• news18-Odia
  • Last Updated: September 5, 2021, 3:09 PM IST

News18 Odia Digital


ଭୁବନେଶ୍ୱର: ରାଜ୍ଯରେ କରୋନା ସଂକ୍ରମଣ କମିବାରେ ନାଁ ନେଉନି । ବିଶେଷ କରି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ କରୋନା ମାମଲାରେ ହ୍ରାସ ଘଟୁନାହିଁ । କରୋନାର ପ୍ରଭାବକୁ ଆଖି ଆଗରେ ରଖି ସଚେତନ ରହିବାକୁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ ।


ରାଜ୍ୟରେ ଦୈନିକ ସଂକ୍ରମଣ ହଜାରେ ତଳକୁ ଆସିଲା। ପରିସ୍ଥିତିକୁ ଦେଖି କୋଭିଡ଼ କଟକଣାକୁ ସେପ୍ଟେମ୍ବର ମାସ ପାଇଁ କୋହଳ କରିଛନ୍ତି ରାଜ୍ୟ ସରକାର। ଗତ ୩୦ ତାରିଖରେ ୬୩୮, ୩୧ ତାରିଖରେ ୭୧୯,୧ ତାରିଖରେ ୭୫୪, ୨ ତାରିଖରେ ୮୪୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ତିନି ତାରିଖରେ ସଂକ୍ରମଣ କମି ୬୮୧ ରହିଛି। କିନ୍ତୁ କଟକ ଓ ଭୁବନେଶ୍ୱରରେ କିନ୍ତୁ ସଂକ୍ରମଣ କମିବାର ନାଁ ଧରୁନି।


ଡିଏମ ଇଟି କହିଛନ୍ତି,"ଗୋଟିଏ ଆଚରଣ ବିଧି ଓ ଆଉ ଗୋଟିଏ ଆଚରଣ ପାଳନ । ତା ଭିତରେ ଥିବା ଦୂରତା ବର୍ତ୍ତମାନର ସ୍ଥିତି ଦେଖିଲେ ଜଣାପଡ଼ୁଛି । ସରକାର ଲୋକଙ୍କ ସୁବିଧା ପାଇଁ କୋହଳ କଲେ । ଏ ସମୟରେ କଣ ଆଚରଣ ବିଧି ଦରକାର କହିଲେ । କିନ୍ତୁ ରାସ୍ତାଘାଟ ଦେଖିଲେ ଲୋକ ମାନୁ ନଥିବାର ଜଣା ପଡ଼ୁଛୁ । କଟକ ଓ ଭୁବନେଶ୍ୱରରେ ସବୁ ସମୟରେ ଗହଳି ଲାଗି ରହିଛି। ତେଣୁ ଲୋକଙ୍କ ଗହଳି ଅଧିକ ହେଉଛି ଓ ସଠିକ ଭାବେ ସାମାଜିକ ଦୂରତା ପାଳନ ହେଉନି। ଆଗକୁ ପାର୍ବଣ ୠତୁ ଆସୁଛି । ଅତି ଦରକାର ନଥିଲେ ବାହାରକୁ ଯାଆନ୍ତୁ ନାହିଁ । ଯଦି ଲୋକ ମାନିବେ ନାହିଁ ତେବେ କୋଭିଡ ତୃତୀୟ ଲହରକୁ ରୋକି ହେବ ନାହିଁ" ।

କରୋନା ରୋଗୀଙ୍କ ସଂଖ୍ଯା ବୃଦ୍ଧି ପାଉଥିବାରୁ ଖୋର୍ଦ୍ଧାକୁ ରେଡ଼ ଜୋନ ବୋଲି ଘୋଷଣା କରାଯାଇଛି । ରାଜ୍ୟର ଦୈନିକ ସଂକ୍ରମଣ ଯଦିଓ କମୁଛି ତେବେ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ କିନ୍ତୁ କମୁନାହିଁ। ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଏଥିପାଇଁ ଲୋକଙ୍କ ଆଚରଣକୁ ଦାୟୀ କରିଛନ୍ତି। ବାପା ମା ଙ୍କ ପାଖରୁ ପିଲାଙ୍କୁ ସଂକ୍ରମଣ ବ୍ୟାପୀବାର ଅଧିକ ସମ୍ଭାବନା ଥିବାରୁ ବାପା ମା ଙ୍କ ସହିତ ଅଭିଭାବକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।


ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, "ଏବେ କରୋନା କମିବା ସ୍ଥିତିରେ ରହିଛି। ଖୋର୍ଦ୍ଧା ଓ କଟକରେ ଲୋକ ଅଧିକ, ତେଣୁ ଯାତାୟାତ ଅଧିକ ହେଉଛି। ହେଲେ ବ୍ୟସ୍ତ ହେବାର କିଛି ନାହିଁ । ଆପଣଙ୍କ ପାଖ ଲୋକ କୋଭିଡ ବାହକ ହୋଇପାରେ। ତେଣୁ ଦୂରତା ରକ୍ଷା କରନ୍ତୁ। ଟୀକା ନେଇଛନ୍ତି ବୋଲି କରୋନା ହେବନି ବୋଲି ଭାବନ୍ତୁ ନାହିଁ। ସତର୍କ ରୁହନ୍ତୁ । ନିଜ ପିଲାଙ୍କୁ ଭଲ ରଖିବାକୁ ହେଲେ ନିଜେ ଆଗ ସତର୍କତା ଅବଲମ୍ବନ କରନ୍ତୁ”।

ବୁଷ୍ଟର ଡୋଜ ପାଇଁ ଗବେଷଣା ଚାଲିଛି। ଟିକା ନେଇଥିବା ବ୍ୟକ୍ତିଙ୍କର ବର୍ଷେରୁ ଦେଢ଼ ବର୍ଷ ଯାଏ ପ୍ରତିଷେଧକ କ୍ଷମତା ଯାଞ୍ଚ କରିବା ପରେ ବୁଷ୍ଟର ଡୋଜର ଆବଶ୍ୟକତା ବାବଦରେ କହିହେବ । ରାଜ୍ୟରେ ଏବେବି ଦ୍ବିତୀୟ ଲହର ଜାରି ରହିଥିବା ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଥିବା ବେଳେ ତୄତୀୟ ଲହର ଆସିବା ସମ୍ଭାବନା ରହିଛି। ଏପରି ସ୍ଥିତିରେ ୧୨ ଜିଲ୍ଲାରେ ଜାରି ରହିଥିବା ସେରୋଲୋଜିକାଲ ସର୍ଭେ ରିପୋର୍ଟ ଉପରେ ଆଗାମୀ ରଣନୀତି ନିର୍ଭର କରୁଛି କହିଛି ସ୍ବାସ୍ଥ୍ୟ ବିଭାଗ।

Published by: Soumya Das
First published: September 5, 2021, 3:08 PM IST

भाषा चुनें :

ଓଡ଼ିଆी