ଧାନ କିଣା ରାଜନୀତି: BJP କହିଲା ନବୀନ ନିବାସ ଯିବା ଭୁଲ୍ ଥିଲା; କଂଗ୍ରେସ କହିଲା ‘ସେମାନେ ଭାଇ ଭାଇ’
ବିଧାନ ସଭାରେ ପୁଣି ଜାରି ହୋଇଥିବା ଅଚଳାବସ୍ଥା ବିଷୟରେ BJDର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ BJP ଓ କଂଗ୍ରେସର ଗଣ୍ଡଗୋଳ ପାଇଁ ଗୄହ ଅଚଳ ହୋଇଛି । ‘‘କଂଗ୍ରେସ ଓ BJP ନିଜ ନିଜ ପ୍ରଚାର ପ୍ରସାରରେ ମାତିଛନ୍ତି,’’ ସେ କହିଛନ୍ତି ।
- news18-Odia
- Last Updated: March 19, 2021, 11:50 PM IST
News18 Odia Digital
ଭୁବନେଶ୍ୱର: ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବୈଠକ ପାଇଁ ତାଙ୍କ ବାସଭବନ ‘ନବୀନ ନିବାସ’ ଭିତରକୁ ଯାଇଥିବାରୁ ପସ୍ତେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ନବୀନ ନିବାସ ଯିବା ଭୁଲ୍ ଥିଲା ବୋଲି ସେ କହିଛନ୍ତି । ଧାନ କିଣା ପ୍ରସଙ୍ଗରେ ଶୁକ୍ରବାର ଦିନ ବିଧାନ ସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ ବିଜେପିର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।
ଏହା ବି ପଢ଼ନ୍ତୁ | ଅଚାନକ WhatsApp, ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ସେବା ବିଶ୍ୱ ସାରା ଡାଉନ୍ ହେଲା; ପୁଣି ଠିକ୍ ହୋଇଗଲା
ବିଜେପି ବିଧାୟକମାନଙ୍କର ‘ନବୀନ ନିବାସ’କୁ ଯାଇ ମୁଖ୍ୟ ମନ୍ତ୍ରୀଙ୍କ ଆତିଥ୍ୟ ଗ୍ରହଣ କରିବା ଓ ତାଙ୍କ ସହ କଥାବାର୍ତ୍ତା ହେବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନ ସଭାରେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗଟ କରି କହିଛନ୍ତି ଯେ ଏହି ଦୁଇ ଦଳ ବାସ୍ତବରେ ଭାଇ ଭାଇ ବୋଲି ସେହି ଘଟଣାରୁ ପ୍ରମାଣିତ ହୋଇଛି । ଶୁକ୍ରବାର ଦିନ ପ୍ରଶ୍ନ କାଳ ପରେ ଗୄହରେ ପୁଣି ଥରେ ଅଚଳାବସ୍ଥା ଦେଖାଦେଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ସୀତା ରୂପରେ ଆଲିଆ ଭଟ୍ଟଙ୍କ ପ୍ରଥମ ଛବି ଆସିଲା; ଅଭିନେତ୍ରୀ କରୋନା ଯୋଗୁଁ ଘରେ ଅଛନ୍ତି
ଲଗାତର ଛଅ ଦିନର ଅଚଳାବସ୍ଥା ପରେ ଶୁକ୍ରବାର ଦିନ ବିଧାନସଭାର ପ୍ରଶ୍ନକାଳ ସ୍ୱଭାବିକ ହୋଇଥିଲା । ପ୍ରଶ୍ନକାଳ ଶେଷ ହେଉ ହେଉ ବାଚସ୍ପତିଙ୍କ ପୂର୍ବ ନିର୍ଦ୍ଦେଶ କ୍ରମେ ଗୃହରେ ଧାନ କିଣା ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିବୃତି ରଖିଥିଲେ । ଏହା ଉପରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗତକାଲିର ବିଜେଡ଼ି ଓ ବିଜେପିର ହାଇଡ୍ରାମାକୁ ନେଇ କଟାକ୍ଷ କରିଥିଲେ ।
