• news18-Odia
  • Last Updated: April 22, 2021, 10:13 AM IST

News18 Odia Digital

କରୋନା ଭାଇରସର (Coronavirus) ବଢୁଥିବା ସଂକ୍ରମଣ (Infection) ମଧ୍ୟରେ ଏହା ଜରୁରୀ ଯେ ଆମେ ଆମର ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେବା ଓ ଆମ ଭୋଜନରେ ଏପରି କିଛି ଖାଦ୍ୟ ସାମିଲ କରିବା ଯାହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିବ ଓ ଏହା ସହ ରକ୍ତରେ ଭଲ ପରିମାଣର ଅମ୍ଳଜାନ ରହିପାରିବ । ଭୋଜନ ସମୟରେ ଏପରି କଛି ଖାଦ୍ୟ ସାମିଲ କରନ୍ତୁ ଯାହା ରକ୍ତରେ ହେମୋଗ୍ଲୋବିନ୍ ବୃଦ୍ଧି କରିବାରେ ସହାୟକ ହେବ । ଏହି ପରିପ୍ରେକ୍ଷୀରେ ହାର୍ଭାର୍ଡ ହେଲ୍ଥ ଓ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ଦ୍ୱାରା କୁହାଯାଇଛି ଯେ ଶରୀରରେ ହେମୋଗ୍ଲୋବିନର (Hemoglobin) ଉପଯୁକ୍ତ ପରିମାଣ ବଜାୟ ରଖିବା ପାଇଁ ଆପଣଙ୍କ ଖାଦ୍ୟରେ କପର, ଆଇରନ, ଭିଟାମିନ୍ ଓ ଫୋଲିକ୍ ଏସିଡ୍ ସାମିଲ କରିବା ଆବଶ୍ୟକ । ଏହି ପୋଷକ ତତ୍ତ୍ୱ ରକ୍ତରେ ଅମ୍ଳଜାନର ସ୍ତର ବଢ଼ାଇବାରେ ସାହାଯ୍ୟ କରିବ ।


ଆଳୁ, ତେଲ, କାଜୁ ଓ ମସ୍ରୁମରେ ପ୍ରଚୁର ପରିମାଣରେ କପର ମିଳିଥାଏ ।


ଏହା ବ୍ୟତୀତ ଆପଣ ଆଇରନ ପାଇଁ ଚିକେନ୍, ମାଂସ ଓ ଏହା ବ୍ୟତୀତ ବିନ୍ସ, ସବୁଜ ପତ୍ରଯୁକ୍ତ ପନିପରିବା ଓ ଡାଲି ଖାଇପାରିବେ ।


ଯେତେବେଳେ କି ଓଟସ୍, କଦଳୀ, ଅଣ୍ଡା, ବାଦାମ, ପନିର, ରୁଟି ଓ କ୍ଷୀର ଇତ୍ୟାଦିରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ରାଇବୋଫ୍ଲାଭିନ ଥାଏ । ଆପଣ ଏଗୁଡିକୁ ମଧ୍ୟ ଆପଣଙ୍କର ଖାଦ୍ୟରେ ସାମିଲ କରିପାରିବେ ।


ଭିଟାମିନ୍ ବି୩ ମାଂସରୁ ପ୍ରଚୁର ପରିମାଣରେ ନିଆଯାଇପାରେ । ଏହା ବ୍ୟତୀତ ଏହା ଗହମ, ରୋଷ୍ଟେଡ଼ ସୂର୍ଯ୍ୟମୁଖୀ ଓ ନାଉ ମଞ୍ଜି, କଦଳୀ ଭଜାରୁ ମଧ୍ୟ ମିଳିପାରିବ ।

ଚିକେନ୍, ଚୁନା ମାଛ, ଅଣ୍ଡା ଇତ୍ୟାଦିରୁ ଭିଟାମିନ୍ ବି୫ ମିଳିପାରିବ । ଏହା ବ୍ୟତୀତ ଏହା ମସ୍ରୁମ, ବାଦାମ, ଆଭୋକାଡୋ, ଫୁଲକୋବି ଓ ବ୍ରାଉନ୍ ଚାଉଳ ଇତ୍ୟାଦି ସହିତ ମଧ୍ୟ ଏହାକୁ ପୂରଣ କରାଯାଇପାରେ ।


ଏହା ବ୍ୟତୀତ ଭିଟାମିନ୍ ବି୬ ଓ ବି୯ ଚିକେନ୍, ମାଛ, ବନ୍ଧାକୋବି, ପାଳଙ୍ଗ ଶାଗ ଇତ୍ୟାଦିରେ ମଧ୍ୟ ପ୍ରଚୁର ପରିମାଣରେ ଥାଏ ।


ଏହି ଜିନିଷଗୁଡ଼ିକ ଅମ୍ଳଜାନର ସ୍ତରକୁ ମଧ୍ୟ ବଢାଇଥାଏ

ଏହା ବ୍ୟତୀତ ଲେମ୍ବୁରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ । ଆପଣ ଏହାକୁ ନିଜ ଖାଦ୍ୟରେ ମଧ୍ୟ ସାମିଲ କରିବା ଜରୁରୀ । ଏହା ଅନେକ ରୋଗରୁ ରକ୍ଷା ପାଇବାରେ ସାହାଯ୍ୟ କରିବ । ଏହା ସହିତ ଏହା ଅମ୍ଳଜାନର ସ୍ତର ବଢାଇବାରେ ମଧ୍ୟ ସହାୟକ ହେବ ବୋଲି ବିଶ୍ୱାସ କରାଯାଏ ।


ରସୁଣ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏଥିରୁ ଅଲକାଲାଇନ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ । ଏହା ଅମ୍ଳଜାନ ବୃଦ୍ଧିରେ ମଧ୍ୟ ସାହାଯ୍ୟ କରେ ।


ଗଜା ଶସ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବାବେଳେ ଶରୀରରେ ଅମ୍ଳଜାନର ପରିମାଣ ବଢାଇବା ପାଇଁ ମଧ୍ୟ କାର୍ଯ୍ୟ କରିଥାଏ । ଏଥିପାଇଁ ଆପଣ ନିଜ ଭୋଜନରେ ଗଜା ବୁଟ, ଡାଲି ଓ ମୁଗ ଇତ୍ୟାଦିକୁ ସାମିଲ କରି ପାରିବେ । (ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସମସ୍ତ ତଥ୍ୟ ଓ ସୂଚନା ସାଧାରଣ ସୂଚନା ଉପରେ ଆଧାରିତ । ଓଡ଼ିଆ ନ୍ୟୁଜ ୧୮ ଏଗୁଡିକ ନିଶ୍ଚିତ କରେ ନାହିଁ । ଏଗୁଡିକ କାର୍ଯ୍ୟକାରୀ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରନ୍ତୁ)

Published by: Jagdish Barik
First published: April 22, 2021, 10:13 AM IST

भाषा चुनें :

ଓଡ଼ିଆी