• news18-Odia
  • Last Updated: April 20, 2021, 8:38 PM IST

News18 Odia Digital


ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ (Coronavirus) ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଥିବାରୁ ଏହି ପରିସ୍ଥିତି ସମ୍ପର୍କରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆଜି ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ।


ଏଇଠି ଦେଖନ୍ତୁ PMଙ୍କ ସମ୍ବୋଧନ LIVE:





ପ୍ରଧାନ ମନ୍ତ୍ରୀଙ୍କ ସମ୍ବୋଧନ ଆଜି ରାତି ୮:୪୫ରୁ ଆରମ୍ଭ ହେବ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ସାରା ବିଭିନ୍ନ ବୈଠକ କରି କରୋନା ଭାଇରସ୍‌ ବିରୋଧରେ ଦେଶରେ ଚାଲିଥିବା ଲଢ଼େଇ ବିଷୟରେ ଆଲୋଚନା କରିଥିଲେ । ଯେଣସି ସଙ୍ଗୀନ ପରିସ୍ଥିତିର ସଫଳ ମୁକାବିଲା କରିବା ପାଇଁ ସେ ପ୍ରଶାସନକୁ କହିଛନ୍ତି ।

ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ (PMO) ଆସିଥିବା ଏକ ବିବୃତ୍ତି ଅନୁଯାୟୀ ମଙ୍ଗଳବାର ଦିନ ଟିକା ଉତ୍ପାଦନକାରୀ କମ୍ପାନୀମାନେ ପ୍ରଧାନ ମନ୍ତ୍ରୀଙ୍କ ସହ ଉତ୍ପାଦନ ବୃଦ୍ଧି, ଆଗାମୀ ଟିକାକରଣ ଅଭିଯାନ ଓ କୋଭିଡ-୧୯ର ନୂଆ ରୂପ ଉପରେ ଚାଲିଥିବା ଗବେଷଣା ବିଷୟରେ ଆଲୋଚନା କରିଥିଲେ । ଏଥି ସହିତ ଟିକା ନିର୍ମାତାମାନେ ୧୮ ବର୍ଷରୁ ଅଧିକର ଲୋକଙ୍କୁ ଟିକାକରଣ କରିବାକୁ ଅନୁମତି ମିଳିଥିବାରୁ ଓ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦେଇଥିବାରୁ ପ୍ରଧାନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

Published by: Anand ST Das
First published: April 20, 2021, 8:38 PM IST

भाषा चुनें :

ଓଡ଼ିଆी