ଲଗାତର ଛଅ ଦିନର ଅଚଳାବସ୍ଥା ପରେ ଶୁକ୍ରବାର ଦିନ ବିଧାନସଭାର ପ୍ରଶ୍ନକାଳ ସ୍ୱଭାବିକ ହୋଇଥିଲା ।
‘‘ବାହାଘର ବରଯାତ୍ରୀ ଭଳି ନବୀନ ନିବାସ ଆଡ଼େ ଯାଇଥିଲେ ବିଜେପି ବିଧାୟକମାନେ । କର୍ତ୍ତା ଭଳି ମୁଖ୍ୟ ମନ୍ତ୍ରୀ ସେମାନଙ୍କୁ ପାଛୋଟି ନେଇଥିଲେ । ଫୁଲ, ଚନ୍ଦନ ଲଗାଇ, ହୁଳହୁଳି ଓ ଶଙ୍ଖନାଦ କରି ଭଉଣୀମାନେ ମଧ୍ୟ ସେମାନଙ୍କୁ ସ୍ୱାଗତ କରିଥିଲେ । ମନ୍ତ୍ରୀମାନେ ମଧ୍ୟ ନବୀନ ନିବାସରେ ଅପେକ୍ଷା କରିଥିଲେ । ବିଜେଡି ବିଧାୟକମାନେ ବଡିଗାର୍ଡ଼ ଭଳି ତାଙ୍କ ପଛେ ପଛେ ଯାଇଥିଲେ । ବିଜେଡି ବିଜେପି ଭାଇ ଭାଇ ବୋଲି ଆମେ ଆଗରୁ କହିଥଲୁ । କାଲି ଏହା ପ୍ରମାଣିତ ହୋଇଗଲା,’’ କହିଥିଲେ ନରସିଂହ ମିଶ୍ର ।
ଏହା ବି ପଢ଼ନ୍ତୁ | କରୋନା ଯୋଗୁଁ ପୁରୁଷମାନଙ୍କ ଯୌନ ହରମୋନ୍ କମ୍ ହେଉଛି, ଯୌନ କ୍ଷମତା ବି କମୁଛି
ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଏହାର ଜବାବ ରଖି କହିଥିଲେ, ‘‘ନବୀନ ବାବୁ ଆମକୁ ଠକିଛନ୍ତି । ଆମ ସହ ସେ ପ୍ରତାରଣା କରିଛନ୍ତି । ଚାଷୀ ହେଉଛି ସମସ୍ତଙ୍କର । ମନ୍ତ୍ରୀଙ୍କ ବିବୄତିରେ କିଛି ପରିସଂଖ୍ୟାନ ବ୍ୟତୀତ ଆଉ କିଛି ନାହିଁ । ମନ୍ତ୍ରୀ ଗୋଟିଏ ଧାଡି଼ରେ କୁହନ୍ତୁ ସବୁ ଧାନ ଉଠିବ । ନବୀନ ବାବୁଙ୍କ ଘରକୁ ଯିବା ଆମର ଭୁଲ୍ ଥିଲା । ଜଣେ ମୁଖ୍ୟ ମନ୍ତ୍ରୀ ଏଭଳି ପ୍ରତାରଣା କରିବେ ବୋଲି ଆମକୁ ଜଣା ନ ଥିଲା । କଂଗ୍ରେସ ଏହି ଘଟଣା ଉପରେ ଦୋମୁହା ନୀତି ଦେଖାଉଛି । ସେଇଥି ପାଇଁ ତ ସାରା ଦେଶରେ କଂଗ୍ରେସ ଲୋକପ୍ରିୟତା ହରାଉଛି ।’’
ଏହା ବି ପଢ଼ନ୍ତୁ | ‘ଯୌନ ଶୋଷଣ ପୀଡିତାଙ୍କୁ ଅଭିଯୁକ୍ତ ରାଖୀ ବାନ୍ଧୁ…’: ସୁପ୍ରିମ୍ କୋର୍ଟ HCର ଆଦେଶକୁ ଖାରଜ କଲେ
ଗୄହରେ ଜାରି ଥିବା ଅଚଳାବସ୍ଥା ପ୍ରସଙ୍ଗରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ ବିଜେପି ଓ କଂଗ୍ରେସର ଗଣ୍ଡଗୋଳ ପାଇଁ ଗୄହ ଅଚଳ ହୋଇଛି । ‘‘କଂଗ୍ରେସ ଓ ବିଜେପି ନିଜ ନିଜ ପ୍ରଚାର ପ୍ରସାରରେ ମାତିଛନ୍ତି । ନିଜ ନିଜ ଭିତରେ ଆକ୍ଷେପ ପ୍ରତିଆକ୍ଷେପରେ ମାତିଛନ୍ତି ସେମାନେ । ସର୍ବଦଳୀୟ ବୈଠକ ଡକାଯାଇଥିଲେ ମଧ୍ୟ ବିଜେପି ଆସିଲା ନାହିଁ,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ରାହୁଳ ଗାନ୍ଧୀ କହିଲେ କଂଗ୍ରେସ ଜିତିଲେ ଆସାମରେ ଲାଗୁ ହେବ ନାହିଁ ନାଗରିକତା ଆଇନ (CAA)
ଅପରାହ୍ଣର ଅଧିବେଶନ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ ମୁହଁରେ କଳା ପଟି ବାନ୍ଧି ଗୄହର ମଧ୍ୟ ଭାଗରେ ବସିଥିଲେ । ଶୂନ୍ୟ କାଳରେ ବିରୋଧୀ ଦଳ ନେତାଙ୍କୁ କହିବାର ସୁଯୋଗ ନ ମିଳିବାର ପ୍ରତିବାଦରେ ସେମାନେ ଏହି ଧାରଣା ଦେଇଥିଲେ ।