• news18-Odia
  • Last Updated: March 19, 2021, 7:42 PM IST

News18 Odia Digital


କଟକ: ପାଖାପାଖି ଛଅ ମାସର ବ୍ୟବଧାନ ପରେ କଟକରେ ପୁଣି ଥରେ ଦୁଇ ଅଙ୍କକୁ ପାର କରିଛି ନୂଆ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଅରୁଣଦେଓ ନଗରରେ ଥିବା ଏକ ଘରୋଇ ଯୁକ୍ତ ଦୁଇ ବିଜ୍ଞାନ କଲେଜ ଏହି ସଂକ୍ରମଣର କେନ୍ଦ୍ର ସ୍ଥଳ ପାଲଟିଛି । ଦୁଇ ଦିନରେ ଏଠାରେ ମୋଟ ୨୫ ଜଣ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି ।


ଏହି ଘରୋଇ ଯୁକ୍ତ ଦୁଇ ବିଜ୍ଞାନ କଲେଜରେ ବୁଧବାର ଦିନ ୧୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଦିନ ପୁଣି ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ (ସି.ଏମ୍‌.ସି.) ଏହି କଲେଜକୁ ୧୦ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ସହ କଲେଜ୍‌, ଏହାର ହଷ୍ଟେଲ୍‌ ଓ ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକୁ ସାନିଟାଇଜ କରିଛି । ସବୁ ସଂକ୍ରମିତ ଛାତ୍ର ଗୋଟିଏ ହଷ୍ଟେଲର ଅନ୍ତେବାସୀ ହୋଇଥିବାରୁ ସେହି ହଷ୍ଟେଲରେ ହିଁ ସେମାନଙ୍କୁ କ୍ବାରେଣ୍ଟିନରେ ରଖାଯିବା ସହ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରୁଛି ସି.ଏମ୍‌.ସି. ।


ଏହା ବି ପଢ଼ନ୍ତୁ | କରୋନା ଯୋଗୁଁ ପୁରୁଷମାନଙ୍କ ଯୌନ ହରମୋନ୍ କମ୍ ହେଉଛି, ଯୌନ କ୍ଷମତା ବି କମୁଛି

‘‘ଗୋଟିଏ ହଷ୍ଟେଲରୁ ସବୁ କୋଭିଡ ରୋଗୀ ଚିହ୍ନଟ ହୋଇଥିବାରୁ ସଂକ୍ରମଣ ସ୍ଥାନୀୟ ଅଞ୍ଚଳକୁ ବ୍ୟାପିବାର ଆଶଙ୍କା କମ୍‌ ରହିଛି । ଆମେ ସେହି ହଷ୍ଟେଲକୁ ହିଁ କ୍ବାରେଣ୍ଟିନ୍‌ ସେଣ୍ଟରରେ ପରିବର୍ତ୍ତିତ କରିଛୁ । ସେଠାରେ ସବୁ ଆକ୍ରାନ୍ତଙ୍କୁ ରଖାଯାଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଉଛି । ସହରର ଅନ୍ୟ କିଛି କିଛି ସ୍ଥାନରେ ମଧ୍ୟ ସଂକ୍ରମଣ ଦେଖା ଦେଇଛି, କିନ୍ତୁ ତାହା ଚିନ୍ତାଜନକ ନୁହେଁ,’’ କହିଛନ୍ତି ସି.ଏମ୍‌.ସି.ର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ।


ଗୋଟିଏ ବିମାନ ସାଙ୍ଗରେ ଅତି ବେଶୀରେ ୧୦ ଜଣ ଲୋକ ଯାଇ ପାରିବେ । 

ଗୁରୁବାର ଦିନ ସହର ବିଭିନ୍ନ ସ୍ଥାନରୁ ଚାରି ଜଣ ନୂଆ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି । କିନ୍ତୁ ଏତେ ସବୁ ପରେ ମଧ୍ୟ ସହରବାସିନ୍ଦାଙ୍କ ମଧ୍ୟରେ ବେପରୁଆ ମନୋଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ରାସ୍ତା ଘାଟରେ କୋଭିଡ ନିୟମକୁ ପାଳନ କରାଯାଉ ନ ଥିବା ଦେଖିବାକୁ ମିଳୁଛି । ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।


