ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ହସ୍ପିଟାଲ୍ ନିକଟରେ ୭୦ ବର୍ଷୀୟା ମହିଳା ଗଣଦୁଷ୍କର୍ମର ଶିକାର ହେଲେ
ମହିଳା ହସ୍ପିଟାଲକୁ ଫେରିବା ପରେ ତାଙ୍କ ଗୁପ୍ତାଙ୍ଗରୁ ପ୍ରବଳ ରକ୍ତସ୍ରାବ ହେଉଥିବା ଜାଣି ହସ୍ପିଟାଲର କେତେକ କର୍ମଚାରୀ ତାଙ୍କୁ ଚିକିତ୍ସା ପାଇଁ ନେଇଥିଲେ ଓ ପୋଲିସକୁ ଖବର ଦେଇଥିଲେ । ମହିଳା ଏବେ ଚିକିତ୍ସାଧୀନ ଅଛନ୍ତି ।
- news18-Odia
- Last Updated: May 2, 2021, 12:00 AM IST
ଆଶିଷ ରଞ୍ଜନ ଶତପଥୀ | News18 Odia Digital
ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ହସପିଟାଲରେ ଚିକିତ୍ସିତ ହେଉଥିବା ନିଜ ନାତୁଣୀ ପାଖରେ ଆଟେଣ୍ଡାଣ୍ଟ୍ ଭାବରେ ଥିବା ଜଣେ ୭୦ ବର୍ଷୀୟା ମହିଳାଙ୍କୁ ହସପିଟାଲ ନିକଟରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଚିକିତ୍ସାଳୟର ଶିଶୁ ବିଭାଗର ତୃତୀୟ ମହଲାରୁ ଓହ୍ଲାଇ ରାତିରେ ବାହାରକୁ ଯାଇଥିବା ବେଳେ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଥିବା ବଧି ପୋଖରୀ ନିକଟରେ ସେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ।
ଦୁଷ୍କର୍ମ ପରେ ମହିଳାଙ୍କୁ ଅଚେତ ଅବସ୍ଥାରେ ପକାଇ ଦେଇ ଦୁଇ ଅଭିଯୁକ୍ତ ଚାଲି ଯାଇଥିଲେ ବୋଲି ମହିଳା କହିଛନ୍ତି । ଭୋର୍ ୫ଟାରେ ପରେ ଚେତା ଆସିବାରୁ ସେ ହସପିଟାଲକୁ ଫେରିଥିଲେ । ଦୁଷ୍କର୍ମ କରିଥିବା ଅଭିଯୁକ୍ତମାନଙ୍କୁ ସେ ଜାଣି ନାହାନ୍ତି ବୋଲି କହିଛନ୍ତି । ଏହି ଘଟଣା ବୁଧବାର ରାତିରେ ଘଟିଥିଲା ବୋଲି ସେ ପୋଲିସକୁ କହିଛନ୍ତି ।
ଏହା ବି ପଢ଼ନ୍ତୁ | ସୋସିଆଲ୍ ମିଡ଼ିଆରେ Oxygen ଓ ବେଡ୍ ବିଷୟରେ ଲେଖିଲେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ, କହିଲେ ସୁପ୍ରିମ୍ କୋର୍ଟ୍
ମହିଳା ହସପିଟାଲକୁ ଫେରିବା ପରେ ତାଙ୍କ ଗୁପ୍ତାଙ୍ଗରୁ ପ୍ରବଳ ରକ୍ତସ୍ରାବ ହେଉଥିବା ଜାଣି ହସ୍ପିଟାଲର କେତେକ କର୍ମଚାରୀ ତାଙ୍କୁ ଚିକିତ୍ସା ପାଇଁ ନେଇଥିଲେ ଓ ପୋଲିସକୁ ଖବର ଦେଇଥିଲେ । ଏ ନେଇ ହସ୍ପିଟାଲ ପରିସରରେ ଥିବା ସଖି କେନ୍ଦ୍ର ପକ୍ଷରୁ ଟାଉନ୍ ଥାନାରେ ଏକ ଏତାଲା ଦିଆଯାଇଥିଲା ଓ ପୋଲିସ ମାମଲା ରୁଜୁ କରିଥିଲା । ଦୁଷ୍କର୍ମ ଯୋଗୁଁ ମହିଳାଙ୍କ ଗୁପ୍ତାଙ୍ଗରେ କ୍ଷତ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ସେ ଏବେ ଚିକିତ୍ସାଧୀନ ଅଛନ୍ତି ।
ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ
ବଧି ପୋଖରୀ ନିକଟରେ ପୋଲିସର ଏକ ଟିମ୍ ପ୍ରମାଣ ସଂଗ୍ରହ କରୁଛି ।
ଏହା ବି ପଢ଼ନ୍ତୁ | କରୋନା ବେକାବୁ: ଦେଶରେ ୪ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ; ଆମେରିକାରୁ ଆସିଲା ରିଲଫ୍ ସାମଗ୍ରୀ
ବୁଧବାର ରାତି ୧୧ଟା ବେଳେ ବୃଦ୍ଧା ମହିଳା ଜଣକ ତୃତୀୟ ମହଲାରୁ ବାହାରି ହସପିଟାଲ ପରିସର ବାହାରକୁ ଯାଉଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରୁ ଢେଙ୍କାନାଳ ଟାଉନ ପୋଲିସର ହସ୍ତଗତ ହୋଇଛି । ହସପିଟାଲ ଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଯୁଇ ଜଣ ଯୁବକ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ବୋଲି ସେ ପୋଲିସକୁ କହିଛନ୍ତି ।
