ସାରା ଦେଶରେ ୧୦୦% କେପାସିଟି ସହ ଖୋଲିବ ସିନେମା ହଲ୍; ୧ ଫେବୃଆରୀ ଲାଗୁ ହେବ ନୂଆ SOP
ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ଅନୁସରଣ କରି ପ୍ରେକ୍ଷାଳୟ, ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସର ବସିବା କ୍ଷମତା ବର୍ତ୍ତମାନର ୫୦ ପ୍ରତିଶତରୁ ୧୦୦ ପ୍ରତିଶତକୁ ବୃଦ୍ଧି କରାଯାଇଛି ।
- news18-Odia
- Last Updated: January 31, 2021, 11:27 AM IST
News18 Odia Digital
ନୂଆ ଦିଲ୍ଲୀ: ଦେଶରେ ଶତପ୍ରତିଶତ କେପାସିଟି ସହିତ ସିନେମା ହଲ୍ (Cinema theaters) ଖୋଲିବାକୁ ଅନୁମତି ଦିଆଯାଇଛି । କରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସିନେମା ହଲ୍ ପାଇଁ ଏକ ନୂତନ SOP ରିଲିଜ୍ କରିଛି । ନୂତନ SOP ଅନୁଯାୟୀ ୧ ଫେବୃଆରୀରୁ ସାରା ଦେଶରେ ୧୦୦ ପ୍ରତିଶତ କେପାସିଟି ସହିତ ସିନେମା ହଲ୍ ଖୋଲିବ ।
ଉଲ୍ଲେଖନୀୟ କଥା ହେଉଛି ମାର୍ଚ୍ଚରେ ଦେଶରେ କରୋନା ମହାମାରୀ ଆରମ୍ଭ ହେବା ସହିତ ସିନେମା ହଲ୍, ପ୍ରେକ୍ଷାଳୟ ଓ ମଲ୍ଟିପ୍ଲେକ୍ସ ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ଅନୁସରଣ କରି ପ୍ରେକ୍ଷାଳୟ, ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସର ବସିବା କ୍ଷମତା ବର୍ତ୍ତମାନର ୫୦ ପ୍ରତିଶତରୁ ୧୦୦ ପ୍ରତିଶତକୁ ବୃଦ୍ଧି କରିବାକୁ ଅନୁମତି ଦିଆଯାଇଛି । SoP ବିଷୟରେ ବିସ୍ତୃତ ସୂଚନା ସନ୍ଧ୍ୟା ସୁଦ୍ଧା ଉପଲବ୍ଧ ହେବ ବୋଲି କୁହାଯାଉଛି ।
ପ୍ରକାଶ ଜାଭଡେକର ଏ ସମ୍ପର୍କରେ ସୂଚନା ଦେବାବେଳେ କହିଛନ୍ତି, 'ସାରା ଦେଶରେ ସିନେମା ଦେଖୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି । ଫେବୃଆରୀରୁ ଶତପ୍ରତିଶତ ସିଟ୍ କେପାସିଟି ସହିତ ସିନେମା ହଲ୍ ଖୋଲାଯାଇପାରିବ । ଅନଲାଇନ୍ ବୁକିଂ ଉପରେ ଆମର ଗୁରୁତ୍ୱ ଅଧିକ ହେବ, ଦୁଇଟି ଶୋ’ର ଅନ୍ତର ରହିବ ଯାହା ଦ୍ୱାରା ଗହଳି କମ ରହିବ । କରୋନା ଯୁଗ ବର୍ତ୍ତମାନ ଶେଷ ହେବାକୁ ଯାଉଛି । ଲୋକମାନେ ସିନେମା ହଲ୍ ଭିତରକୁ ଖାଦ୍ୟ ଷ୍ଟଲରୁ ସାମଗ୍ରୀ ନେଇ ଯାଇପାରିବେ ।
୧. ଅଡିଟୋରିୟମ୍, ସାଧାରଣ ଅଞ୍ଚଳରେ ଅତି କମରେ ୬ ଫୁଟ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ହେବ
୨. ପ୍ରେକ୍ଷାଳୟରେ ପ୍ରବେଶ କରୁଥିବା ଲୋକଙ୍କ ମାସ୍କ ବାଧ୍ୟତାମୂଳକ
୩. ସିନେମାହଲର ସାଧାରଣ ସ୍ଥାନ, ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟରେ ଲୋକମାନଙ୍କ ପାଇଁ ସାନିଟାଇଜର ରଖିବା ବାଧ୍ୟତାମୂଳକ
୪. ଛେପ ପକାଇବା ସମ୍ପୂର୍ଣ୍ଣ ନିଷେଧ
୫. ପ୍ରେକ୍ଷାଳୟକୁ ଆସୁଥିବା ଲୋକଙ୍କ ପାଇଁ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ରହିବା ବାଧ୍ୟତାମୂଳକ ହେବ