ଏହା ବି ପଢ଼ନ୍ତୁ |ଯୌନ ଶୋଷଣ ପୀଡିତାଙ୍କୁ ଅଭିଯୁକ୍ତ ରାଖୀ ବାନ୍ଧୁ…’: ସୁପ୍ରିମ୍ କୋର୍ଟ HC ଆଦେଶକୁ ଖାରଜ କଲେ


କଟକ ସହରରେ ବ୍ୟାପୁଥିବା କରୋନା ସଂକ୍ରମଣକୁ ଦେଖି ହୋଲି ଓ ଦୋଳ ମେଳଣ ପାଇଁ କଟକ କମିଶନରେଟ ପୋଲିସ ଏକ ଏସ୍‌.ଓ.ପି. ଜାରି କରିଛି । ହୋଲି ପାଇଁ ଜାରି କରାଯାଇଥିବା ନିୟମାବଳୀରେ ଲୋକଙ୍କୁ ନିଜ ଘରେ ରହି ହୋଲି ପାଳନ କରିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଛି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ସୀତା ରୂପରେ ଆଲିଆ ଭଟ୍ଟଙ୍କ ପ୍ରଥମ ଛବି ଆସିଲା; ଅଭିନେତ୍ରୀ କରୋନା ଯୋଗୁଁ ଘରେ ରହିଛନ୍ତି


ହୋଲି ସମୟରେ ବହୁ ସଂଖ୍ୟରେ ଲୋକ ଏକାଠି ହୋଇ ହୋଲି ଖେଳିବା ଉପରେ କଟକଣା ଜାରି କରାଯାଇଥିବା ବେଳେ ହୋଲି ଦିନ ସର୍ବସାଧାରଣ ସ୍ଥାନରେ ଡାକବାଜି ଯନ୍ତ୍ର କିମ୍ବା ଡିଜେର ବ୍ୟବହାରକୁ ମଧ୍ୟ ନିଷିଦ୍ଧ କରାଯାଇଛି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମ୍ୟାଚ୍ ପୂର୍ବରୁ ଇଶାନ କିଶନଙ୍କୁ ରୋହିତ ଶର୍ମା କିଛି କହିଥିଲେ, ତାପରେ ସେ ହଙ୍ଗାମା କରିଥିଲେ!


ଦୋଳ ମେଲଣ ପାଇଁ କଟକ କମିଶନରେଟ ପୋଲିସର ଏସ.ଓ.ପି. ଅନୁସାରେ ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ମେଲଣ ଆୟୋଜନ କରାଯାଇପାରିବ । ଅତି ବେଶୀରେ ୨୦୦ ଲୋକ ଗୋଟିଏ ସ୍ଥାନରେ ଏକାଠି ହୋଇ ପାରିବେ । ଗୋଟିଏ ବିମାନ ସାଙ୍ଗରେ ଅତି ବେଶୀରେ ୧୦ ଜଣ ଲୋକ ଯାଇ ପାରିବେ ।




ମେଲଣରେ କୌଣସି ପ୍ରକାରର ଶୋଭାଯାତ୍ରା, ବାଦ୍ୟଯନ୍ତ୍ର ଓ ଆଲୋକ ସଜ୍ଜା ହୋଇପାରିବ ନାହିଁ । ମେଳଣ ପଡ଼ିଆରେ ଡାକବାଜି ଯନ୍ତ୍ର ବାଜିବ ନାହିଁ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କି ମୀନା ବଜାର ଲାଗିପାରିବ ନାହିଁ । ରାତି ତମାମ ମେଳଣ ଚାଲି ପାରିବ ନାହିଁ ବୋଲି ମଧ୍ୟ ଏହି ଏସ୍‌.ଓ.ପି.ରେ ନିର୍ଦ୍ଦେଶ ରହିଛି ।

Published by: Anand Shankar Thankur Das
First published: March 19, 2021, 7:42 PM IST

भाषा चुनें :

ଓଡ଼ିଆी