ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନଙ୍କୁ କରୋନା ପଜିଟିଭ୍; ୨ ଦିନ ପୂର୍ବରୁ ନେଇଥିଲେ ଚୀନର ଟିକା
Imran khan Corona Positive: ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା ଉପରେ ପ୍ରଧାନ ମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟକ ଇମ୍ରାନ ଖାନଙ୍କୁ କରୋନା ପଜିଟିଭ୍ ହୋଇଛି ବୋଲି ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି ।
- news18-Odia
- Last Updated: March 20, 2021, 4:50 PM IST
News18 Odia Digital
ଇସଲାମାବାଦ: ପାକିସ୍ତାନ (Pakistan) ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ କରୋନା ଭୂତାଣୁରେ (Imran khan Corona Positive) ସଂକ୍ରମିତ ହୋଇଛନ୍ତି । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା ଉପରେ ପ୍ରଧାନ ମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହକାରୀ ଟ୍ୱିଟ୍ କରି ଇମ୍ରାନ ଖାନଙ୍କୁ କରୋନା ପଜିଟିଭ୍ ମିଳିଥିବା ସୂଚନା ଦେଇଛନ୍ତି । ଇମ୍ରାନ ଖାନ ବର୍ତ୍ତମାନ ହୋମ ଆଇସୋଲେସନରେ ଅଛନ୍ତି ।
ଦୁଇ ଦିନ ପୂର୍ବେ କରୋନାରୁ ରକ୍ଷା ପାଇବା ପାଇଁ ଇମ୍ରାନ ଖାନ ଚୀନର ନିର୍ମିତ କରୋନାଟିକା ଗ୍ରହଣ କରିଥିଲେ । ୧୮ ମାର୍ଚ୍ଚରେ କରୋନା ଟିକା ଗ୍ରହଣ କରିବା ପରେ ଖାନ ପାକିସ୍ତାନବାସୀଙ୍କୁ ମହାମାରୀ ମାମଲାରେ ବୃଦ୍ଧି ନହେବା ପାଇଁ ନିୟମ ପାଳନ କରିବାକୁ ଅନୁରୋଧ କରିଥିଲେ ।
ପାକିସ୍ତାନର PMO ଟ୍ୱିଟ୍ କରି କହିଛନ୍ତି, 'ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଜି ଟୀକାକରଣ କରାଯାଇଥିଲା । ଏହି ଅବସରରେ ସେ ମହାମାରୀର ତୃତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତିର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ଦେଶର ଲୋକଙ୍କୁ ଅନୁରୋଧ କରିଛନ୍ତି ।'
ଚଳିତ ବର୍ଷ ଶନିବାର ଦିନ ପାକିସ୍ତାନରେ ସର୍ବାଧିକ ୩,୮୭୬ ନୂତନ କରୋନା ଭୂତାଣୁ ସଂକ୍ରମଣରେ ଶିକାର ହୋଇଛନ୍ତି । ଯେଉଁଥିରେ ଦେଶରେ ସଂକ୍ରମଣ ହାର ୯.୪ ପ୍ରତିଶତକୁ ବୃଦ୍ଧି ପାଇଛି । ପାକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ସରକାରୀ ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ୬୨୩,୧୩୫ ଜଣ ଲୋକ ଏହି ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୪୦ ରୋଗୀଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୧୩,୭୯୯ କୁ ବୃଦ୍ଧି ପାଇଛି । ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୫୭୯,୭୬୦ ଲୋକ ସଂକ୍ରମଣରୁ ଉଦ୍ଧାର ହୋଇଛନ୍ତି । ୨,୧୨୨ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି ।