• news18-Odia
  • Last Updated: April 29, 2021, 5:00 PM IST

News18 Odia Digital

ନୂଆ ଦିଲ୍ଲୀ: ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାଙ୍କୁ ୧ ମେ' ରୁ କରୋନା ଟିକା (Covid-19 Vaccine) ଲଗାଯିବା ଆରମ୍ଭ କରିବେ । ଯେଉଁଥିପାଇଁ ଏପ୍ରିଲ ୨୮ ରୁ ଅନଲାଇନ୍ ପଞ୍ଜୀକରଣ (Registration) ପକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଲୋକଙ୍କ ସାମ୍ନାରେ ସମସ୍ୟା ହେଉଛି ଯେ ସେମାନେ ଭ୍ୟାକ୍ସିନେସନ ପାଇଁ ସମୟ ଓ ସ୍ଲଟ୍ ପାଉ ନାହାଁନ୍ତି । ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ଘୋଷଣା କରିଛନ୍ତି ।


୧୮ ବର୍ଷରୁ ଅଧିକ ଲୋକଙ୍କୁ ଅନଲାଇନ୍ ପଞ୍ଜୀକରଣ ଓ ପରେ କରୋନା ଟିକା ପାଇବାକୁ ଆପଏଣ୍ଟମେଣ୍ଟ ନାବକୁ ପଡିବ । ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜେନା କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ଟିକା ନାହିଁ । ୧-୨ ଦିନରେ ପରିସ୍ଥିତି ସ୍ପଷ୍ଟ ହୋଇଯିବ । ଟିକା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଯେଉଁଥି ପାଇଁ ଆମର ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି । କମ୍ପାନୀମାନେ ଆମକୁ ଏକ କାର୍ଯ୍ୟସୂଚୀ ଦେବା ମାତ୍ରେ ପରିସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଜୈନ କହିଛନ୍ତି ।


୪୫ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଅଲଗା ନିୟମ

ପ୍ରକୃତରେ ୧୮ ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସରକାର ଭିନ୍ନ ନିୟମ କରିଛନ୍ତି । ଏହି ବୟସ ବର୍ଗ ପାଇଁ ରାଜ୍ୟ ସରକାର ଓ ବେସରକାରୀ ଟୀକାକରଣ କେନ୍ଦ୍ରରେ ଟୀକାକରଣ କରାଯିବ । ଯେଉଁଥିପାଇଁ ରାଜ୍ୟ ସରକାର ଓ ବେସରକାରୀ ହସ୍ପିଟାଲ ଗୁଡ଼ିକ ନିଜେ ଟିକା ଉତ୍ପାଦନକାରୀଙ୍କଠାରୁ କରୋନା ଟିକା କିଣିବାକୁ ପଡିବ । କିନ୍ତୁ କେଉଁ ହାରରେ ରାଜ୍ୟ ସରକାରଙ୍କ ଟୀକାକରଣ କେନ୍ଦ୍ର ଓ ବେସରକାରୀ ହସ୍ପିଟାଲ ୪୫ ବର୍ଷରୁ କମ୍ ଲୋକଙ୍କୁ ଟିକା ଦେବେ ଓ ଟିକା ଉପଲବ୍ଧତା ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

କେନ୍ଦ୍ର ସରକାରଙ୍କ ଅନୁଯାୟୀ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣର ନିଯୁକ୍ତି କେବଳ ରାଜ୍ୟ ସରକାର ଓ ବେସରକାରୀ ଟିକାକରଣ କେନ୍ଦ୍ର ଟିକାକରଣ ସେସନ ଆରମ୍ଭ କରିବା ସମୟରେ କରାଯିବ । କେନ୍ଦ୍ର ସରକାରଙ୍କ ଅନୁଯାୟୀ ଦେଶରେ କରୋନା ଟିକାର ଅଭାବ ନାହିଁ । ରାଜ୍ୟଗୁଡିକରେ ୧ କୋଟିରୁ ଅଧିକ ଡୋଜ ଟିକା ଉପଲବ୍ଧ । ଏପର୍ଯ୍ୟନ୍ତ ରାଜ୍ୟମାନଙ୍କୁ ୧୬ କୋଟିରୁ ଅଧିକ ଡୋଜ ଟିକା ଦିଆଯାଇଛି ।


ବ୍ୟକ୍ତିଗତ ଟିକା ନେଇପାରିବେ ନାହିଁ

Published by: Jagdish Barik
First published: April 29, 2021, 5:00 PM IST

भाषा चुनें :

ଓଡ଼ିଆी