ଏହା ବି ପଢ଼ନ୍ତୁ | Reliance Foundation ଜାମ୍ନଗରରେ ୧,୦୦୦ ବେଡ୍ର COVID ହସପିଟାଲ୍ ଖୋଲିବ; ମାଗଣା ଚିକିତ୍ସା
‘‘ହସ୍ପିଟାଲ ପରିସରରୁ ବୃଦ୍ଧା ମହିଳା ଜଣକ କେଉଁ କାରଣରୁ ବାହାରକୁ ଯାଇଥିଲେ ତାହା ଆମେ ଜାଣିନୁ । ସକାଳୁ ତାଙ୍କର ଅବସ୍ଥା ଗୁରୁତର ଥିବା ଦେଖି ଆମେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲୁ ଓ ପୋଲିସକୁ ମଧ୍ୟ ଖବର କରିଥିଲୁ,’’ କହିଛନ୍ତି ସି.ଡି.ଏମ୍.ଓ. ସୁଜାତାରାଣୀ ମିଶ୍ର ।
ଏହା ବି ପଢ଼ନ୍ତୁ | ତାମିଲ ନାଡ଼ୁରେ ଥିବା ମନ୍ଦିରଗୁଡ଼ିକର ବାହ୍ୟ ଅଡ଼ିଟ୍ ଦାବି କରି ମାଡ୍ରାସ୍ HCରେ PIL କଲେ ସଦଗୁରୁ
ହସ୍ପିଟାଲରେ ଏକ ଠିକା ସଂସ୍ଥାର କର୍ମଚାରୀ ଭାବେ ରୋଗୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଉଥିବା ଦୁଇ ଜଣ ଯୁବକଙ୍କ ସହ ପୀଡି଼ତା ମହିଳା ଜଣକ କିଛି ଦିନ ହେବ ସହକର୍ମୀ ହିସାବରେ କାମ କରୁଥିବା ଜଣାପଡ଼ିବା ପରେ ପୋଲିସ ସନ୍ଦେହରେ ସେହି ଦୁଇ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ଏହା ବି ପଢ଼ନ୍ତୁ | କମ୍ ହେଲା କୋଭିଶିଲ୍ଡ ଟିକାର ଦାମ୍; ଘୋଷଣା କଲେ ଆଦର ପୁନାୱାଲା; ଜାଣନ୍ତୁ ନୂଆ ଦାମ୍
‘‘ପୀଡି଼ତା ମହିଳା ଘଟଣା ସମ୍ପର୍କରେ ବିଶେଷ କିଛି କହି ପାରୁ ନ ଥିବାରୁ ତଦନ୍ତରେ ଅସୁବିଧା ହେଉଛି । ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ପରେ ତାଙ୍କ ବିସ୍ତୃତ ବୟାନ ନିଆଯିବ । ଆମେ ଘଟଣାର ଦତନ୍ତ କ୍ରମରେ ଦୁଇ ଜଣ ସନ୍ଦିଗ୍ଧ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛୁ । ଏବେ ତଦନ୍ତ ଚାଲିଛି,’’ କହିଛନ୍ତି ସଦର ପୋଲିସ ଏସ୍.ଡି.ପି.ଓ. ଶ୍ରୀହର୍ଷ ମିଶ୍ର ।
ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?
ପୀଡ଼ିତା ମହିଳା ଜଣକ ଗନ୍ଦିଆ ଥାନା ଅଞ୍ଚଳର ବୋଲି ଜଣାପଡି଼ଛି । ତାଙ୍କ ନାବାଳିକା ନାତୁଣୀ ନିମୋନିଆରେ ଆକ୍ରାନ୍ତ ହୋଇ ପାଞ୍ଚ ବର୍ଷ ହେବ ଚିକିତ୍ସିତ ହେଉଛନ୍ତି । ସେ ଢେଙ୍କାନାଳର ଏକ ଶିଶୁ ଗୃହରେ ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଶ୍ରମ ପକ୍ଷରୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଆଇ ଅର୍ଥାତ ପୀଡ଼ିତା ମହିଳା ୨୧ ଏପ୍ରିଲରୁ ତାଙ୍କ ପାଖରେ ଆଟେଣ୍ଡାଣ୍ଟ ଭାବରେ ହସପିଟାଲରେ ରହୁଥିଲେ ।
‘‘ଆମେ ଦୁଇ ଜଣ ହାଉସ୍ ମଦର୍ ପ୍ରତି ଦିନ ସକାଳୁ ଆଶ୍ରମ ତରଫରୁ ପିଲାଟିର ଜଗାରଖା ପାଇଁ ହସ୍ପିଟାଲକୁ ଯାଇ ରାତିରେ ଫେରି ଆସୁଥିଲୁ । ସେଦିନ ସକାଳୁ ବୃଦ୍ଧା ମାଉସୀଙ୍କର ଓଦା ଲୁଗାରେ କିଛି ରକ୍ତ ଲାଗିଥିବା ଦେଖି ପଚାରିବାରୁ ସେ ଅଧିକ କିଛି ନ କହି କେବଳ ମୁଣ୍ଡ ବୁଲାଉଥିବା ଆମକୁ କହିଥିଲେ । ପରେ ତାଙ୍କ ଗୁପ୍ତାଙ୍ଗରେ କ୍ଷତ ଥିବା ଜାଣି ଚିକିତ୍ସା ପାଇଁ ଆମେ ହସ୍ପିଟାଲକୁ ଜଣାଇଥିଲୁ । କିନ୍ତୁ ମାଉସୀ ରାତିରେ କେଉଁଆଡେ ଯାଇଥିଲେ ତାହା ଆମକୁ ଜଣାଇ ନ ଥିଲେ,’’ କହିଛନ୍ତି ଆଶ୍ରମର ଜଣେ ହାଉସ୍ ମଦର୍ ।