ରାଜ୍ୟରେ ପଡ଼ିଲା ଓଡ଼ିଶା ଆଦର୍ଶ ଵିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ମୂଳଦୁଆ; ଗୁରୁ ଦିବସରେ ଶିକ୍ଷକଙ୍କୁ ଏହି ଉପହାର ଦେଲେ CM ନବୀନ
ପବିତ୍ର ଗୁରୁ ଦିବସ ଅବସରରେ ରାଜ୍ୟର ଶିକ୍ଷାର୍ଥୀଙ୍କୁ ମୁଖ୍ୟ ମନ୍ତ୍ରୀ ଏହି ଭେଟି ଦେଇଛନ୍ତି । ଅନ୍ଧାରୁଆ ଠାରେ ମୁଖ୍ୟ ମନ୍ତ୍ରୀ ଏହି ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଏଥି ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
- news18-Odia
- Last Updated: September 6, 2021, 1:26 PM IST
News18 Odia Digital
ଭୁବନେଶ୍ବର: ରବିବାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ୧,୦୦୦ କ୍ଷମତା ବିଶିଷ୍ଟ ଏହି ଆବାସିକ ବିଦ୍ୟାଳୟରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯିବ । ଏହା ସହିତ ସର୍ବ ଭାରତୀୟ ସ୍ତରର ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଏଠାରେ ମଧ୍ୟ କୋଚିଂ ସୁବିଧା ରହିବ । ରାଜ୍ୟର ସମସ୍ତ ଆଦର୍ଶ ବିଦ୍ୟାଳୟ ଗୁଡ଼ିକରୁ ଯୋଗ୍ୟ ଛାତ୍ରଛାତ୍ରୀମାନେ ଏହି ବିଦ୍ୟାଳୟରେ ଆଡମିଶନ ପାଇଁ ମନୋନୀତ ହେବେ ।
ପବିତ୍ର ଗୁରୁ ଦିବସ ଅବସରରେ ରାଜ୍ୟର ଶିକ୍ଷାର୍ଥୀଙ୍କୁ ମୁଖ୍ୟ ମନ୍ତ୍ରୀ ଏହି ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ଧାରୁଆ ଠାରେ ମୁଖ୍ୟ ମନ୍ତ୍ରୀ ଏହି ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଏଥି ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ମୋଟ ୨୫ ଏକର ଜମିରେ ପ୍ରସ୍ତୁତ ହେବ ରାଜ୍ୟର ଏହି ପ୍ରଥମ ଉତ୍କର୍ଷ ଆଦର୍ଶ ବିଦ୍ୟାଳୟ । ଏହା ସହ ୧୩ ଏକର ଜମି ଏକାଡେମିକ୍ ଓ ଆଡମିନିଷ୍ଟ୍ରେସନ୍ ବ୍ଲକ୍ ପାଇଁ ଉଦ୍ଦିଷ୍ଟ, ଯେଉଁଥରେ ୨୬ଟି ଶ୍ରେଣୀଗୃହ, ୮ଟି ବିଜ୍ଞାନଗାର, ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ଉପାଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଓ ଗ୍ରନ୍ଥାଗାର ଇତ୍ୟାଦି ରହିବ।
ରାଜ୍ୟରେ ପଡ଼ିଲା ଓଡ଼ିଶା ଆଦର୍ଶ ଵିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ମୂଳଦୁଆ
ଏହା ବ୍ୟତୀତ ୧,୦୦୦ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ଛାତ୍ରନିବାସ, ଶିକ୍ଷକଙ୍କ ପାଇଁ ୨୨ଟି ବାସଗୃହ, ୮ ଟି ଅତିଥ୍କକ୍ଷ ଓ ୩୦ ଜଣଙ୍କ ପାଇଁ ଏକ ବିଶ୍ରାମଗାର ରହିବ । ୧ ଏକର ଜମିରେ ମୁକ୍ତାକାଶ କ୍ରୀଡ଼ା ସୁବିଧା ଯଥା ଦୌଡ଼ ମାର୍ଗ, ଫୁଟବଲ୍ ପଡ଼ିଆ, ଜଳି ପଡ଼ିଆ, ବାଟଟଲ୍ କୋର୍ଟ, ଲିନ୍ ନିସ କୋର୍ଟ, ବ୍ୟାଡମିଣ୍ଟନ୍ ଓ ଭଲିବଲ୍ କୋର୍ଟ ରହିବ । ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଶିକ୍ଷା କ୍ଷେତ୍ରରେ ନୂଆ ସମ୍ଭାବନା ଆଣିବ ବୋଲି ଆଶା କରିଛନ୍ତି ମୁଖ୍ୟ ମନ୍ତ୍ରୀ। ସେହି ଭଳି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମଧ୍ୟ ଏହି ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ର ନୂଆ ସମ୍ଭାବନା ଆଣିବ ବୋଲି ଆଶା କରିଥିଲେ।
ଗୁରୁ ଦିବସରେ ଶିକ୍ଷକଙ୍କୁ ଏହି ଉପହାର ଦେଲେ CM ନବୀନ
ଏହି ଅବସରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ କହିଥିଲେ, ‘‘ଶ୍ରେଣୀଗୃହକୁ ଆକର୍ଷଣୟ କରିବା ପାଇଁ ବିଶ୍ବ ବିଜ୍ଞାନଗାର, ଇ-ଗ୍ରନ୍ଥାଗାର, ଗଣିତ ଓ ଭାଷା ବିଜ୍ଞାନଗାର, ଉନ୍ନତ ମାନର କମ୍ପ୍ୟୁଟର ଲାବୋରେଟୋରୀ, ନ୍ୟାସମ୍ପଙ୍କ ବିଶେଷଜ୍ଞ ମାନଙ୍କ ସହ ଯୋଗାଯୋଗ, ଆବାସକ ଶିକ୍ଷାଦାନ ଏହି ପ୍ରତିଷ୍ଠିତ ବିଦ୍ୟାଳୟର ମୁଖ୍ୟ ବୈଶିଷ୍ଟ୍ୟ ହେବ ।’’
ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା ୧୮ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।