍ୟବଧାନରେ ପରାସ୍ତ ହୋଇଥିବା ବେଳେ ଦଳ ତାଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିପାରେ । ଏ ନେଇ ଦଳୀୟ କ୍ୟାମ୍ପରେ ଚର୍ଚ୍ଚା ହେଉଥିବା ବେଳେ କୌଣସି ନେତା ଏହାକୁ ଖଣ୍ଡନ ବି କରୁନାହାନ୍ତି ।
‘‘ଦଳୀୟ ଫୋରମରେ ବିଚାର ବିମର୍ଷ ଚାଲିଛି । ଠିକ୍ ସମୟରେ ପ୍ରାର୍ଥୀ ଘୋଷଣା ହେବ,’’ କହିଛନ୍ତି ବିରୋଧୀ ଦଳ ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀ ।
କଂଗ୍ରେସ ପାଖରେ ଚାରି ଜଣ ଆଶାୟୀଙ୍କ ନାଁ ଥିବା ବେଳେ ଦଳ ପୁରୁଣା ପ୍ରାର୍ଥୀଙ୍କୁ ରିପିଟ୍ କରିବ ନା ନୂଆ ମୁହଁ ଦେବ ତାକୁ ନେଇ ସସପେନ୍ସ ଜାରି ରହିଛି । ବିଧାୟକ ସୁର ରାଉତରାୟ କହିଛନ୍ତି, ‘‘ଦଳ ପୂର୍ବ ପରାଜୟକୁ ଭୁଲି ଲଢ଼ିବ । କିଏ ପ୍ରାର୍ଥୀ ହେବ ସେ ନେଇ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ହେବ ।’’