News18 Odia Digital


କଟକ: ଦେଶକୁ ବିପର୍ଯ୍ୟୟ ଆଡ଼କୁ ଠେଲି ନେଉଥିବା କରୋନା ଭାଇରସ୍‌ ସଂକ୍ରମଣର ଚିକିତ୍ସା ପାଇଁ ଏ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବେ କୌଣସି ଔଷଧର ଉଦ୍ଭାବନ ହୋଇ ନ ଥିଲେ ମଧ୍ୟ ଫାବିଫିରାଭିର୍‌ ଓ ରେମଡେସିବିର୍ ପରି ଅନ୍ୟ ରୋଗ ପାଇଁ ବିକଶିତ ହୋଇଥିବା କିଛି ଔଷଧ କୋଭିଡ ରୋଗୀଙ୍କ ଚିକିତ୍ସାରେ ଫଳପ୍ରଦ ହେଉଛି । ଏମିତି ଆଉ ଏକ ଔଷଧ କୋଭିଡ୍ ରୋଗୀଙ୍କ ଚିକିତ୍ସା ଦିଗରେ ଉତ୍ତମ ଫଳ ପ୍ରଦାନ କରୁଥିବା ବିଭିନ୍ନ ଗବେଷଣାରୁ ଜଣା ପଡ଼ିଥିଲେ ବି ତା’ର ବିଧିବଦ୍ଧ ବ୍ୟବହାର ପାଇଁ ସରକାରୀ ଅନୁମତି ନାହିଁ । ହେଲେ ଟୋସିଲିଜୁମାବ୍ ନାମକ ଏହି ଔଷଧର କୋଭିଡ ଚିକିତ୍ସାରେ ବ୍ୟବହାର ପାଇଁ ତର୍ଜମା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।


ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲା


ଏସ୍‌.ସି.ବି. ମେଡିକାଲ୍‌ କଲେଜ୍‌ ଓ ହସପିଟାଲର ତିନି ଜଣ ବରିଷ୍ଠ ଡାକ୍ତରଙ୍କୁ ନେଇ ଶନିବାର ରାତିରେ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ଦେଶର ଅନ୍ୟତମ ପ୍ରତିଷ୍ଠିତ ଭେଷଜ ବିଶେଷଜ୍ଞ ତଥା ଏସ୍‌.ସି.ବି. ହସପିଟାଲର ରୁମାଟୋଲେଜି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର୍‌ ଡାକ୍ତର ବିଦ୍ୟୁତ ଦାସଙ୍କୁ ଏହି କମିଟି ଅଧ୍ୟକ୍ଷ ନିଯୁକ୍ତ କାଯାଇଛି । ପଲମ୍ୟୁନାରୀ ବିଭାଗର ପ୍ରଫେସର୍ ଡାକ୍ତର ଜ୍ୟୌତି ପଟ୍ଟନାୟକ ଓ ମେଡିସିନ୍ ବିଭାଗର ସହକାରୀ ପ୍ରଫେସର ଡାକ୍ତର ପି.କେ. ଛାଟୋଇ ଏହି କମିଟିର ଅନ୍ୟ ଦୁଇ ସଦସ୍ଯ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Plus Size: ପ୍ଲେବୟ ମ୍ୟାଗାଜିନ୍ କଭର୍ରେ ପ୍ରଥମ ପ୍ଲସ୍-ସାଇଜ୍ ମଡେଲ୍ ହେଲେ ହେଲି ହ୍ୟାସେଲଫ୍


ଫାବିଫିରାଭିର୍‌ ଓ ରେମଡେସିବିର୍ ଔଷଧ ଦ୍ୱୟକୁ କୋଭିଡ୍‌ ଚିକିତ୍ସାରେ ବ୍ୟବହାର ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମୋଦନ କ୍ରମେ ତାହା କୋଭିଡ୍ ରୋଗୀଙ୍କୁ ଦିଆଯାଉଛି । ଟୋସିଲିଜୁମାବ୍ ଇଞ୍ଜେକସନ୍ ବି କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ସୁଫଳ ଦେଉଥିବା ବିଭିନ୍ନ ଗବେଷଣାରୁ ଜଣା ପଡ଼ିଛି । ବିଶେଷଜ୍ଞ ତଥା କ୍ରିଟିକାଲ୍‌ କେୟାର ସ୍ପେସାଲିଷ୍ଟମାନେ ମଧ୍ୟ ସମୟ ସମୟରେ ଏହି ଔଷଧକୁ ନିର୍ଦ୍ଦିଷ୍ଟ କିଛି କୋଭିଡ୍ ରୋଗୀଙ୍କୁ ଦିଆଯାଇପାରେ ବୋଲି ପରାମର୍ଶ ଦେଉଛନ୍ତି ।

ଏହା ବି ପଢ଼ନ୍ତୁ | ଅଭିନେତା ଶାହିଦ କପୁର୍ଙ୍କ ମାନୀଳିମା ଅଜିମ୍କାହିଁକି ନିଜ ପତି ପଙ୍କଜ କପୁର୍ଙ୍କ ଠାରୁ ଅଲଗା ହୋଇଥିଲେ?


ରୁମାଟିଜମ୍ ବା ଆଣ୍ଠୁ ଗଣ୍ଠି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଟୋସିଲିଜୁମାବ୍ ଏକ ପ୍ରତିବନ୍ଧିତ ଇଞ୍ଜେକସନ୍ । ବିଶେଷ କରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ପରେ ମଣିଷ ଶରୀରରେ କ୍ଷରଣ ହେଉଥିବା ଇଣ୍ଟରଲିକିନ୍-୬ ନାମକ ଏକ ରାସାୟନିକର ମାତ୍ରାକୁ ଏହି ଔଷଧ ଦ୍ବାରା ନିୟନ୍ତ୍ରଣ କରାଯାଇଥାଏ ବୋଲି କହିଛନ୍ତି ଡାକ୍ତର ପି.କେ. ଛାଟୋଇ । କିନ୍ତୁ ଏହାର ସାଙ୍ଘାତିକ ପାର୍ଶ୍ବ ପ୍ରତିକ୍ରିୟା ଥିବାରୁ ଏହି ଔଷଧ କୋଭିଡ୍ ରୋଗୀମାନଙ୍କୁ ଦିଆଯାଇ ପାରିବ ବା ନାହିଁ ତାହା ଉପରେ ତର୍ଜମା କରିବ ତିନି-ସଦସ୍ୟୀୟ ବିଶେଷଜ୍ଞ କମିଟି ।


ଏହା ବି ପଢ଼ନ୍ତୁ | ପ୍ରିୟଙ୍କା ଚୋପ୍ରା ନିଜ ‘‘ଝିଅ’’ ସହ ଫଟୋ ଶେୟାର୍ କଲେ; ଫ୍ୟାନ୍ମାନେ କହିଲେ ‘‘ପରଫେକ୍ଟ ମମ୍ମି!’’


ଟୋସିଲିଜୁମାବ୍ ଓ ଆଗକୁ ଆସିବାକୁ ଥିବା ବିଭିନ୍ନ ଔଷଧ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଇ ପାରିବ କି ନାହିଁ ସେ ନେଇ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ ଦେବ ଏହି କମିଟି । ବିଶେଷ କରି ଯଦି କେବେ କୌଣସି ଡାକ୍ତର ଏହି ଭଳି କିଛି ପ୍ରତିବନ୍ଧିତ ଔଷଧ କୌଣସି କୋଭିଡ୍‌ ରୋଗୀଙ୍କୁ ଦେବା ନେଇ ପ୍ରସ୍ତାବ ଦିଅନ୍ତି ସେ କ୍ଷେତ୍ରରେ ଏହି କମିଟି ଡି.ଏମ.ଇ.ଟି.ଙ୍କ ତତ୍ତ୍ୱାବଧାନରେ ତା’ର ଯାଞ୍ଚ କରିବ । ଯଦି ଜାଞ୍ଚରୁ ଏହା ସ୍ପଷ୍ଟ ହୁଏ ଯେ ସମ୍ପୃକ୍ତ ରୋଗୀଙ୍କୁ ଏହି ଔଷଧ ଦିଆଯାଇପାରେ, ତେବେ ରାଜ୍ୟ ମେଡିକାଲ୍‌ କର୍ପୋରେସନ୍ ଜରିଆରେ ସେହି ଔଷଧ ରୋଗୀଙ୍କୁ ଦେବା ପାଇଁ ବ୍ୟବସ୍ଥା କରାଯିବ ।


ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଗର୍ଭରେ ଥିବା ଶିଶୁ ପାଇଁ କରୋନା ଭାଇରସ୍ କେତେ ବିପଦଜନକ ହୋଇପାରେ? ଜାଣନ୍ତୁ


"ଯେଉଁ ଷ୍ଟେଜରେ କରୋନା ଭାଇରସ୍ ମଣିଷ ଶରୀରକୁ ପ୍ରବେଶ କରିଥାଏ, ଏହି ଆଣ୍ଟିଭାଇରସ୍ ଔଷଧ ଫାଭିଫିରାଭିର୍ ଓ ରେମଡେସିବିର୍ ସେହି ସମୟରେ କାମ ଆରମ୍ଭ କରେ । ଏହି ଦୁଇଟି ଔଷଧକୁ ନିର୍ଦ୍ଦିଷ୍ଟ ଦୁଇଟି ଷ୍ଟେଜରେ ଥିବା ରୋଗୀଙ୍କୁ ଦିଆଯାଉଛି । କିନ୍ତୁ ଅନେକ କ୍ଷେତ୍ରରେ ଏହା ଫଳପ୍ରଦ ହେଉନାହିଁ । ଯେହେତୁ କୋଭିଡରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ଶରୀରରେ ଅତ୍ୟଧିକ ପରିମାଣରେ ଇଣ୍ଟରଲିକିନ୍-୬ ରାସାୟନିକ କ୍ଷରଣ ହୋଇଥାଏ ଓ ଏହା ଶିରାରେ କ୍ଲଟ୍‌ ସୃଷ୍ଟି କରିବା ଯୋଗୁଁ ରୋଗୀର ମୃତ୍ୟୁ ଘଟିଥାଏ, ତେଣୁ ଅନେକ ବିଶେଷଜ୍ଞ ଟୋସିଲିଜୁମାବକୁ କୋଭିଡ ଚିକିତ୍ସାରେ ବ୍ୟବହାର କରାଯାଇ ପାରେ ବୋଲି ମତ ଦେଉଛନ୍ତି,’’ ନ୍ୟୁଜ୧୮ ଓଡ଼ିଆ ଡିଜିଟାଲକୁ କହିଛନ୍ତି ବିଶେଷଜ୍ଞ କମିଟିର ସଦସ୍ୟ ଡାକ୍ତର ପି.କେ. ଛାଟୋଇ ।




କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଥମେ ମ୍ୟାଲେରିଆ ଚିକିତ୍ସା ପାଇଁ ବ୍ୟବହୃତ କ୍ୱିନାଇନର ପ୍ରୟୋଗ କରାଯାଇଥିଲା । ପ୍ରଥମେ ପ୍ରଥମେ ଏହାର ସୁଫଳ ମିଳିଥିଲା, କିନ୍ତୁ ପରେ ଏହା କୋଭିଡ ଚିକତ୍ସା କ୍ଷେତ୍ରରେ ଫଳପ୍ରଦ ହେଲା ନାହିଁ । ଏହା ପରେ ବିଭିନ୍ନ ପ୍ରକାର ଆୟୁର୍ବେଦିକ୍‌ ଔଷଧର ପ୍ରଳଚନ ଆରମ୍ଭ ହୋଇଥିଲା, କିନ୍ତ ତାହା ମଧ୍ୟ ବିଶେଷ ଫଳ ଦେଇ ପାରି ନ ଥିଲା । ପରବର୍ତ୍ତୀ ଗବେଷଣା ପରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଏବେ ଫାବିଫିରାଭିର୍‌ ଓ ରେମଡେସିବିର୍ ଔଷଧର ପ୍ରୟୋଗ କରାଯାଉଛି । ହେଲେ ଏହି ଦୁଇଟି ଔଷଧ ମଧ୍ୟ ବିଶେଷ ଲାଭଦାୟକ ହୋଇ ପାରୁନାହିଁ । ଏହି କାରଣରୁ ନୂଆ ନୂଆ ଔଷଧ କୋଭିଡ ରୋଗୀଙ୍କୁ ଦିଆଯିବା ଉଚିତ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ।

Published by: Anand ST Das
First published: May 1, 2021, 11:07 PM IST

भाषा चुनें :

ଓଡ଼ିଆी