• news18-Odia
  • Last Updated: September 5, 2021, 12:24 PM IST

News18 Odia Digital


ମୁମ୍ବାଇ : ଋଷି କପୁରଙ୍କ ଫିଲ୍ମ ‘ଶର୍ମାଜୀ ନମକୀନ’ର ପ୍ରଥମ ପୋଷ୍ଟର ଜାରି ହୋଇଛି। ଋଷି କପୁରଙ୍କ ଏହି ଅନ୍ତିମ ଫିଲ୍ମକୁ ଦେଖିବା ନେଇ ତାଙ୍କ ପ୍ରଶସଂକମାନେ କେବେଠାରୁ ଚାହିଁ ବସିଛନ୍ତି। ଶେଷରେ ଅଭିନେତାଙ୍କ ୬୯ତମ ଜନ୍ମଦିନ ଅବସରରେ ନିର୍ମାତା ଦର୍ଶକମାନଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଛନ୍ତି। ନିର୍ମାତା ‘ଶର୍ମାଜୀ ନମକୀନ’ର ପ୍ରଥମ ଲୁକ ଜାରି କରିଛନ୍ତି। ଫିଲ୍ମର ପ୍ରଥମ ଲୁକ ଜାରି ହେଉ ହେଉ ଟ୍ୱିଟରରେ ଟ୍ରେଣ୍ଡ୍ ହେବାରେ ଲାଗିଛି। ନିର୍ମାତା ଏହି ଫିଲ୍ମର ଦୁ‍ଇଟି ପୋଷ୍ଟର ରିଲିଜ କରିଛନ୍ତି ।


ଫିଲ୍ମ ‘ଶର୍ମାଜୀ ନମକୀନ’ରେ କିଛି ସ୍ୱତନ୍ତ୍ରତା ରହିଛି। ଏହି ଫିଲ୍ମର ଅଧା ଭାଗରେ ଋଷି କପୁର ନଜର ଆସୁଥିବା ବେଳେ ବାକି ଅଧା ଭାଗରେ ପରେଶ ରାୱଲ ନଜର ଆସିବେ। ଏହା ବଲିଉଡ଼ର ପ୍ରଥମ ସିନେମା ହେବ ଯେଉଁଥିରେ ଏଭଳି ପ୍ରୟୋଗ କରାଯାଇଛି। ଫିଲ୍ମର ଯେଉଁ ଦୁ‍ଇଟି ପୋଷ୍ଟର ରିଲିଜ ହୋଇଛି ସେଥିରେ ଗୋଟିଏ ପୋଷ୍ଟରରେ ଋଷି କପୁର ଥିବା ବେଳେ ଅନ୍ୟ ପୋଷ୍ଟରରେ ପରେଶ ରାୱଲ ନଜର ଆସୁଛନ୍ତି।


ଏହି ପୋଷ୍ଟର ସେୟାର କରି ନିର୍ମାତା ଲେଖିଛନ୍ତି ଯେ “ଆମେ ଏକ ସ୍ୱତନ୍ତ୍ର ଧରଣର ଫିଲ୍ମର ପୋଷ୍ଟର ରିଲିଜ କରି ନିଜକୁ ଗର୍ବ ଅନୁଭବ କରୁଛୁ। ଏଥିରେ ହିନ୍ଦୀ ଫିଲ୍ମ ଶିଳ୍ପର ସବୁଠାରୁ ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରେ ଜଣେ ହେଉଛନ୍ତି ଋଷି କପୁର, ଯାହାଙ୍କର ଅଦ୍ୱିତୀୟ କାମ ଓ ମଜାଦାର କ୍ଯାରିଅରକୁ ଆମେ ସର୍ବଦା ସମ୍ମାନିତ କରି ଆସିଛୁ।”

ସେ ଆହୁରି ଲେଖିଛନ୍ତି ଯେ “ତାଙ୍କର ସ୍ନେହ, ସମ୍ମାନ ଓ ସ୍ମୃତିର ପ୍ରତୀକ ଭାବେ, ତାଙ୍କର ଲକ୍ଷାଧିକ ପ୍ରଶଂସକଙ୍କୁ ଉପହାର ଭାବେ ତାଙ୍କର ଅନ୍ତିମ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରାଯାଇଛି। ପରେଶ ରାୱଲଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଯିଏ ଋଷି କପୁରଙ୍କ ଦ୍ୱାରା କରାଯାଇଥିବା ସେହି ଚରିତ୍ରକୁ ଚିତ୍ରିତ କରିବା ନେଇ ସମ୍ବେଦନଶୀଳ ପଦକ୍ଷେପ ଉଠାଇବା ନେଇ ସହମତି ଦେଇ ଫିଲ୍ମକୁ ପୂରା କରିଛନ୍ତି। ତେବେ ଏକ୍ସେଲ ଏଣ୍ଟରଟେନମେଣ୍ଟ ଓ ମେକଗଫିନ ପିକ୍ଚର ଦ୍ୱାରା ନିର୍ମିତ, ନବୋଦିତ ହିତେଶ ଭାଟିଆଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଜଣେ ୬୦ ବର୍ଷୀୟ ବ୍ୟକ୍ତିର କାହାଣୀ କହିବ।”


ଅଭିନେତାଙ୍କ ଏହି ଲୁକକୁ ତାଙ୍କ ଝିଅ ରିଦ୍ଧିମା କପୁର, ସାହନୀ ଓ ନୀତୁ କପୁର ମଧ୍ୟ ସେମାନଙ୍କ ସୋସିଆଲ ମିଡିଆ ପେଜରେ ସେୟାର କରି ନିର୍ମାତାଙ୍କୁ ଧନ୍ୟବାଦ ଦେବା ସହ ଦିବଙ୍ଗତ କଳାକାରଙ୍କୁ ମନେ ପକେଇଛନ୍ତି।

Published by: Soumya Das
First published: September 5, 2021, 12:20 PM IST

भाषा चुनें :

ଓଡ଼ିଆी