• news18-Odia
  • Last Updated: September 5, 2021, 1:55 PM IST

News18 Odia Digital


ମୁମ୍ବାଇ : ବଲିଉଡ ଆକ୍ସନ ହୀରୋ ବିଦ୍ୟୁତ୍ ଜାମୱାଲା ଓ ତାଙ୍କ ଗାର୍ଲଫ୍ରେଣ୍ଡ ଫେସନ ଡିଜାଇନର ନନ୍ଦିତା ମେହତାନୀ ସେମାନଙ୍କ ସଂପର୍କକୁ କ’ଣ ନୂଆ ନାମ ଦେଇଦେଲେ କି? ଏଭଳି ପ୍ରଶ୍ନ ଏଇଥିପାଇଁ ଯେ ଉଭୟଙ୍କ ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି କାରଣରୁ ଉଭୟଙ୍କୁ ନେଇ ଚର୍ଚ୍ଚା ବଢ଼ିଯାଇଛି। ସେମାନଙ୍କ ନିର୍ବନ୍ଧ ହୋଇଯାଇଥିବା ଆଲୋଚନା ହେଉଛି। ଅଭିନେତ୍ରୀ ନେହା ଧୁପିଆ ମଧ୍ୟ ସୋସିଆଲ ମିଡ଼ିଆରେ ଉଭୟଙ୍କର ଏକ ଫଟୋ ସେୟାର କରି ଶୁଭେଚ୍ଛା ଜଣେଇଛନ୍ତି।


ବିଦ୍ୟୁତ ଜାମୱାଲ ଓ ନନ୍ଦିତା ମେହତାନୀଙ୍କ ନିର୍ବନ୍ଧ ଖବର ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ନନ୍ଦିତାଙ୍କ ହାତରେ ନିର୍ବନ୍ଧ ମୁଦି ଦେଖିବାକୁ ମିଳିଲା। ଫଟୋରେ ସେମାନେ ତାଜମହଲ ପାଖରେ ଠିଆ ହୋଇଥିବା ଦେଖାଯାଏ। ଏହି ଫଟୋ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଳାଗିଛି। ଇଟାଇମ୍ସ ଅନୁସାରେ ଉଭୟ ତିନି ୩ ପୂର୍ବରୁ ଲୁଚିଛପି ନିର୍ବନ୍ଧ କରିଦେଇଥିବା ଜଣାଯାଏ।


ସୂଚନା ମୁତାବକ ବିଦ୍ୟୁତ ଓ ନନ୍ଦିତା ଶନିବାର ତାଜମହଲ ଯାଇଥିଲେ। ଏହି ଅବସରରେ ଉଭୟ ତାଜମହଲ ସାମ୍ନାରେ ଅନେକ ଫଟୋ ଉଠେଇଥିଲେ। ଏହି ଭ୍ରମଣ ପାଇଁ ବିଦ୍ୟୁତ ସଂପୂର୍ଣ୍ଣ ଧଳା ଆଉଟଫିଟ ବାଛିଥିବା ବେଳେ ନନ୍ଦିତା ହ୍ୱାଇଟ ଟପ ସାଙ୍ଗକୁ ଫୁଲପକା ସ୍କର୍ଟ ପିନ୍ଧିଥିଲେ। ସୋସିଆଲ ମିଡିଆରେ ନେହା ଧୁପିଆ ଉଭୟଙ୍କୁ ଶୁଭେଚ୍ଛା ଜଣେଇଥିବାରୁ ଏହି ଖବର ପକ୍କା ବୋଲି ଅନୁମାନ କରାଯାଉଛି।

ପ୍ରକାଶଥାଉ ଯେ ନନ୍ଦିତା ମେହତାନୀ ଓ ବିଦ୍ୟୁତ ଜାମୱାଲ ମାତ୍ର ୫ ମାସ ପୂର୍ବରୁ ସେମାନଙ୍କ ପ୍ରେମ ବ୍ୟକ୍ତ କରିଥିଲେ। ଏବେ ନିର୍ବନ୍ଧ ହୋଇସାରିଥିବାରୁ ଦୁହେଁ ଖୁବ ଶୀଘ୍ର ବିବାହ କରିବେ ବୋଲି ଆଶା ରହିଛି।


ଯଦି ପୂର୍ବ କଥା ଆଲୋଚନା କରାଯାଏ ତେବେ ନନ୍ଦିତା ମେହନାତିଙ୍କ ପ୍ରଥମ ବିବାହ କରିଶ୍ମା କପୁରଙ୍କ ପୂର୍ବ ପତି ସଞ୍ଜୟ କପୁରଙ୍କ ସହିତ ହୋଇଥିଲା। ପରେ ସେମାନଙ୍କ ବିଚ୍ଛେଦ ହୋଇଯିବାରୁ ସଞ୍ଜୟ କପୁର କରିଶ୍ମାଙ୍କୁ ବିବାହ କରିଥିଲେ। ଏହା ପରେ ନନ୍ଦିତାଙ୍କ ସଂପର୍କ ଅଭିନେତା ଓ ମଡେଲ ଡିନୋ ମୋରିୟାଙ୍କ ସହ ଗଢି ଉଠିଥିଲା। କିନ୍ତୁ ପରେ ବ୍ରେକ୍ ହୋଇଥିଲା। ସେହିପରି ବିଦ୍ୟୁତ ଜମୱାଲାଙ୍କ କଥା କହିଲେ ତାଙ୍କର ମଧ୍ୟ ୨ ବର୍ଷ ପର୍ଯ୍ୟନ୍ତ ମୋନା ସିଂହଙ୍କ ସହ ପ୍ରେମ ସଂପର୍କ ଥିଲା। ପରେ ସେମାନଙ୍କର ମଧ୍ୟ ବ୍ରେକଅପ ହୋଇଥିଲା।

Published by: Soumya Das
First published: September 5, 2021, 1:55 PM IST

भाषा चुनें :

ଓଡ଼ିଆी